ETV Bharat / city

କୋଭିଡ଼ ପରିଚାଳନା; BMCକୁ ଆଉ 20 କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ - କୋଭିଡ଼ ପରିଚାଳନା

କୋଭିଡ଼ ମୁକାବିଲା ଲାଗି ପୁଣି ଭଣ୍ଡାର ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପୁଣି 20 କୋଟି ଟଙ୍କା ବିଏମସିକୁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

କୋଭିଡ଼ ପରିଚାଳନା; BMC କୁ ଆଉ 20 କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

author img

By

Published : Jun 9, 2021, 5:33 PM IST

ଭୁବନେଶ୍ବର : କୋଭିଡ଼ ମୁକାବିଲା ଲାଗି ପୁଣି ଭଣ୍ଡାର ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପୁଣି 20 କୋଟି ଟଙ୍କା ବିଏମସିକୁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଟଙ୍କା ମଞ୍ଜୁର କରାଯାଇଛି ।

  • ଭୁବନେଶ୍ବରରେ କୋଭିଡ ମୁକାବିଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆଉ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପୂର୍ବରୁ ଏଥିପାଇଁ ୭୭ କୋଟି ଟଙ୍କା ଦିଆଯାଇଛି। ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ କୋଭିଡ଼ ହସ୍ପିଟାଲ ରହିଛି ଏବଂ ଚିକିତ୍ସିତ ରୋଗୀଙ୍କ ସଖ୍ୟା ମଧ୍ୟ ଏଠାରେ ସର୍ବାଧିକ।

    — I & PR Department, Odisha (@IPR_Odisha) June 9, 2021 " class="align-text-top noRightClick twitterSection" data=" ">

କୋଭିଡ଼ ନିୟନ୍ତ୍ରଣ ଲାଗି ଯାହା ଆବଶ୍ୟକ ତାହା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ । ପରିଚାଳନା ଲାଗି ଆବଶ୍ୟକ ଯେତେ ପରିମାଣର ଟଙ୍କା ନେବା କଥା ନିଅ । ଯାହା ପଦକ୍ଷେପ ନେବା କଥା ନିଅ । ଏଥି ପାଇଁ ସରକାର ଓ ମୁଖ୍ୟମନ୍ତ୍ରୀଙ୍କର ପୂର୍ଣ୍ଣ ସହଯୋଗ ରହିଛି । ତୁରନ୍ତ କୋଭିଡ଼ ସ୍ଥିତିକୁ ନିୟନ୍ତ୍ରଣକୁ ଆଣ । ଲୋକ ଯେମିତି ତୁରନ୍ତ ସୁସ୍ଥ ହେବେ । ସରକାରଙ୍କ ବ୍ୟବସ୍ଥାର ଫାଇଦା ପାଇବେ । ଏ ନେଇ ବ୍ୟବସ୍ଥା କର । ଭୁବନେଶ୍ବରରେ କୋଭିଡ଼ ମହାମାରୀର ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆଉ 20 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପୂର୍ବରୁ ଏଥିପାଇଁ ବିଭିନ୍ନ ପର୍ଯ୍ୟାୟରେ ଭୁବନେଶ୍ବର ମହାନଗର ନିଗମକୁ 77 କୋଟି ଟଙ୍କା ଦିଆଯାଇଛି ।

ଭୁବନେଶ୍ବରରେ ରାଜ୍ୟର ସର୍ବାଧିକ କୋଭିଡ଼ ହସ୍ପିଟାଲ ରହିଛି । ଚିକିତ୍ସିତ ରୋଗୀଙ୍କ ସଖ୍ୟା ମଧ୍ୟ ଏଠାରେ ସର୍ବାଧିକ । ଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କୋଭିଡ଼ ରୋଗୀ ଭୁବନେଶ୍ବରକୁ ଆସିଥାନ୍ତି । ତେଣୁ ଭୁବନେଶ୍ବରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅର୍ଥ ମଞ୍ଜୁର କରାଯାଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.