ETV Bharat / city

ବିଜେଡିର ପୌର ନିର୍ବାଚନ ପ୍ରସ୍ତୁତି: କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର, ବିରୋଧୀଙ୍କ ଅପପ୍ରଚାର ପାଇଁ ସତର୍କ ରୁହ

author img

By

Published : Mar 2, 2022, 8:39 PM IST

ପଞ୍ଚାୟତ ଦଖଲ ପରେ ଏବେ ପୌର ଭୋଟ ଉପରେ ବିଜେଡିର ନଜର । ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛି ବିଜୁ ଜନତା ଦଳ । ଅଧିକ ପଢ଼ନ୍ତୁ

ବିଜେଡିର ପୌର ନିର୍ବାଚନ ପ୍ରସ୍ତୁତି, କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ଭୁବନେଶ୍ବର: ପଞ୍ଚାୟତ ଦଖଲ ପରେ ଏବେ ପୌର ଭୋଟ ଉପରେ ବିଜେଡିର ନଜର । ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛି ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ପୌର ନିର୍ବାଚନର ପ୍ରସ୍ତୁତି ବୈଠକ ଡାକିଛନ୍ତି । ଦଳର ସାଂସଦ, ବିଧାୟକ, ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କ ସହ ଭର୍ଚ୍ଚୁଆଲ ମାଧ୍ୟମରେ କଥା ହୋଇଛନ୍ତି ନବୀନ ।

ପଞ୍ଚାୟତ ନିର୍ବାଚନରେ ଦଳର ବିପୁଳ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀ ତଥା ଦଳର ସମସ୍ତ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ପଞ୍ଚାୟତ ନିର୍ବାଚନରେ, ଆମର ଏହି ଅସାଧାରଣ ଓ ଅଭୂତପୂର୍ବ ସଫଳତା ପାଇଁ, ମୁଁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି । ଓଡିଶାବାସୀ ପୁଣିଥରେ, ଆମ କାମ ଉପରେ, ଆସ୍ଥା ପ୍ରକଟ କରିଛନ୍ତି । ଏହି ବିଜୟ, ଗଣତାନ୍ତ୍ରିକ ନିର୍ବାଚନରେ ନୂଆ ରେକର୍ଡ ସୃଷ୍ଟି କରିଛି । ପଶ୍ଚିମରୁ ଉପକୂଳ, ଉତ୍ତରରୁ ଦକ୍ଷିଣ, ଓଡିଶାର ସବୁ ଅଞ୍ଚଳର ଜନସାଧାରଣ ଏହି ନିର୍ବାଚନରେ ସମାନ ଭାବରେ ବିଜୁ ଜନତା ଦଳକୁ ଆଶୀର୍ବାଦ କରିଛନ୍ତି । ଏହି ଆଶୀର୍ବାଦ ଓ ସ୍ନେହ ଆମକୁ ଆହୁରି କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେଉଛି ।"

ଏହାସହ ମୁଖ୍ୟମନ୍ତ୍ରୀ ଦଳର କର୍ମୀ ଓ ଶୁଭେଚ୍ଛୁ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯେଉଁମାନେ ରାତିଦିନ ଏକ କରି କାମ କରି ନିଜର ସବୁ ସୁଖ ସୁବିଧା ତ୍ୟାଗ କରି ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇଥିଲେ । ଘରଘର ବୁଲି ପ୍ରଚାର କରି ଲୋକଙ୍କୁ ବୁଝାଇଥିଲେ ବିଜେଡି କର୍ମୀ । ଏ ସଫଳତାର ଓଡ଼ିଶାବାସୀଙ୍କର ବୋଲି କହିଛନ୍ତି ବିଜେଡି ସୁପ୍ରିମୋ । ରାଜ୍ୟର ଶାସନ ଉପରେ ଲୋକଙ୍କ ବିଶ୍ବାସ ରହିଛି । ଗଣତନ୍ତ୍ରରେ ଜନତାଙ୍କ ସ୍ବର ସର୍ବେସର୍ବା (Finally, in a democracy, the people’s voice is supreme) । ରାଜ୍ୟର ସବୁ ପଞ୍ଚାୟତରେ ଜନମତ ସ୍ପଷ୍ଟ ହୋଇଛି । ବିଜୁ ଜନତା ଦଳ ଓଡିଶାବାସୀଙ୍କର ଏହି ମତକୁ ନମ୍ରତାର ସହ ଗ୍ରହଣ କରିଛି । ଆମେ ଆମର ଭଲ କାମ ଜାରି ରଖିବୁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ଆଗାମୀ ପୌର ନିର୍ବାଚନ ସମୟରେ ମଧ୍ୟ ବିରୋଧୀ ଦଳଙ୍କର ଅପପ୍ରଚାର ପ୍ରତି ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ “ବର୍ତ୍ତମାନ ପୌର ନିର୍ବାଚନର ସମୟ ଆସିଛି । ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳ କେତେ ଅପପ୍ରଚାର କରିଛନ୍ତି । ସରକାରଙ୍କୁ ବଦନାମ କରିବା ପାଇଁ ମିଛ କାହାଣୀ କହିଛନ୍ତି । ନକରାତ୍ମକ ରାଜନୀତି କରିଛନ୍ତି । କିନ୍ତୁ ଓଡିଶାବାସୀ ସେମାନଙ୍କ କଥାକୁ ଗୁରୁତ୍ବ ଦେଇନାହାନ୍ତି । ଆଗାମୀ ପୌର ନିର୍ବାଚନରେ ମଧ୍ୟ ସେମାନେ ପୁଣିଥରେ ସେହିଭଳି ଅପପ୍ରଚାର କରିବେ । ଲୋକଙ୍କ ଆଗରେ ବିରୋଧୀ ଦଳଙ୍କ ଅପପ୍ରଚାରର ମୁଖା ଖୋଲିବା ହେଉଛି ଆମ ଦଳର ପ୍ରତି କର୍ମୀଙ୍କ ଦାୟିତ୍ବ ।"ବିଜୁ ଜନତା ଦଳର ଆଦର୍ଶ ଓ ସହରାଞ୍ଚଳର ବିକାଶ କାର୍ଯ୍ୟ ସଂପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବିଜେଡି ସକରତ୍ମକ ରାଜନୀତିରେ ବିଶ୍ବାସ କରେ ପରିବର୍ତ୍ତନଶୀଳ ଶାସନ ଏବଂ ଲୋକଙ୍କୁ ସଶକ୍ତ କରିବା ହେଉଛି ବିଜେଡିର ହଲ୍‌ମାର୍କ । ପୌରାଞ୍ଚଳରେ ଅନେକ ଭଲ କାମ ହୋଇଛି । ସହରର ଗରିବ ଲୋକଙ୍କ ପାଇଁ ଜାଗା ମିଶନ ଏକ ନୂଆ ମାନଦଣ୍ଡ ସୃଷ୍ଟି କରିଛି । ଷ୍ଟ୍ରିଟ୍‌ ଲାଇଟ (Street light)ଠାରୁ ଆରମ୍ଭ କରି ଇଣ୍ଡୋର ଷ୍ଟାଡିୟମ (Indoor Stadium) ଭଲ ପିଇବା ପାଣି ଠାରୁ ଆରମ୍ଭ କରି ମଡର୍ଣ୍ଣ (Modern Waste Management systems), ମିଶନ ଶକ୍ତିର ମାଆ ମାନଙ୍କ ପାଇଁ ରୋଜଗାରର ନୂଆ ନୂଆ ସୁଯୋଗ, ୱାର୍ଡ ସ୍ତରରେ ଭିତ୍ତିଭୂମି ଓ ନାଗରିକ ସୁବିଧା ଏବଂ ଅନ୍‌ଲାଇନରେ ମ୍ୟୁନିସପାଲ ସେବା । ନାଗରିକ ମାନଙ୍କର କଲ୍ୟାଣକୁ ଦୃଷ୍ଟିରେ ରଖି ଆମର ସବୁ କାର୍ଯ୍ୟକ୍ରମ ତିଆରି କରାଯାଇଛି । ବସ୍ତିବାସିନ୍ଦାଙ୍କ ଠାରୁ ଆରମ୍ଭ କରି ଆପାର୍ଟମେଣ୍ଟର ମାଲିକ, ମା'ମାନଙ୍କ ଠାରୁ ଆରମ୍ଭ କରି ଶିଶୁ ତଥା ଯୁବସମାଜର ସଶକ୍ତିକରଣ ପାଇଁ ଆମେ ସମର୍ପଣର ସହ କାମ କରୁଛୁ ବୋଲି କହିଛନ୍ତି ବିଜେଡି ରାଜ୍ୟ ସଭାପତି । ଏହିସବୁ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚାଇବା ଲୋକଙ୍କ ଲକ୍ଷ୍ୟ । ବିରୋଧୀ ଦଳଙ୍କର ମିଛ ତଥା ନକରାତ୍ମକ ରାଜନୀତିକୁ ବିଜେଡିର ସକରାତ୍ମକ ତଥା ସତ୍‌ ଉଦ୍ୟମ ଜରିଆରେ ହିଁ ମୁକାବିଲା କରିବାକୁ ପଡିବ । ପଞ୍ଚାୟତ ନିର୍ବାଚନରେ କର୍ମୀମାନେ ଯେପରି କଠିନ ପରିଶ୍ରମ କରିଥିଲେ, ପୌର ନିର୍ବାଚନ ମଧ୍ୟ ତାହା ଜାରି ରଖିବାକୁ କହିଛନ୍ତି ନବୀନ ।

ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ଯେ, "ରାଜନୀତିର ଅର୍ଥ କେବଳ କ୍ଷମତା ନୁହେଁ । ଗୋଟିଏ ଗଣତନ୍ତ୍ରରେ ଲୋକମାନେ ହିଁ ହେଉଛନ୍ତି, କ୍ଷମତାର ସ୍ରୋତ । ରାଜ୍ୟର ସବୁଠାରୁ ଦୁର୍ଗମ ଅଞ୍ଚଳରେ ରହୁଥିବା ସାଧାରଣ ଲୋକଟିର ବିଶ୍ବାସ ହେବା ଦରକାର । ବିଜୁ ଜନତା ଦଳ ସବୁବେଳେ ତାର କଲ୍ୟାଣ ଏବଂ ତାର ସଶକ୍ତିକରଣ ପାଇଁ କାମ କରୁଛି । ଏହି ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଆବଶ୍ୟକ ।"

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.