ETV Bharat / city

'ନବୀନ ବାବୁ ପ୍ରଚାର କରିଥିଲେ ଆହୁରି ବଢ଼ିଥାନ୍ତା ପିପିଲି ଭୋଟ ବ୍ୟବଧାନ' - ପିପିଲି ଉପନିର୍ବାଚନ ମତଗଣନା

ପିପିଲି ଉପନିର୍ବାଚନରେ ନବୀନ ବାବୁ ପ୍ରଚାର କରିଥିଲେ ଆହୁରି ବଢିଥାନ୍ତା ଭୋଟ ବ୍ୟବଧାନ ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର । ଅଧିକ ପଢନ୍ତୁ...

Naveen Patnaik campaign Pipili vote gap would have increased
ନବୀନ ବାବୁ ପ୍ରଚାର କରିଥିଲେ ଆହୁରୀ ବଢ଼ିଥାନ୍ତା ପିପିଲି ଭୋଟ ବ୍ୟବଧାନ
author img

By

Published : Oct 4, 2021, 8:23 PM IST

ଭୁବନେଶ୍ବର: ପିପିଲି ଉପ-ନିର୍ବାଚନରେ ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ପ୍ରାୟ 21 ହଜାର ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ହରାଇଛନ୍ତି ରୁଦ୍ର । ବିଜୟ ପରେ ଦଳ ଭୋଟ ବ୍ୟବଧାନ ନେଇ ସମୀକ୍ଷା କରୁଛି ବିଜେଡି । ତେବେ ପ୍ରଚାରରେ ଦଳର ସଭାପତି ନବୀନ ପଟ୍ଟନାୟକ ଯାଇଥିଲେ, ବ୍ୟବଧାନ ଆହୁରି ବଢ଼ିଥାନ୍ତା ବୋଲି ଯୁକ୍ତି ବାଢ଼ିଛନ୍ତି ବରିଷ୍ଠ ବିଜେଡି ବିଧାୟକ।

ନବୀନ ବାବୁ ପ୍ରଚାର କରିଥିଲେ ଆହୁରୀ ବଢ଼ିଥାନ୍ତା ପିପିଲି ଭୋଟ ବ୍ୟବଧାନ

ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି ଯେ, ବିଜୟ ଲାଗି ଦଳ ପ୍ଲାନ କରିଥିଲା । ଯୋଜନା ମୁତାବକ ଦଳ ପ୍ରଚାର କରିଥିଲା । ବିଜୟ ଲାଗି ଦଳ ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଛି । ‘ପିପିଲି’ରେ ଲୋକାଭିମୁଖୀ କାମ ପ୍ରତି ଜନସାଧାରଣଙ୍କ ସମର୍ଥନକୁ ଦର୍ଶାଉଛି ବୋଲି ସେ କହିଛନ୍ତି । ନବୀନ ପଟ୍ଟନାୟକଙ୍କ ନେତୃତ୍ବ ପ୍ରତି ଜନସାଧାରଣଙ୍କ ଆର୍ଶୀବାଦ ବୋଲି କହିଛନ୍ତି । ଯଦି ପ୍ରଚାରକୁ ବିଜେଡି ସଭାପତି ଯାଇଥାନ୍ତେ, ତେବେ ବ୍ୟବଧାନ ଆହୁରି ବଡ଼ ହୋଇଥାନ୍ତା ବୋଲି ଦେବୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ଆଜି ସାରା ଓଡିଶାର ଲୋକପ୍ରିୟ ହୋଇଛି । ପ୍ରତ୍ୟେକ ଲୋକଙ୍କ ପାଖରେ ନବୀନଙ୍କ ଯୋଜନା ପହଞ୍ଚୁଛି, ସେ ଆମ ଗାଁ ଆମ ବିକାଶ ଠାରୁ ଆରମ୍ଭ ହୋଇ ସ୍ମାର୍ଟ ହେଲଥ କାର୍ଡ ପର୍ଯ୍ୟନ୍ତ ବୋଲି ଦେବୀ ମିଶ୍ର କହିଛନ୍ତି । ନବୀନ ବାବୁଙ୍କ ବିକାଶ ମୂଳକ କାମ ହିଁ ଲୋକଙ୍କୁ ବିଜେଡି ପ୍ରତି ଆକର୍ଷିତ କରୁଛି, ଯାହା ପିପିଲିରେ ପ୍ରତିଫଳନ ହୋଇଛି । ନବୀନ ବାବୁ ପିପିଲିରେ ନିଜେ ଯାଇ ପ୍ରଚାର କରିଥିଲେ ବିଜୟ ବ୍ୟବଧାନ ଆହୁରି ବୃଦ୍ଧି ପାଇଥାନ୍ତା ବୋଲି ଦେବୀ କହିଛନ୍ତି ।

ସୂଚନାଥାଉକି ଗତକାଲି ପିପିଲି ଉପନିର୍ବାଚନ ମତଗଣନା ହୋଇଛି । ଏହି ଉପନିର୍ବାଚନରେ ବିଜେଡି ପ୍ରାୟ ୯୦ ହଜାରରୁ ଊର୍ଦ୍ଧ୍ବ ଭୋଟ ପାଇଛି । ବିଜେଡି ନିଜର ନିକଟତମ ପ୍ରତିଦ୍ବନ୍ଦୀଙ୍କ ଠାରୁ ୨୦ ହଜାରରୁ ଊର୍ଦ୍ଧ୍ବ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି । ଦିବଂଗତ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଅନୁଷ୍ଠିତ ହୋଇଥିଲା ଉପନିର୍ବାଚନ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.