ETV Bharat / city

ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ବିଜୟ ମହାନ୍ତିଙ୍କୁ ରାଷ୍ଟ୍ରୀୟ ସମ୍ମାନ - ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ବିଜୟ ମହାନ୍ତିଙ୍କୁ ରାଷ୍ଟ୍ରୀୟ ସମ୍ମାନ

ବିଜୟ ମହାନ୍ତିଙ୍କୁ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଦିଆଗଲା ରାଷ୍ଟ୍ରୀୟ ସମ୍ମାନ । ବିଭିନ୍ନ ନେତା ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ । ଅଧିକ ପଢ଼ନ୍ତୁ...

National honor to Vijay Mohanty, Utkal Sangeeta mahavidyalaya, ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ବିଜୟ ମହାନ୍ତିଙ୍କୁ ରାଷ୍ଟ୍ରୀୟ ସମ୍ମାନ, ସତ୍ୟନଗର ସ୍ମଶାନରେ ବିଜୟଙ୍କ ଶେଷ କୃତ୍ୟ
ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ବିଜୟ ମହାନ୍ତିଙ୍କୁ ରାଷ୍ଟ୍ରୀୟ ସମ୍ମାନ
author img

By

Published : Jul 21, 2020, 1:50 PM IST

Updated : Jul 21, 2020, 2:51 PM IST

ଭୁବନେଶ୍ବର: ମହାନ ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କୁ ଦିଆଗଲା ରାଷ୍ଟ୍ରୀୟ ସମ୍ମାନ । ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଦିଆଗଲା ସମ୍ମାନ । ପତ୍ନୀ ତନ୍ଦ୍ରା ରାୟଙ୍କ ସମେତ, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ରାଇ ମୋହନ ପରିଡ଼ା, ଅଭିନେତ୍ରୀ ଅନୁ ଚୌଧୁରୀ ଓ ଅନ୍ୟାନ୍ୟ ଅଭିନେତା ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ବିଜୟଙ୍କ ମର ଶରୀର ପହଁଞ୍ଚିବା ପରେ ତାଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଥିଲା । ବିଜୟଙ୍କ ବିୟୋଗରେ ସମସ୍ତ କଳାକାର ଭାବ ବିହ୍ବଳ ହୋଇଥିଲେ । ଅଭିନେତା ସିଦ୍ଧାନ୍ତ କହିଛନ୍ତି, ବିଜୟ ମହାନ୍ତି ଜଣେ ଅନୁଷ୍ଠାନ ଥିଲେ ସେ ଚାଲିଯିବା ପରେ ସେ ଶୂନ୍ୟସ୍ଥାନ ଆଉ କେବେ ପୂରଣ ହୋଇ ପାରିବ ନାହିଁ ।

ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ବିଜୟ ମହାନ୍ତିଙ୍କୁ ରାଷ୍ଟ୍ରୀୟ ସମ୍ମାନ

ରାଇମୋହନ ମଧ୍ୟ କହିଛନ୍ତି ଆମ ମୁଣ୍ଡ ଉପରୁ ଛାତ ଚାଲିଛି । ସେ ଆମ ପିତୃତୁଲ୍ୟ ଥିଲେ । ଅଭିନେତ୍ରୀ ଅନୁ ଚୌଧୁରୀ ମଧ୍ୟ ବିଜୟ ମହାନ୍ତିଙ୍କୁ ମନେ ପକାଇ ଭାବ ବିହ୍ବଳ ହୋଇ ଲୁହ ଅଟକାଇ ପାରି ନଥିଲେ ।

ତେବେ ଉତ୍କଳ ସଂଗୀତ ମହାବିଦ୍ୟାଳୟରୁ ବିଜୟଙ୍କ ମରଶରୀରକୁ ଭୁବନେଶ୍ବର ସ୍ଥିତ ସତ୍ୟନଗର ଶ୍ମଶାନକୁ ନିଆଯାଇଛି । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ଭୁବନେଶ୍ବରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Jul 21, 2020, 2:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.