ଭୁବନେଶ୍ବର: ଚଳିତ ବର୍ଷ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ଆଥଲେଟ୍ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ଏହାକୁ ସମ୍ମାନ ଜଣାଇ କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗ ପକ୍ଷରୁ ୨୩୭ କ୍ରୀଡ଼ାବିତ୍ଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି । ୨୩୭ ଆଥଲେଟ୍ଙ୍କ ମଧ୍ୟରୁ ୧୭୨ ଆଥ୍ଲେଟ ରହିଥିବା ବେଳେ ୬୫ ଜଣ ପାରା ଆଥଲେଟ୍ ରହିଛନ୍ତି ।

ଏହି କ୍ରୀଡ଼ାବିତ୍ଙ୍କୁ ରାଜ୍ୟ କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗ ପକ୍ଷରୁ ମୋଟ ୧ କୋଟି ୮ ଲକ୍ଷ ୮୩ ହଜାର ଟଙ୍କା ପ୍ରଦାନ କରାଯାଇଛି । କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କ୍ରୀଡ଼ାବିତ୍ଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ଏହାକୁ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ସଚିବ ତଥା କମିଶନର ଆର୍ ଭିନିଲ କ୍ରୀଷ୍ଣା ଓ ବିଭାଗର ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ । କ୍ରୀଡ଼ା ବିଭାଗ ପକ୍ଷରୁ ପୁରସ୍କୃତ ହେବା ପରେ ଖୁସି ଜାହିର କରିଛନ୍ତି ମସସ୍ତ କ୍ରୀଡ଼ାବିତ୍ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ