ଭୁବନେଶ୍ବର: ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ 2019 ମସିହା ପାଇଁ ସର୍ବୋଚ୍ଚ ସମ୍ମାନ ଘୋଷଣା। ଓଡ଼ିଶାର ବିଶିଷ୍ଟ କଥାକାର ତଥା ସାରସ୍ବତ ସାଧକ ବୀଣାପାଣି ମହାନ୍ତି ପାଇବେ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର।
ସୋମବାର କାର୍ଯ୍ୟକାରିଣୀ ବୈଠକ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଥିଲା। ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯିବା ସହ ଆଉ 15ଜଣ ସାରସ୍ବତ ସାଧକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ବୋଲ ଜଣାଯାଇଛି। ଯାହାକି ଖୁବଶୀଘ୍ର ଏକ ସ୍ବତନ୍ତ୍ର ଉତ୍ସବ ଆୟୋଜନ କରି ପ୍ରଦାନ କରାଯିବା ନେଇ ଏକାଡେମୀ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ