ETV Bharat / city

ଧାନ କିଣା ପ୍ରସଙ୍ଗରେ ଭାଗ ନିଅନ୍ତୁ ମୁଖ୍ୟମନ୍ତ୍ରୀ: ନରସିଂହ ମିଶ୍ର - assembly budget session

ଧାନ କିଣା ପ୍ରସଙ୍ଗକୁ ବିଧାନସଭାରେ ଅଚଳାବସ୍ଥା ଜାରି । ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ କଲେ ନରସିଂହ ମିଶ୍ର । ଅଧିକ ପଢନ୍ତୁ...

ଧାନ କିଣା ପ୍ରସଙ୍ଗରେ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ କଲେ ନରସିଂହ ମିଶ୍ର

author img

By

Published : Feb 20, 2021, 1:39 PM IST

Updated : Feb 20, 2021, 2:01 PM IST

ଭୁବନେଶ୍ବର: ଧାନ କିଣା ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଆଲୋଚନା ପାଇଁ ମୁଲତବୀ ନୋଟିସ ଦିଆଯାଇଥିଲା । ଏହା ଉପରେ ଆଜି ଗୃହରେ କୌଣସି ଆଲୋଚନା ହୋଇପାରିଲା ନାହିଁ । ଯୋଗାଣ ମନ୍ତ୍ରୀଙ୍କ ବିବୃତିକୁ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଇଥିଲା । ଏହା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଧାନକିଣା ପ୍ରସଙ୍ଗରେ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ କରିଛନ୍ତି ।

ଚାଷୀମାନେ ସେମାନଙ୍କର ବିକ୍ରି କରିପାରୁନାହାଁନ୍ତି । ସରକାରୀ ଦଳର ବାହାରେ ବିଭିନ୍ନ ପ୍ରକାରର ଦୃଢୋକ୍ତି ପ୍ରକାଶ କରୁଛନ୍ତି । କଂଗ୍ରେସ ସମସ୍ତଙ୍କ ପ୍ରକାରର ଆଲୋଚନା ପାଇଁ ତୟାର । ଅଥଚ ଆଲୋଚନା ସମୟରେ କେହି ଭାଗ ନେଉନାହାଁନ୍ତି । ସରକାର ସବୁବେଳେ ପଛଘୁଞ୍ଚା ଦେଉଛନ୍ତି ବୋଲି ନରସିଂହ ମିଶ୍ର କହିଛନ୍ତି । ତେବେ ଚାଷୀଙ୍କ ଧାନକୁ ଉଚିତ ମୂଲ୍ୟରେ କିଣା ଯାଉ । ଆଉ ଏଥିପାଇଁ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସି ଏହି ପ୍ରସଙ୍ଗ ଉପରେ ଆଲୋଚନା କରନ୍ତୁ ବୋଲି ନରସିଂହ ମିଶ୍ର ଆହ୍ବାନ କରିଛନ୍ତି ।

ଧାନ କିଣା ପ୍ରସଙ୍ଗରେ ଭାଗ ନିଅନ୍ତୁ ମୁଖ୍ୟମନ୍ତ୍ରୀ

ଏହା ସହ ସର୍ବଦଳୀୟ ବୈଠକରେ କଂଗ୍ରେସ ମନ୍ତ୍ରୀଙ୍କ ବିବୃତି ଉପରେ ରାଜି ହୋଇନଥିଲେ । ଏହା ସତ୍ତ୍ବେ ଗୃହରେ ବାଚସ୍ପତି ସମସ୍ତଙ୍କ ସ୍ବୀକୃତି କ୍ରମେ ମନ୍ତ୍ରୀ ବିବୃତି ରଖିବାକୁ ଯାଉଛନ୍ତି ବୋଲି କହିଥିଲେ । ଯାହା ସମ୍ପୂର୍ଣ୍ଣ ମିଥ୍ୟା । ଆଉ ଏହାକୁ ପ୍ରତିବାଦ ସତ୍ତ୍ବେ ସଂଶୋଧନ କରାଯାଇନଥିଲା ବୋଲି ବରିଷ୍ଠ ବିଧାୟକ ଅଭିଯୋଗ କରିଛନ୍ତି । ସେ ନିଜେ ଏହାକୁ ସର୍ବଦଳୀୟ ବୈଠକରେ ମନ୍ତ୍ରୀଙ୍କ ବିବୃତିକୁ ପ୍ରତ୍ୟାଖ୍ୟାନ କରିଥିଲେ । ବାଚସ୍ପତି ଗୃହରେ ଭୁଲ ବୟାନ ଦେବା ସହ ଗୃହରେ ବିଭ୍ରାନ୍ତି କର ତଥ୍ୟ ଦେଉଥିବା ନେଇ ଅଭିଯୋଗ ଆଣିଛନ୍ତି ନରସିଂହ । ଏଥିପାଇଁ ସେ ବାଚସ୍ପତିଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି । ଏହା ଦ୍ଵାରା ଗୃହର ମର୍ଯ୍ୟାଦା ହାନୀ ହୋଇଛି । ଆଗକୁ ଏହା ସଂଶୋଧନ କରାନ ଗଲେ ପରବର୍ତ୍ତୀ ସର୍ବଦଳୀୟ ବୈଠକରେ କଂଗ୍ରେସ ଉପସ୍ଥିତ ରହିବ ନାହିଁ କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି ।

ସୂଚନାଯୋଗ୍ୟ, ବିଧାନସଭାର ତୃତୀୟ ଦିନରେ ବି ଚାଲିପାରୁନି ଗୃହ । ଧାନକିଣା ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କ ହୋହଲ୍ଲା ଜାରି । ଗୃହକୁ ପ୍ରଥମେ ଦିନ 11.30 ଓ ପରେ 4ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ସେପଟେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦୁଇ ଫାଳ ହୋଇଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Feb 20, 2021, 2:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.