ଭୁବନେଶ୍ବର: ସୁସ୍ଥ ଅଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏନେଇ ଟ୍ବିଟ କରି ସୂଚନା ଦେଲେ ନିଜେ ନରସିଂହ । ବୁଧବାର ଯାଏଁ ଡାକ୍ତରଙ୍କ ନିରୀକ୍ଷଣରେ ଥିବା ସୂଚନା ଦେଲେ ସେ । ଏହାସହ ଟ୍ବିଟ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ନରସିଂହ ।
ପ୍ରକାଶଥାଉକି, କଂଗ୍ରେସ ପ୍ରତିଷ୍ଠା ଦିବସରେ ସିବିଆଇ ଅଫିସର ଘେରାଉ କରିଥିଲା ଦଳ । ତେବେ ଏହି ସମୟରେ ଅସୁସ୍ଥ ହୋଇପଡିଥିଲେ ନରସିଂହ ମିଶ୍ର । ତାଙ୍କୁ ତୁରନ୍ତ ଆପୋଲୋ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର ସମସ୍ତ ପ୍ରକାର ଉପଚାର ହୋଇଥିବା କୁହାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଫୋନ୍ କରି ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ