ETV Bharat / city

Man ki baat: ଭାରତକୁ ଶ୍ରେଷ୍ଠ କରାଇବାକୁ ପ୍ରଧାନମନ୍ତ୍ରୀଙ୍କ ଚେଷ୍ଟା ଜାରି କହିଲେ ସମୀର - ମୋଦିଙ୍କ ମନ୍‌ କି ବାତ୍‌ରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ

ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଶୁଣିଲେ ରାଜ୍ୟ ବିଜେପି ସଭାପତି । କହିଲେ ଭାରତକୁ ଶ୍ରେଷ୍ଠ କରାଇବାକୁ ପ୍ରଧାନମନ୍ତ୍ରୀଙ୍କ ଚେଷ୍ଟା ଜାରି ରହିଛି । ଅଧିକ ପଢ଼ନ୍ତୁ

Narandra Modi trying to make country the best said Samir Mohanty after listening Man ki baat
ମୋଦିଙ୍କ ମନ୍‌ କି ବାତ୍‌ ଶୁଣିଲେ ସମୀର ମହାନ୍ତି, କହିଲେ ଭାରତକୁ ଶ୍ରେଷ୍ଠ କରାଇବାକୁ ପ୍ରଧାନମନ୍ତ୍ରୀଙ୍କ ଚେଷ୍ଟା ଜାରି
author img

By

Published : Sep 25, 2022, 5:09 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଶୁଣିଲେ ରାଜ୍ୟ ସଭାପତି ସମୀର ମହାନ୍ତି (Samir Mohanty listen Man ki baat)। 93ତମ ‘ମନ କି ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଅଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଆଜି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନିଜ ସମ୍ବୋଧନରେ ସ୍ଥାନ ଦେଇଥିଲେ (important issues in Man ki baat)। ଭୁବନେଶ୍ବରସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନ୍ୟ ବିଜେପି ନେତା ଓ କର୍ମୀଙ୍କ ସହ ମିଶି ରାଜ୍ୟ ବିଜେପି ସଭାପତି ମୋଦିଙ୍କ "ମନ୍‌ କି ବାତ୍‌" କାର୍ଯ୍ୟକ୍ରମ ଶୁଣିଛନ୍ତି ।

ମୋଦିଙ୍କ ମନ୍‌ କି ବାତ୍‌ ଶୁଣିଲେ ସମୀର ମହାନ୍ତି, କହିଲେ ଭାରତକୁ ଶ୍ରେଷ୍ଠ କରାଇବାକୁ ପ୍ରଧାନମନ୍ତ୍ରୀଙ୍କ ଚେଷ୍ଟା ଜାରି

ଏହା ବି ପଢ଼ନ୍ତୁ Mann ki Baat: ଶହୀଦ ଭବଗତ ସିଂଙ୍କ ନାମରେ ନାମିତ ହେବ ଚଣ୍ଡିଗଡ ବିମାନ ବନ୍ଦର

ଏହାକୁ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, "ମାନବବାଦର ପ୍ରଣେତା ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଆଜି ଜନ୍ମ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ମନ୍‌ କି ବାତ୍‌' ସ୍ବତନ୍ତ୍ର । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ 'ମନ୍‌ କି ବାତ୍‌'ରେ ଯେଉଁ କଥା କହିଛନ୍ତି । ତାହା ଦେଶବାସୀଙ୍କୁ ପ୍ରେରଣା ଦେବ । ମୋଦି ସାଙ୍କେତିକ ଭାଷା( Sign Language) ବିଷୟରେ କହି ଦେଶର ଦିବ୍ୟାଙ୍ଗଙ୍କୁ ଉତ୍ସାହିତ କରିଛନ୍ତି । ସେହିପରି ଟିବି ମୁକ୍ତ ଭାରତ ପାଇଁ ଯେଉଁ ସ୍ଲୋଗାନ ଦେଇଛନ୍ତି । ତାହା ଦେଶବାସୀଙ୍କ ସହଯୋଗରେ ନିଶ୍ଚୟ ସଫଳ ହେବ । ଗୁଜୁରାଟରେ ଆୟୋଜିତ ହେବାକୁ ଥିବା ଜାତୀୟ କ୍ରୀଡ଼ା ପାଇଁ ମଧ୍ୟ ଖେଳାଳୀଙ୍କୁ ଶୁଭେଚ୍ଛା ଜାଣାଇଛନ୍ତି । ଭାରତକୁ ଶ୍ରେଷ୍ଠ ରାଷ୍ଟ୍ର ଭାବରେ ଗଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ସମୟରେ ଚେଷ୍ଟା କରୁଛନ୍ତି ।"

ନାମ୍ବିଆରୁ ଆସିଥିବା 8ଟି ଆଫ୍ରିକୀୟ ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିଥିଲେ । ଦୀର୍ଘ ବର୍ଷ ପରେ ଚିତା ଭାରତକୁ ଆସିବା ପରେ ସମଗ୍ର ଦେଶରେ ଖୁସିର ଲହରି ଦେଖିବାକୁ ମିଳିଥିବା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତ ଦେଶବାସୀ ଚିତାଙ୍କ ପାଇଁ ଗର୍ବ ଅନୁଭବ କରୁଥିବାବେଳେ, ଏମାନଙ୍କ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଟାକ୍ସଫୋର୍ସ ଗଠନ ହୋଇଛି । ଏହି ଚାକ୍ସଫୋର୍ସ ଏହି ଚିତାଙ୍କର ନୀରିକ୍ଷଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି, "ବର୍ତ୍ତମାନ ସମୟରେ ପାରା ସ୍ପୋର୍ଟରେ ଭାରତ ପ୍ରଦର୍ଶନ ଉଚ୍ଚକୋଟିର ରହିଛି । ନିକଟରେ ଆୟୋଜିତ ଏକାଧିକ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପାରା ଆଥଲେଟମାନେ ଉଚ୍ଚକୋଟିର ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନର ଯୁବପିଢି ମଧ୍ୟରେ ଫିଟ୍‌ନେସ୍‌ କଲ୍‌ଚର୍‌କୁ ନେଇ ମଧ୍ୟ ସଚେତନତା ଓ ଆଗ୍ରହ ବୃଦ୍ଧି ପାଇଛି । ଗ୍ରାଉଣ୍ଡରେ କାର୍ଯ୍ୟ କରୁଥିବା ଅନେକ ଲୋକ ସେମାନଙ୍କୁ ଏହି ଦିଗରେ ଉତ୍ସାହିତ କରିବାରେ ସହୟକ ହେଉଛନ୍ତି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.