ETV Bharat / city

ଥାନାରୁ ଚମ୍ପଟ ମାରିଥିବା 3 ଅପରାଧୀଙ୍କୁ କାବୁ କଲା ପୋଲିସ - ଅପାରାଧିଙ୍କୁ କାବୁ କଲା ନନ୍ଦନକାନନ ପୋଲିସ

ନନ୍ଦନକାନନ ଥାନାରୁ ଚମ୍ପଟ ମାରିଥିବା 3 ଅପାରାଧୀଙ୍କୁ କାବୁ କଲା ପୋଲିସ । ଅନ୍ଧାରର ସୁଯୋଗ ନେଇ ଚମ୍ପଟ ମାରିଥିଲେ 3 ଅପାରାଧୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 18, 2019, 5:19 AM IST

ଭୁବନେଶ୍ବର: ପ୍ରଥମେ ଥାନାରୁ ଚମ୍ପଟ ମାରିଲେ 3 ଅପରାଧୀ । ପରେ ଚାଲିଲା ଲୁଚକାଳି ଖେଳ । ତେବେ ଶେଷରେ ଚମ୍ପଟ ମାରିଥିବା ଅପରାଧୀଙ୍କୁ କାବୁ କରିଛି ପୋଲିସି । ଏପରି ଘଟଣା ଘଟିଛି ନ୍ଦନକାନନ ଥାନାରେ ।

ଚୋରି ମାମଲାରେ 3 ଜଣ ଚୋରଙ୍କୁ ପୋଲିସ ଅଟକ ରଖିଥିଲା । ତେବେ ଅନ୍ଧାର ଓ ପୋଲିସର ଅସବଧାନତାର ସୁଯୋଗ ନେଇ 3 ଜଣ ଚୋର ଚମ୍ପଟ ମାରିଥିଲେ । ଏହାକୁ ନେଇ ପୋଲିସ ତନାଘନା ଆରମ୍ଭ କରିଥିଲା । ତେବେ ନନ୍ଦନକାନନ ଥାନା ହାତରେ ପୁଣିଥରେ ଚୋରମାନେ ଧରାପଡିଛନ୍ତି।

ନନ୍ଦନକାନନ ଥାନା ନିକଟସ୍ଥ ସରସ୍ୱତୀ ବିହାରରେ ଏକ ପ୍ରୋଜେକ୍ଟ କାମ ଚାଲୁଥିଲା । ପ୍ରୋଜେକ୍ଟରେ ସୁପରଭାଇଜର ଭାବରେ କାମ କରୁଥିଲେ ରଘୁନାଥପୁର ଗ୍ରାମର ନୀଳକଣ୍ଠ ରାଉତ । ମଙ୍ଗଳବାର ଦିନ କାମ ବନ୍ଦ ରହିଥିବା ବେଳେ ଏହାର ସୁଯୋଗ ନେଇ ପି ସିନୁ ରେଡ଼ି ଓ ତାର ଦୁଇ ସହଯୋଗୀ ଏନ ପ୍ରକାଶ ଓ କୁନା କିଛି ଗୁରୀତ୍ବପୂର୍ଣ୍ଣ ଜିନିଷ ଚୋରି କରିଥିଲେ । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିନୁ ରେଡିକୁ ଗିରଫ କରିଥିଲା । ତଥ୍ୟ ଆଧାରରେ ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ନନ୍ଦନକାନନ ପୋଲିସ ।

ତେବେ ତିନି ଜଣଙ୍କୁ ଗିରଫ କରି ହାଜତରେ ରଖିଥିଲା ପୋଲିସ । ଗୁରବାର ସନ୍ଧ୍ୟାରେ ଲାଇନ କଟିଯିବା ଫଳରେ ଏହାର ସୁଯୋଗ ନେଇ ତିନିଜଣ ଲୁଟେରା ଫେରାର ହୋଇଯାଇଥିଲେ । ପରେ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଦୁଇଟି ଟିମ ଗଠନ କରି ଦୀର୍ଘ ୩ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ମଣିତିରୁମଲା ମନ୍ଦିର ନିକଟସ୍ଥ ଏକ ବୁଦା ମୂଳରେ ଲୁଚିଥିବା ଅପରାଧୀଙ୍କୁ କାବୁ କରିବାରେ ସଫଳ ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:ଥାନାରୁ ଚମ୍ପଟ ମାରିଲେ 3 ଅପାରାଧି। ଲୁଚକାଳି ଖେଳ ଭିତରେ କାବୁ କଲା ପୋଲିସ।

ଅନ୍ଧାରର ସୁଯୋଗ ନେଇ ଚମ୍ପଟ ମାରିଲେ 3 ଜଣ ଅପାରାଧି। ଦୀର୍ଘ ସମୟ ଧରି ଲୁଚକାଳି ଖେଳ ପରେ ପୁଣି ପୋଲିସ ହାତରେ ଧାରା ପଡିଛନ୍ତି ଅପରାଧୀ।

Body:
ନନ୍ଦନକାନନ ଥାନା ରେ ଘଟିଛି ଘଟଣା। ଚୋରି ମାମଲାରେ 3 ଜଣ ଚୋରଙ୍କୁ ପୋଲିସ ଅଟକ ରଖିଥିଲା। ତେବେ ଅନ୍ଧାରର ସୁଯୋଗ ଓ ପୋଲିସ ର ଆଶାବଧାନତା କୁ ନେଇ 3 ଜଣ ଚୋର ଠନାରୁ ଚମ୍ପଟ ମାରିଥିଲେ। ଏହାକୁ ନେଇ ପୋଲିସ ତନାଘନା ଆରମ୍ଭ କରିଥିଲା। ତେବେ ନନ୍ଦନକାନନ ଥାନା ଆଖ ପାଖରୁ ପୁନରବାର ଧରାପଡିଛନ୍ତି।

ସୂଚନା ଅନୁଯାୟୀ, ନନ୍ଦନକାନନ ଥାନା ନିକଟସ୍ଥ ସରସ୍ୱତୀ ବିହାରରେ ଏକ ପ୍ରୋଜିକ୍ତ କାମ ଚାଲୁଥିଲା। ପ୍ରୋଜେକ୍ତ ରେ ସୁପରଭାଇଜର ଭାବରେ କାମ କରୁଥିଲେ ରଘୁନାଥ ପୁର ଗ୍ରାମର ନୀଳକଣ୍ଠ ରାଉତ। ମଙ୍ଗଳବାର ଦିନ କାମ ବନ୍ଦ ରହିଥିବା ବେଳେ ଏହାର ସୁଯୋଗ ନେଇ ପି ସିନୁ ରେଡ଼ି, ଓ ତାର ଦୁଇ ସହଯୋଗୀ ଏନ ପ୍ରକାଶ ଓ କୁନା କିଛି ଗୁରୀତ୍ବପୂର୍ଣ୍ଣ ଜିନିଷ ଚୋରି କରିଥିଲେ। ଏବେ ପୋଲିସ ଘଟଣା ଥଲରେ ପହଁଚି ସିନୁ ରେଡିକୁ ଗିରଫ କରିଥିଲା। ତଥ୍ୟ ଆଧାରରେ ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ନନ୍ଦନକାନନ ପୋଲିସ। ତେବେ ତିନି ଜଣଙ୍କୁ ଗିରଫ କରି ହାଜତରେ ରଖିଥିଲା ପୋଲିସ। ତେବେ ଆଜି ସନ୍ଧ୍ୟାରେ ଲାଇନ କଟିଯିବା ଫଳରେ ଏହାର ସୁଯୋଗ ନେଇ ତିନିଜଣ ଲୁଟେରା ଫେରାର ହୋଇଯାଇଥିଲେ। ତେବେ ଜୀବନ ବିକଳରେ ଅପରାଧୀଙ୍କୁ ଧରିବା ପାଇଁ ଜୀବନ ବିକଳରେ ଦୁଇ ଜଣିଆ ଟିମ ଗଠନ କରି ଦୀର୍ଘ ୩ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ମଣିତିରୁମଲା ମନ୍ଦିର ନିକଟସ୍ଥ ଏକ ବୁଦା ମୂଳରେ ଲୁଚିଥିବା ଅପରାଧୀଙ୍କୁ କାବୁ କରିଥିଲା ପୋଲିସ। ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ସେମାନେ ଦାୟିତ୍ୱରେ ଅବହେଳା କଲେ , ଯାହା ଫଳରେ ଅପରାଧିମାନେ ହଜାତରୁ ଚମ୍ପଟ ମାରିଲେ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.