ଭୁବନେଶ୍ବର: ଉଲଗ୍ନ ଯୁବକର ଉନ୍ମତ୍ତକାଣ୍ଡ, ବିଚ ରାସ୍ତାରେ ଉତ୍ପାତ ମଚାଇଲେ ଯୁବକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ରାଜଧାନୀର ରାଜରାସ୍ତାରେ । ଯୁବକଙ୍କୁ କାବୁ କରିବାକୁ ନାକେଦମ ହେଲା ପୋଲିସ ।
ସୋମବାର ସକାଳ ସମୟରେ ପିଏମଜି ସ୍କୋୟାରରେ ଯୁବକ ଜଣଙ୍କ ଉଲଗ୍ନ ହୋଇ ତାଣ୍ଡବ ମଚାଇଛନ୍ତି । ସ୍କୁଟିରେ ଜଣେ ଯୁବତୀ ଯାଉଥିବାବେଳେ ବାଟରେ ହଠାତ ଯୁବକ ଜଣକ କଣ କରିବେ କଣ ନ କରିବେ କିଛି ଭାବିବା ପୁର୍ବରୁ ଯୁବତୀଙ୍କ ହାତକୁ ଧରିପକାଇଲେ । ପରେ ତାଙ୍କ ବେକକୁ ଜାବୁଡି ଧରି ପକାଇଲେ । ଯୁବତୀ ଜଣଙ୍କ ଖସିବାକୁ ଉଦ୍ୟମ କରି ଚିତ୍କାର କରିଥିଲେ । ଏହା ପରେ ପାଖରେ ଥିବା ପୋଲିସ ଆସି ଯୁବକଙ୍କଠାରୁ ଯୁବତୀଙ୍କୁ ଉଦ୍ଧାର କଲେ । ଏହା ପରେ ଯୁବକ ଜଣଙ୍କ ଉଲଗ୍ନ ହୋଇ ତାଣ୍ଡବ ମଚାଇଛନ୍ତି । ଯୁବକ ଜଣକ ଏପଟେ ସେପଟେ ଧାଇଁବାକୁ ଲାଗିଲେ । ପରେ ପରିସ୍ଥିତି ଏପରି ହେଲା ଶେଷରେ ପୋଲିସର ଟେଣ୍ଟ ଭିତରକୁ ନେଇ ଯୁବକକୁ କାବୁ କରିଥିଲେ ।
ଏନେଇ ଯୁବତୀ ଜଣଙ୍କ ଖାରବେଳ ନଗର ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଯୁବକ ଜଣେ ମାନସିକ ସ୍ଥିତି ଭଲ ନଥିବା ପୋଲିସ କହୁଛି ହେଲେ ପ୍ରକୃତରେ ସେ ଜାଣି ଶୁଣି କରିଛନ୍ତି ନା ମାନସିକ ସ୍ଥିତି ହରାଇ ଏପରି କରିଛନ୍ତି ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଯୁବକଙ୍କ ପରିଚୟ ମିଳିଥିବା ବେଳେ ସେ ଏସ ପଣ୍ଡା ୟୁନିଟ ୨ ରେ ସରକାରୀ କ୍ବାର୍ଟର କଲୋନିରେ ରୁହନ୍ତି । ତେବେ ତାଙ୍କ ବାପା ଜଣେ ସରକାରୀ କର୍ମଚାରୀ ଏବଂ ତାଙ୍କ ଭାଇ ମିଶି ଯୁବକଙ୍କୁ ଉଦ୍ଧାର କରି ଘରକୁ ନେଇଛନ୍ତି । ଏନେଇ ପୋଲିସ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା ଜାରି ରଖିଛି ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ