ETV Bharat / city

ବିଜେପିରେ ସାମିଲ ହେଲେ ନବରଙ୍ଗପୁରର ବିଜେଡି ନେତା ଓ କର୍ମୀ

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ନବରଙ୍ଗପୁରର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେପିରେ (Nabarangpur BJD leader and worker join BJP) ସାମିଲ ହୋଇଛନ୍ତି। ଅଧିକ ପଢନ୍ତୁ

ବିଜେପିରେ ସାମିଲ ହେଲେ ନବରଙ୍ଗପୁରର ବିଜେଡି ନେତା ଓ କର୍ମୀ
ବିଜେପିରେ ସାମିଲ ହେଲେ ନବରଙ୍ଗପୁରର ବିଜେଡି ନେତା ଓ କର୍ମୀ
author img

By

Published : Jan 3, 2022, 9:51 PM IST

ଭୁବନେଶ୍ବର: ବିଜେପିରେ ସାମିଲ ହେଲେ ଶତାଧିକ ବିଜେଡି କର୍ମୀ (BJD leader and worker join BJP) । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ନବରଙ୍ଗପୁରର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।

ବିଜେପିରେ ସାମିଲ ହେଲେ ନବରଙ୍ଗପୁରର ବିଜେଡି ନେତା ଓ କର୍ମୀ

ବିଜେପିରେ ସାମିଲ ହେଲେ ନବରଙ୍ଗପୁରର ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀ। ଜିଲ୍ଲା ବିଜେଡ଼ିର ଯୁବ ଓ ସଂଖ୍ୟା ଲଘୁ ସେଲର ବହୁ ପଦାଧିକାରେ ବିଜେପିରେ ଯୋଗ ଦେଇଛନ୍ତି । ସଭାପତି ସମୀର ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ଵର ଟୁଡୁ, ବିଧାୟକ ନିତ୍ୟାନଦ ଗଣ୍ଡ, ମୁକେଶ ମହାଲିଙ୍ଗ ଓ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ଉପସ୍ଥିତିରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣପର୍ବରେ ସାମିଲ ହୋଇଛନ୍ତି। ଜିଲ୍ଲା ଓ ବ୍ଳକ ବିଜେଡ଼ିର ବହୁ ପଦାଧିକାରୀଙ୍କ ସହ କର୍ମୀ ସାମିଲ । ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶ ଓ ଜନ କଲ୍ୟାଣ ଯୋଜନାରେ ପ୍ରଭାବିତ ହୋଇ ଏମାନେ ସମସ୍ତେ ବିଜେପିରେ ଯୋଗ ଦେଇଥିବା କହିଛନ୍ତି ସଭାପତି ସମୀର ମହାନ୍ତି।

ସୂଚନାଥାଉକି ରାଜ୍ୟରେ ଆଗାମୀ ନିର୍ବାଚନକୁ ନଜରରେ ରଖି ଶାସକ ବିଜେଡି ସମେତ ବିରୋଧୀ ବିଜେପି ଓ କଂଗ୍ରେସରେ ବିଭିନ୍ନ ଦଳର ନେତା ଓ କର୍ମୀ ସାମିଲ ହେଉଛନ୍ତି । ତେବେ ଆଗାମୀ ପଞ୍ଚାୟତ ଓ ପୌରପାଳିକା ନିର୍ବାଚନ ବେଶ ରୋଚକ ହେବାର ସମ୍ଭାବନା ରହିଛି। ଶାସକ ବିଜେଡିକୁ ଉଭୟ କଂଗ୍ରେସ ଓ ବିଜେପି ଟକ୍କର ଦେବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି । ରାଜ୍ୟ ସ୍ତରର ନେତାମାନେ ବର୍ତ୍ତମାନ ତୃଣମୂଳ ସ୍ତରର ନେତାଙ୍କ ସହିତ ଯୋଗାଯୋଗ କରି ନିଜ ଦଳର ସ୍ଥିତିକୁ ମଜବୁତ କରିବା ପାଇଁ ଲାଗି ପଡିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.