ETV Bharat / city

Ruchika Suicide Case: ନ୍ୟାୟ ଦାବିରେ 19ରେ ଓଡ଼ିଶା ବନ୍ଦ ଡାକରା - ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା

ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା । ନ୍ୟାୟ ଦାବିରେ 19 ରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଅଧିକ ପଢନ୍ତୁ

Ruchika Suicide Case:ନ୍ୟାୟ ଦାବିରେ 19ରେ ଓଡ଼ିଶା ବନ୍ଦ

author img

By

Published : Jul 13, 2022, 9:23 PM IST

Updated : Jul 13, 2022, 10:11 PM IST

ଭୁବନେଶ୍ବର : ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା । ନ୍ୟାୟ ଦାବିରେ 19 ରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଏପଟେ ଚାଷୀ ନେତା ଅକ୍ଷୟ କୁମାରଙ୍କ ହସ୍ତକ୍ଷେପ ପରେ ଅନଶନ ଭାଙ୍ଗିଛନ୍ତି ରୁଚିକାଙ୍କ ମା’।

ସଂଗଠନ ପକ୍ଷରୁ ଆସନ୍ତା ୧୭ ତାରିଖରେ କଟକ ଡିଜିପି ଅଫିସ ଆଗରେ ମୌନବ୍ରତ ଧାରଣା ଦିଆଯିବ । ପିଏମଜିରେ ୧୧ ଦିନର ଧାରଣା ପରେ ସଂଗଠନ ପକ୍ଷରୁ ଏହି ଘୋଷଣା କରାଯାଇଛି। ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏହି ଘୋଷଣା କରିଛନ୍ତି । ଓଡ଼ିଶା ବନ୍ଦ ସମର୍ଥନ ପାଇଁ ରୁଚିକାଙ୍କ ମା’ ବିଦୁପ୍ରଭା ମହାନ୍ତି ଆବେଦନ କରିଛନ୍ତି ।

Ruchika Suicide Case: ନ୍ୟାୟ ଦାବିରେ 19ରେ ଓଡ଼ିଶା ବନ୍ଦ ଡାକରା

ସୂଚନା ଅନୁସାରେ ଆଗାମୀ ୧୯ ତାରିଖରେ ନବନିର୍ମାଣ କୃଷକ, ଛାତ୍ର ସଂଗଠନ ଓଡ଼ିଶା ବନ୍ଦ ଡାକରା ଦେଇଛି। ସେହିପରି ସଂଗଠନ ଆଗାମୀ ୧୭ ତାରିଖ ଦିନ ପୋଲିସ ଡିଜି ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବ ବୋଲି ସୂଚନା ମିଳିଛି । ଏହି ଧାରଣାରେ ସମସ୍ତ ରାଜନୈତିକ ଦଳ ସାମିଲ ହେବା ପାଇଁ ସଂଗଠନର ଆବାହକ ଅକ୍ଷୟ କୁମାର ନିବେଦନ କରିଛନ୍ତି।

ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀରେ ଆଜି ନବନିର୍ମାଣ କୃଷକ ସଂଗଠନ, ନବନିର୍ମାଣ ଛାତ୍ର ସଂଗଠନ ଓ ରୁଚିକାଙ୍କ ମା’ ଉପସ୍ଥିତିରେ ଆନ୍ଦୋଳନ ନେଇ ଘୋଷଣା ହୋଇଛି । ଆତ୍ମହତ୍ୟାକୁ ୧୨ ଦିନ ବିତିଥିଲେ ବି କୌଣସି ନିଷ୍କର୍ଷରେ ପହଞ୍ଚିପାରିନି ପୋଲିସ। ରାଗିଂ ହୋଇ ନ ଥିବା ପୋଲିସ କହୁଛି । ନୈତିକତା ଦୃଷ୍ଟି କୋଣରୁ ହଷ୍ଟେଲ ୱାର୍ଡନ, ସୁପରିଟେଣ୍ଡେଣ୍ଟ ଇସ୍ତଫା ଦେବା କଥା। ୧୪ ଓ ୧୫ତାରିଖରେ କଲେଜ କଲେଜ ବୁଲି ଛାତ୍ରଛାତ୍ରୀମାନେ ସାମିଲ ପାଇଁ ରୁଚିକାଙ୍କ ମା ଓ ନବନିର୍ମାଣ ଛାତ୍ର ସଂଗଠନ ଅନୁରୋଧ କରିବେ ।

ଇଟିଭି ଭାରତ,ଭୁବନେଶ୍ବର

Last Updated : Jul 13, 2022, 10:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.