ETV Bharat / city

ଓଡିଶା ଆସିଲା 20 ହଜାର N95 ମାସ୍କ

author img

By

Published : Mar 28, 2020, 11:33 PM IST

ରାୟପୁରରୁ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର କାର୍ଗୋ ବିମାନରେ ଏନ 95 ମାସ୍କ ଭୁବନେଶ୍ୱର ଆସିଛି । ଅଧିକ ପଢନ୍ତୁ...

n95-masks-available-in-odisha-market
ଓଡିଶା ଆସିଲା 20 ହଜାର N95 ମାସ୍କ

ଭୁବନେଶ୍ବର: ଓଡିଶାକୁ ଆସିଲା 20 ହଜାର N95ମାସ୍କ । ରାୟପୁରରୁ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର କାର୍ଗୋ ବିମାନରେ ଏନ 95 ମାସ୍କ ଭୁବନେଶ୍ୱର ଆସିଛି । ଓଡିଶା ମେଡିକାଲ କର୍ପୋରେସନ ତରଫରୁ ଗତ ଜାନୁଆରୀରେ ଏହି ଅର୍ଡର ଦିଆଯାଇଥିଲା । ଏହା ସହିତ 20 ଲକ୍ଷ ଟ୍ରିପଲ ଲେୟର ମାସ୍କ ମଧ୍ୟ ଆସିଛି। ଫଳରେ ଓଡିଶା ବଜାର ଆବଶ୍ୟକତାକୁ ଏହା କିଛି ମାତ୍ରାରେ ଭରଣା କରି ପାରିବ ବୋଲି ଆଶା କରାଯାଉଛି ।

ବର୍ତ୍ତମାନ ଓଡିଶାରେ 3ଜଣ କୋରୋନାରେ ପଜିଟିଭ ରହିଥିବା ଜଣାପଡିଛି । ସେମାନେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ପଜିଟିଭଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏଥିପାଇଁ ବଜାରରେ ମାସ୍କ ଓ ସାନିଟାଇଜରର ଚାହିଦା ବେଶ ଅଧିକ ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.