ETV Bharat / city

କ୍ୟାରିୟର କାଉନ୍‌ସେଲିଂ ଉପରେ ଗୁରୁତ୍ବ ଦେବାକୁ ମୋ ସ୍କୁଲ ଅଧ୍ୟକ୍ଷାଙ୍କ ପରାମର୍ଶ - ସୁସ୍ମିତା ବାଗ୍‌ଚୀ

‘ଷ୍ଟୁଡେଣ୍ଟ୍ ଆସ୍ପିରେଶନ ପ୍ରୋଗ୍ରାମ' ଅନ୍ତର୍ଗତ କରାଯାଉଥିବା କାର୍ଯ୍ୟକ୍ରମ ଅଗ୍ରଗତିର ସମୀକ୍ଷା ଏବଂ ତାହାର ସଫଳ ରୂପାୟନ ପାଇଁ ‘ମୋ ସ୍କୁଲ୍‌' ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ବିଭିନ୍ନ ସ୍କୁଲ୍‌ର ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

କ୍ୟାରିୟର କାଉନ୍‌ସେଲିଂ ଉପରେ ଗୁରୁତ୍ବ ଦେବାକୁ କହିଲେ ମୋ ସ୍କୁଲ ଅଧ୍ୟକ୍ଷା

author img

By

Published : Oct 1, 2022, 12:26 PM IST

ଭୁବନେଶ୍ବର: ‘ମୋ ସ୍କୁଲ୍ ଅଭିଯାନ'ରେ ରୂପାନ୍ତରିତ ହୋଇଥିବା 300 ଉଚ୍ଚ ବିଦ୍ୟାଳୟରେ ପାଇଲଟ୍ ପ୍ରକଳ୍ପ ଭାବରେ ‘ଷ୍ଟୁଡେଣ୍ଟ୍ ଆସ୍ପିରେଶନ ପ୍ରୋଗ୍ରାମ' ଆରମ୍ଭ ହୋଇଛି । ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ଶିକ୍ଷାର ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବାକୁ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି । ଏନେଇ ପାଠପଢ଼ା ସହ ଛାତ୍ରଛାତ୍ରୀଙ୍କୁ ସହପାଠ୍ୟଭିତ୍ତିକ କାର୍ଯ୍ୟକ୍ରମ ପ୍ରତି ଆକର୍ଷିତ କରିବାକୁ ସ୍କୁଲ୍ ଏବଂ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

‘ଷ୍ଟୁଡେଣ୍ଟ୍ ଆସ୍ପିରେଶନ ପ୍ରୋଗ୍ରାମ' ଅନ୍ତର୍ଗତ କରାଯାଉଥିବା କାର୍ଯ୍ୟକ୍ରମ ଅଗ୍ରଗତିର ସମୀକ୍ଷା ଏବଂ ତାହାର ସଫଳ ରୂପାୟନ ପାଇଁ ‘ମୋ ସ୍କୁଲ୍‌' ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ବିଭିନ୍ନ ସ୍କୁଲ୍‌ର ପ୍ରଧାନଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି । ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ଆଲୋଚନାରେ ସେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଓଡ଼ିଆ ମାଧ୍ୟମରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଯେପରି କମ୍ୟୁନିକେଶନ ସ୍କିଲ୍ ଏବଂ ସ୍ପୋକେନ୍ ଇଂଲିଶରେ ଦକ୍ଷ ହୋଇପାରିବେ ତାହା ଉପରେ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ପ୍ରଧାନଶିକ୍ଷକମାନେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

‘ମୋ ସ୍କୁଲ୍‌' ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ କହିଛନ୍ତି, "ବର୍ତ୍ତମାନ ସମୟରେ ସରକାରୀ ସ୍କୁଲ୍‌ରେ ପଢ଼ିବାକୁ ପିଲାଙ୍କ ଆଗ୍ରହ ବଢ଼ିଛି । ଏବେ ସେମାନଙ୍କର ଆତ୍ମବିଶ୍ୱାସ ବଢ଼ାଇବା ଆମର ଦାୟିତ୍ୱ । ଆମ ପିଲାଙ୍କ ପାଖରେ ଜ୍ଞାନର ଅଭାବ ନାହିଁ । ନିଜକୁ ପରିପ୍ରକାଶ କରିବାରେ ଯଦି ସେମାନେ ଦକ୍ଷ ହୋଇପାରିବେ ତାହାଲେ ଆଗକୁ ଯାଇ ଅନେକ ସଫଳତା ହାସଲ କରିବେ ।" ସେହିଭଳି ୯ମ ଓ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର କାଉନ୍‌ସେଲିଂର ଆୟୋଜନ କରାଯିବା ଦରକାର ।

ଭୋକେଶନାଲ୍ ଶିକ୍ଷା ସହ ଗଣିତ, ବିଜ୍ଞାନ, କମ୍ପ୍ୟୁଟର ବିଜ୍ଞାନ ଏବଂ 21st century skills ପିଲାମାନଙ୍କୁ ଅଧିକ ଦକ୍ଷ କରିବାକୁ ସମସ୍ତ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦରକାର ପଡିଲେ ପୁରାତନ ଛାତ୍ରଛାତ୍ରୀ ଏବଂ ସ୍କୁଲ୍ ମେଣ୍ଟରମାନଙ୍କ ସହଯୋଗ ନେଇପାରିବେ । ଏନେଇ ‘ମୋ ସ୍କୁଲ୍‌' ପକ୍ଷରୁ ପରାମର୍ଶଭିତ୍ତିକ କାର୍ଯ୍ୟକ୍ରମର ଏକ ତାଲିକା ସ୍କୁଲ୍‌ଗୁଡ଼ିକୁ ପ୍ରଦାନ କରାଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ତାହାର ଉପଯୋଗ କରିବାକୁ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ଜିଲ୍ଲାସ୍ତରୀୟ ଶିକ୍ଷାଧିକାରୀମାନେ ଯୋଗଦେଇ ନିଜ ନିଜର ବ୍ଲକ୍ ଏବଂ ଜିଲ୍ଲାରେ ଗ୍ରହଣ କରାଯାଇଥିବା ବିଭିନ୍ନ ଆସ୍ପିରେଶନାଲ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.