ETV Bharat / city

ଚାଲିଛି କଡାକଡି ଚେକିଂ: ଗାଡ଼ିର ଫିଟନେସ୍‌ ନଥିଲେ ଗଣିବେ ମୋଟା ଅଙ୍କର ଫାଇନ - ଭୁବନେଶ୍ବର ବସ ଫାଇନ ଖବର

ଏମଭିଆଇ କରୁଛନ୍ତି କଡାକଡି ଚେକିଂ । ଯେଉଁ ଗାଡିର ଫିଟନେସ୍‌ ନାହିଁ କଟାଯାଉଛି ମୋଟା ଅଙ୍କର ଫାଇନ୍‌ । ଏକ ସ୍କୁଲ ବସରୁ ୨ ଲକ୍ଷ ୩୩ ହଜାର ଟଙ୍କା ଚାଲାଣ କଟିଥିବାବେଳେ ଏକ ଅଟୋରୁ ୨୭ ହଜାର ଟଙ୍କାର ଫାଇନ୍ କାଟିଛି ଏମ୍‌ଭିଆଇ । ଅଧିକ ପଢନ୍ତୁ

ଚାଲିଛି କଡାକଡି ଚେକିଂ, ଗାଡ଼ିର ଫିଟନେସ୍‌ ନାହିଁ ତ ମୋଟା ଅଙ୍କର ଫାଇନ

author img

By

Published : Apr 21, 2022, 7:57 PM IST

ଭୁବନେଶ୍ବର: ଏମଭିଆଇ କରୁଛନ୍ତି କଡାକଡି ଚେକିଂ । ଯେଉଁ ଗାଡିର ଫିଟନେସ୍‌ ନାହିଁ କଟାଯାଉଛି, ମୋଟା ଅଙ୍କର ଫାଇନ୍‌ । ଯେଉଁ ଅଟୋ ଲୁଚିକି ଗଳି ରାସ୍ତାରେ ଖସି ଯାଉଛନ୍ତି ସେମାନଙ୍କ ଉପରେ ନଜର ରଖାଯାଇଛି । କୌଣସି ଗାଡି ଯେପରି ଖସି ଯାଇନପାରେ ସେଥିପ୍ରତି ଦୃଷ୍ଟି ଦିଆଯାଉଛି । ଏକ ସ୍କୁଲ ବସରୁ ୨ ଲକ୍ଷ ୩୩ ହଜାର ଟଙ୍କା ଚାଲାଣ କଟିଥିବାବେଳେ ଏକ ଅଟୋରୁ ୨୭ ହଜାର ଟଙ୍କାର ଫାଇନ୍ କାଟିଛି ଏମ୍‌ଭିଆଇ ।

ଚାଲିଛି କଡାକଡି ଚେକିଂ, ଗାଡ଼ିର ଫିଟନେସ୍‌ ନାହିଁ ତ ମୋଟା ଅଙ୍କର ଫାଇନ

ବସରେ ଫିଟନେସ, ପଲ୍ୟୁସନ, ଟ୍ୟାକ୍ସ, ଇନସୁରାନ୍ସ ଆଦି ନଥିବାରୁ ଏହି ଚାଲାଣ କଟିଛି । ସ୍କୁଲ ପିଲାଙ୍କୁ ବିପଦପୂର୍ଣ୍ଣ ଭାବରେ ନେବା ଆଣିବା କରୁଥିବାରୁ ବସକୁ ସିଜ କଲା ଏମଭିଆଇ । ଡ଼ମଣା ଛକରେ ଚେକିଂ ବେଳେ ଧରାପଡିଲା ବସ । ଅନ୍ୟପଟେ ଆଉ ଏକ ଅଟୋ ଡ୍ରାଇଭରଙ୍କୁ ୨୭ ହଜାର ଟଙ୍କା ଫାଇନ ଲାଗଛି । DL ନଥିବାରୁ ୫ ହଜାର, ପରମିଟ୍ ନଥିବାରୁ ୧୦ ହଜାର, ଇନସ୍ୟୁରାନ୍ସ ପାଇଁ ୨ ହଜାର, ରେଜିଷ୍ଟ୍ରେସନ ଓ ଫିଟନେସ ସାର୍ଟିଫିକେଟ ନଥିବାରୁ ୫ ହଜାର ଫାଇନ୍ ଓ ଡିଏଲ ନଥିବା ଡ୍ରାଇଭରଙ୍କୁ ଗାଡି ଚଳାଇବା ପାଇଁ ଅନୁମତି ଦେଇଥିବାରୁ ୫ ହଜାର ଫାଇନ କରାଯାଇଛି ।

ଏନେଇ ଆରଟିଓ କହିଛନ୍ତି ଯେ, ଯେଉଁ ସ୍କୁଲ ଗାଡି ଧରାପଡିଛି ତା’ର କୌଣସି କାଗଜପତ୍ର ନାହିଁ । ଯଥା ଫିଟନେସ, ପଲ୍ୟୁସନ, ଟ୍ୟାକ୍ସ, ଇନସୁରାନ୍ସ । ଏଭଳି ଗାଡି ଯଦି ରାସ୍ତାରେ ଚାଲିବ ତେବେ ବାଧ୍ୟ ହୋଇ ଗାଡିକୁ ସିଜ କରି ମୋଟା ଅଙ୍କର ଚାଲାଣ କଟାଯିବ ବୋଲି ଏମଭିଆଇ ପକ୍ଷରୁ କୁହାଯାଇଛି । ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ହେଲେ ପ୍ରଶାସନକୁ କଡା ପଦକ୍ଷପ ନେବାକୁ ପଡିବ । ସମସ୍ତ ଗାଡି ଆରଟିଓ ନିକଟରେ ରହିଛି । ଫାଇନ ଦେଲେ ଗାଡିଟି ମୁକୁଳିବ ବୋଲି ଆରଟିଓ ଅଧିକାରୀ ବିରଞ୍ଚି ନାରାୟଣ ଅଧିକାରୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.