ETV Bharat / city

ପ୍ରେମ ପାଇଁ ପ୍ରେମିକର ବିଭତ୍ସ ହତ୍ୟାକାଣ୍ଡ, ବିବାହିତ ପ୍ରେମିକାକୁ ହତ୍ୟା କରି ସ୍ବାମୀକୁ ପଠାଇଲା ଫଟୋ - bhubaneswar murder case

ଦିନ ଦ୍ବିପ୍ରହରରେ ରାଜଧାନୀରେ ମହିଳାଙ୍କୁ ହତ୍ଯା

author img

By

Published : Jul 5, 2021, 1:35 PM IST

Updated : Jul 5, 2021, 9:53 PM IST

13:29 July 05

ରାଜଧାନୀରେ ଚାଞ୍ଚଲ୍ୟ; ଦିନ ଦ୍ବିପ୍ରହରରେ ଘରେ ପଶି ମହିଳାଙ୍କୁ ହତ୍ୟା

ରାଜଧାନୀରେ ସ୍ବାମୀ ନଥିବା ବେଳେ ସ୍ତ୍ରୀକୁ ହତ୍ୟା, ସନ୍ଦେହରେ ମହିଳାଙ୍କ ସହ ଥିବା ତୃତୀୟ ପୁରୁଷ

ଭୁବନେଶ୍ବର: ପ୍ରେମ ପାଇଁ ସୀମା ଟପିଲା ପ୍ରେମିକ। ନିଜର ହେଲାନି ବୋଲି ନେଲା ପ୍ରତିଶୋଧ । ଦିନ ଦ୍ବିପହରରେ ଭଡ଼ାଘରେ ପଶି ମହିଳାଙ୍କୁ ହତ୍ୟା । ଏଭଳି ଏକ ଲୋମଟାଙ୍କୁରା ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଏୟାରଫିଲଡ଼ ଥାନା ଭୀମଟାଙ୍ଗି ଫେଜ ୧ ପ୍ଲଟ ନମ୍ବର ଏ/ଏଲ ୧ ରେ ।  ଭଡ଼ା ରହୁଥିବା ରାକେଶ ସାହୁ ଘରୁ  ଅଫିସ ବାହାରିଯିବା ପରେ ଏକାକି ପତ୍ନୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଘରେ ଥିଲେ । ଏହାର ସୁଯୋଗ ନେଇ ଘର ଭିତରକୁ ପଶିଥିଲେ ହତ୍ୟାକାଣ୍ଡର ଅଭିଯୁକ୍ତ ତଥା ପ୍ରେମିକ ଜଗନ୍ନାଥ ପ୍ରଧାନ ।

ସୋମବାର ଦିନ 11ଟା ବେଳେ ସ୍ବାମୀ ରାକେଶଙ୍କୁ ଏକ ଅଜଣା ନମ୍ବରରୁ ହ୍ବାଟସପ କଲ ଆସିଥିଲା । ଫୋନ ଉଠାଇବାରେ ଡେରି ହେବାରୁ ହଠାତ ଆସିଲା ଏକ ମେସେଜ। ଯେଉଁଥିରେ ଥିଲା ପ୍ରିୟଦର୍ଶିନୀଙ୍କ ରକ୍ତାକ୍ତ ମୁଣ୍ଡ। ଏହାକୁ ନେଇ ରାକେଶ ଘର ମାଲିକଙ୍କୁ ଫୋନ କରି ମେସେଜ ସମ୍ପର୍କରେ ଅବଗତ କରାଇଥିଲେ । ମାଲିକ ଭଡ଼ା ଘରକୁ ଆସିବା ବେଳେ ଘର ଭିତର ପଟୁ ବନ୍ଦ ଥିଲା ।  

ଏହାପରେ ଘର ମାଲିକ କବାଟ ଭାଙ୍ଗି ଭିତରକୁ ପଶିବା ବେଳକୁ ସେଠାରେ ପ୍ରିୟଦର୍ଶିନୀଙ୍କ ବେକକଟା ମୃତେଦେହ ସହ ପାଖରେ ହାତକାଟି ବିଷ ପିଇ ଛଟପଟ ହେଉଥିଲା ପ୍ରେମିକ ତଥା ଅଭିଯୁକ୍ତ। ଖବର ପାଇ ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ସହ ପହଞ୍ଚିଥିଲେ ଭୁବନେଶ୍ବର ଡିସିପି ।  

ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ହତିଆର ସହ ପୋଲିସ ଜବତ କରିଥିଲା ଏକ ସୁଇସାଇଡ ନୋଟ୍ । ଯେଉଁଥିରେ ଅଭିଯୁକ୍ତ ପ୍ରେମିକ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବ ବୋଲି ଲେଖିଥିଲା । ଭୁବନେଶ୍ବର ଡିସିପିଙ୍କ ମୁତାବକ ପ୍ରିୟଦର୍ଶିନୀ ଓ ଅଭିଯୁକ୍ତ ଜଗନ୍ନାଥ ବିବାହ ପୂର୍ବରୁ ଉଭୟ ଉଭୟଙ୍କୁ ଜାଣିଥିଲେ ।  ଉଭୟଙ୍କ ମଧ୍ୟରେ ତିକ୍ତତା ଯୋଗୁଁ ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟାଇଛି ଅଭିଯୁକ୍ତ । ମୃତକ ପ୍ରିୟଦର୍ଶିନୀଙ୍କ ଏକ 3 ବର୍ଷର ପୁଅ ମଧ୍ୟ ଅଛି । ହତ୍ୟା ସମୟରେ ସେ ଉପର ମହଲାରେ ଖେଳିବାକୁ ଯାଇଥିଲା  । ଅଭିଯୁ୍କ୍ତ ଉଭୟ ପୁଅ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ।  

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Jul 5, 2021, 9:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.