ଭୁବନେଶ୍ବର: କୋଭିଡ ସଂକ୍ରମଣର ଚେନରେ ପ୍ରତିବନ୍ଧକ ପାଇଁ ଶନିବାର ଓ ରବିବାର ଟ୍ରେନ୍ ବାତିଲ କରିଛି ଭାରତୀୟ ରେଳ ମନ୍ତ୍ରଣାଳୟ । ଓଡିଶାରେ ତାଲା ବନ୍ଦ ଡାକରା ଲାଗୁ ହେବା ଏବଂ କୋଭିଡ-19 ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ 8 ରୁ 16 ମଇ, 2021 ମଧ୍ୟରେ ଶନିବାର ଏବଂ ରବିବାର ଗୁଡିକରେ 11 ଯୋଡି ସ୍ବତନ୍ତ୍ର ଟ୍ରେନ୍ ସେବା ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।
08456/08455 ଭୁବନେଶ୍ବର-କେନ୍ଦୁଝରଗଡ଼-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ, 08428/08427 ପୁରୀ-ଅନୁଗୁଳ-ପୁରୀ, 08412/08411 ଭୁବନେଶ୍ବର-ଭଦ୍ରକ-ଭୁବନେଶ୍ବର, 08432/08431 ପୁରୀ-କଟକ-ପୁରୀ, 08438/08437 କଟକ-ଭଦ୍ରକ-କଟକ, 08461/08462 କଟକ-ପାରାଦୀପ-କଟକ, 08454/08453 କଟକ-ଭଦ୍ରକ-କଟକ, 08528/08527 ବିଶାଖାପାଟଣା-ରାଇପୁର-ବିଶାଖାପାଟଣା, 08433/08434 ଭୁବନେଶ୍ବର-ପଲାସା-ଭୁବନେଶ୍ବର, 08301/08302 ରାୟଗଡା-ସମ୍ବଲପୁର-ରାୟଗଡା ବିଶେଷ ଟ୍ରେନ ଉଭୟ ପାର୍ଶ୍ବରୁ ମଇ ମାସ ୮, ୯, ୧୫ ଏବଂ ୧୬ ତାରିଖ ଦିନ ବାତିଲ ରହିବ । ସେହିଭଳି, 02192/02891 ଭୁବନେଶ୍ବର-ବାଙ୍ଗିରିପୋସି-ଭୁବନେଶ୍ବର ସ୍ପେଶାଲ ଭୁବନେଶ୍ବର ଠାରୁ ମଇ ମାସ 8, 9, 15 ଏବଂ 16 ତାରିଖ ଦିନ ଏବଂ ବାଙ୍ଗିରିପୋସିରୁ 9, 10, 11 ଏବଂ 17 ମଇ, 2021 ରେ ବାତିଲ ରହିବ ବୋଲି ସୂଚନା ରହିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ