ଭୁବନେଶ୍ବର: ରବିନ୍ଦ୍ର ମଣ୍ଡପରେ ଆୟୋଜିତ ହେବ ଜାତୀୟ ବହୁଭାଷୀ ନାଟକ । ଏହି ନାଟକ ଉତ୍ସବ ଆସନ୍ତା 3 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ଓଡିଆ ବ୍ୟତିତ ହିନ୍ଦୀ, ବଙ୍ଗଳା ଭାଷାରେ ନାଟକ ପରିବେଷଣ କରାଯିବ । ଶତାବ୍ଦୀର କଳାକାର ନାଟକ ଅନୁଷ୍ଠାନ ପକ୍ଷରୁ ତାର 22ତମ କଳିଙ୍ଗ ନାଟ୍ୟ ମହୋତ୍ସବରେ ବହୁଭାଷୀ ନାଟକ ପରିବେଷଣ ହେବ ।
ନାଟକକୁ ପ୍ରଚାର ଓ ପ୍ରସାର ନିମନ୍ତେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନୀତ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦକ କହିଛନ୍ତି । ଏହି ନାଟକ ଉତ୍ସବ 4 ଦିନ ଧରି ଚାଲିବ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ