ETV Bharat / city

Odisha Assembly: ପ୍ରଶ୍ନକାଳରେ MSP ତାତି

ଆଜି ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ବିଭିନ୍ନ ବିଭାଗରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏନଏସପିକୁ ନେଇ ଉଠିଥିଲା ପଡିଥିଲା ଗୃହ । ଅଧିକ ପଢନ୍ତୁ

author img

By

Published : Jul 6, 2022, 2:06 PM IST

ପ୍ରଶ୍ନକାଳରେ MSP ତାତି
ପ୍ରଶ୍ନକାଳରେ MSP ତାତି

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ବିଭିନ୍ନ ବିଭାଗରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏମଏସପିକୁ ନେଇ ଉଠିଥିଲା ପଡିଥିଲା ଗୃହ । ଏମଏସପିକୁ ନେଇ ରାଜା ବିଷ୍ଣୁ ଓ ବିଧାୟକ ତାରା ବାହିନୀପତିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

ସବୁ କଥାରେ କେନ୍ଦ୍ର ସରକାରଙ୍କ ଉପରକୁ ବଲ ଗଡାଇବା ଠିକ ନୁହେଁ । ରାଜ୍ୟ ସବୁ କଥାରେ ମୋ ସରକାର, ମୋ ବସ, ମୋ ସାଇକେଲ କରୁଛନ୍ତି । ଚାଷ କ୍ଷେତ୍ରରେ ମୋ ଶୀତଳ ଭଣ୍ଡାର, ମୋ ଚାଷୀର ଉତ୍ପାଦନ କରୁ ନାହାନ୍ତି କାହିଁକି । ସବସିଡି ଦେଉଛନ୍ତି, ସବୁ ସହାୟତା କରୁଛନ୍ତି ବୋଲି କହୁଛନ୍ତି ମାତ୍ର ଜଣେ ଯୁବ ଇଞ୍ଜିନିୟର ଆସିଲେ ଏ ବାବୁରୁ ସେ ବାବୁ ପାଖକୁ ଦଉଡ଼ି ଦଉଡି ଆତ୍ମହତ୍ୟା କରୁଛନ୍ତି । ସରୁ ଚାଉଳର କେତୋଟି ପ୍ଲାଣ୍ଟ ଓଡ଼ିଶାରେ ଅଛି ବୋଲି ପ୍ରଶ୍ନ କରିଥିଲେ ବିଷ୍ଣୁ ।

ବରଗଡ଼ରେ ଯେଉଁ 100 ଟଙ୍କା ବୋନସ୍ ଘୋଷଣା କରିଥିଲ ତାହା କୁଆଡେ ଗଲା । ଆନ୍ଧ୍ରପ୍ରଦେଶରୁ ଫୁଲ ଆଳୁ ଆସୁଛି । ଆନ୍ଧ୍ରରୁ ଫୁଲ ନ ଆସିଲେ ମନ୍ତ୍ରୀଙ୍କ ବେକରେ ମାଳ ପଡ଼ିବନି । ମେ ଫେୟାର ଯେଉଁ ମକା ଖାଉଛୁ ତାହା ନବରଙ୍ଗପୁର ମାତ୍ର ପଲାସ ରେ ପ୍ରୋସେସିଂ ହୋଇ କି ଆସୁଛି । ସେପଟେ ବିଷ୍ଣୁଙ୍କୁ କାଉଣ୍ଟର କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । 2014 ରେ ଆପଣ ଯେଉଁ ନିର୍ବାଚନ ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କୁଆଡେ ଗଲା । ନିଜ ବାକ୍ୟ ନିଜେ ରକ୍ଷା କର । 2017 ପରଠୁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି । ମାତ୍ର ତାହା କାର୍ଯ୍ୟରେ ପରିଣତ ହୋଇ ନାହିଁ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.