ଭୁବନେଶ୍ବର: ଚାଇନାରେ କମାଲ କରିବା ପରେ ଆଜି ଓଡ଼ିଶା ଫେରିଛନ୍ତି ଓଡିଆ ବୋହୁ। ଭୁବନେଶ୍ବର ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ ମଧ୍ୟ କରାଯାଇଛି। ମିସେସ ୟୁନିଭର୍ସ-2019ର ମୁକୁଟ ପିନ୍ଧିଛନ୍ତି ଓଡିଆ ବୋହୁ ଅମିତା ପଣ୍ଡା। ସେ ଆଇଟି ସେକ୍ଟରରେ କାମ କରୁଥିବା ବେଳେ ତାଙ୍କ ସ୍ବାମୀ ଜଣେ ଡାକ୍ତର ।
ସେ ପ୍ରଥମେ 2018ରେ ମିସେସ ଇଣ୍ଡିଆ ଗ୍ୟାଲେକ୍ସିର ଆୱାର୍ଡ ପାଇଥିବା ବେଳେ 2019 ମାର୍ଚ୍ଚରେ ସେଣ୍ଟ୍ରାଲ ଏସିଆ ପାସିଫିକ ୟୁନିଭର୍ସ-2019ର ତାଜ ମଧ୍ୟ ପିନ୍ଧିଥିଲେ । ପ୍ରାୟ 90 ପ୍ରତିଯୋଗୀଙ୍କ ମଧ୍ୟରେ 29 ଡିସେମ୍ବର 2019ରେ ମିସେସ ୟୁନିଭର୍ସର କ୍ରାଉନ ପିନ୍ଧିଛନ୍ତି ଅମିତା ।
ସୂଚନାଯୋଗ୍ୟ ଯେ, ପ୍ରଥମଥର କୌଣସି ଭାରତୀୟ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଅମିତାଙ୍କୁ ଏଥିପାଇଁ ପ୍ରସ୍ତୁତ କରିଥିଲେ ଭାଇବ୍ରାଣ୍ଟ କନସେପ୍ଟର ମେଣ୍ଟର ତଥା ନିର୍ଦ୍ଦେଶକ ଗିନି କପୁର। ଗିନି କପୁର ମଧ୍ୟ ଚାଇନାରେ ଏହି ଶୋ'ର ନିର୍ଦ୍ଦେଶକ ଥିଲେ । ଅମିତା ଆଗକୁ ମହିଳାଙ୍କ ସମସ୍ୟା, ସ୍ବଚ୍ଛତା ଉପରେ କାମ କରିବା ସହ ବିଭିନ୍ନ ରାମ୍ପ ଶୋ' ଓ ବ୍ରାଣ୍ଡ ପ୍ରଡକ୍ଟ ପାଇଁ ମଡେଲିଂ କରିବାକୁ ଚାହାଁନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ