ETV Bharat / city

ରାଜଧାନୀର ପୁରାତନ ମନ୍ଦିର ବୁଲିଲେ ସାଂସଦ ଅପରାଜିତା - ଭୁବନେଶ୍ବର ସାଂସଦ

ରାଜଧାନୀର ବିଭିନ୍ନ ପୁରାତନ ମନ୍ଦିର ପରିଦର୍ଶନରେ ବାହାରିଛନ୍ତି ସାଂସଦ ଅପରାଜିତା । ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ କିଭଳି ଆକୃଷ୍ଟ କରାଯାଇପାରିବ ସେନେଇ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ରାଜଧାନୀର ପୁରାତନ ମନ୍ଦିର ବୁଲିଲେ ସାଂସଦ ଅପରାଜିତା

author img

By

Published : Sep 8, 2021, 3:49 PM IST

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ମନ୍ଦିର ପରିଦର୍ଶନରେ ଗଲେ ସାଂସଦ ଅପରାଜିତା । ସମର୍ଥ ଓ ରାଜନୈତିକ ସଂସ୍ଥା ଆନୁକୂଲ୍ୟରେ ଆଜି (ବୁଧବାର) ରାଜଧାନୀ ଭୁବନେଶ୍ଵର ସ୍ଥିତ ମେଘେଶ୍ଵର ମନ୍ଦିର ଠାରୁ ବାହାରି ଲକ୍ଷେଶ୍ୱର ମନ୍ଦିରରେ ପହଁଞ୍ଚି ବିଭିନ୍ନ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ସହ ବାହାର ରାଜ୍ୟ ତଥା ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ କଣ ସବୁ ସୁବିଧା ସୁଯୋଗ ମାନ ରହିଛି ସେନେଇ ଆଲୋଚନା କରିଛନ୍ତି ।

ରାଜଧାନୀର ପୁରାତନ ମନ୍ଦିର ବୁଲିଲେ ସାଂସଦ ଅପରାଜିତା

ସେ କହିଛନ୍ତି କି ବିଭିନ୍ନ ଅଞ୍ଚଳ ବୁଲିବା ସହ ବାଟରେ ଯେତେ ପୁରାତନ କାଳର ମନ୍ଦିର ରହିଛି ସବୁ ବୁଲି ଦେଖିବୁ । ଆଉ ଏହାର ପ୍ରମୁଖ ଉଦେଶ୍ୟ ହେଉଛି ଲୋକମାନଙ୍କୁ ଭୁବନେଶ୍ଵର ପ୍ରତି ଆକର୍ଷିତ କରିବା । ତା ସହିତ ଆମ ସଭ୍ୟତା, ସଂସ୍କୃତି ଓ ପରମ୍ପରାକୁ ସମସ୍ତଙ୍କ ମନରେ ଆଦୃତ କରାଯାଇପାରିବ ବେଲି ଆଶା କରୁଛି । ତେବେ ଦୁଃଖର କଥା ଯେତେ ବି ବିଦେଶୀ ପର୍ଯ୍ଯଟକ ଆସୁଛନ୍ତି ସେମାନଙ୍କୁ କିପରି ଆକୃଷ୍ଟ କରାଯାଇପାରିବ ତାହା ତାହା ଆମର ପ୍ରମୁଖ ଲକ୍ଷ୍ଯ ।

ସେପଟେ ସାଂସଦ କହିଛନ୍ତି କି ଖୁବଶୀଘ୍ର know your Bhubaneswar ନାମରେ ଏକ କ୍ୟାମ୍ପେନ ଆରମ୍ଭ ହେବା ସହ ଏଥିରେ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଯୁବକ ମାନଙ୍କୁ ସାମିଲ କରାଯିବ । ଆଉ ଏନେଇ ଏକ ଟିମ୍ ମଧ୍ୟ ଗଠନ କରାଯାଇଥିବା ବେଳେ ଟିମର ସଦସ୍ୟ ଏହାର ଦାୟିତ୍ବ ନେବେ ବୋଲି କହିଛନ୍ତି ସାଂସଦ ଅପରାଜିତା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.