ETV Bharat / city

ଅପରାଜିତାଙ୍କ ପାଲଟା ଜବାବ, ‘ପ୍ରଥମେ ବିଜେଡି ବୁଝୁ କୋଭିଡ ନିୟମ’ - ଅପରାଜିତାଙ୍କ ପାଲଟା ଜବାବ

ଅପରାଜିତା ଷଡ଼ଙ୍ଗୀ ଜନ୍ମଦିନରେ କୋଭିଡ ନିୟମ ଉଲ୍ଲଂଘନ କରିଥିବା ଅବିଯୋଗ ବିଜେଡି ଆଣିବା ପରେ ପାଲଟା ଜବାବ ଦେଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା । ଅଧିକ ପଢନ୍ତୁ...

MP aparajita shares reaction
MP aparajita shares reaction
author img

By

Published : Oct 9, 2020, 9:02 PM IST

ଭୁବନେଶ୍ବର: ରାଷ୍ଟ୍ରୀୟ ବିଜେପି ପ୍ରବକ୍ତା ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ଜନ୍ମଦିନରେ ସମର୍ଥକଙ୍କ ସହ କେକ କାଟିବା ସହ କୋଭିଡ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗ ଆଣିଛି ବିଜେଡ଼ି । ଅନ୍ୟପଟେ ସାଂସଦ ନିଜ ସମର୍ଥକଙ୍କ ସହ ନାଚ, ଗୀତ କରିବା ବେଳେ ମାସ୍କ ନପିନ୍ଧିବା ଏବଂ ସାମାଜିକ ଦୂରତା ନିୟମକୁ ଅବମାନନା କରିଥିବା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ସେପଟେ ବିଜେଡ଼ିର ଏହି ଅଭିଯୋଗ ନେଇ ପାଲଟା ଜବାବ ରଖିଛନ୍ତି ଅପରାଜିତା ।

ଅପରାଜିତାଙ୍କ ପାଲଟା ଜବାବ, ‘ ପ୍ରଥମେ ବିଜେଡି ବୁଝୁ କୋଭିଡ ନିୟମ’

‘ମୁଁ କୌଣସି ମୋତେ କୋଭିଡ ନିୟମ ଉଲ୍ଲଂଘନ କରିନାହିଁ । ଜଣେ ଶିକ୍ଷିତ ଏବଂ ସାଂସଦ ହିସାବରେ ମୋତେ ନୈତିକ ନିୟମ ଜଣାଅଛି । କିନ୍ତୁ ଅଭିଯୋଗ ଆଣିଥିବା ନେତା କଣ ପାଇଁ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ ସାମିଲ ହୋଇଥିବା କୋରୋନା ଆକ୍ରାନ୍ତ ମନ୍ତ୍ରୀ, ବିଧାୟକଙ୍କ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିନାହାଁନ୍ତି’ ବୋଲି ପାଲଟା ଆକ୍ରମଣ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ।

ସେହିପରି ସେ କହିଛନ୍ତି, ‘ମୁଁ ଦିଲ୍ଲୀରୁ ଆସିବା ଠାରୁ ଭୁବନେଶ୍ବର ବିମାନ ବନ୍ଦର ଏବଂ ପୁରୀ ଯିବା ପର୍ଯ୍ୟନ୍ତ। ସବୁଠି କୋଭିଡ ନିୟମ ପାଳନ କରିଛି ଓ ସାମାଜିକ ଦୂରତାକୁ ମାନିଛି । ଯେଉଁ ମନ୍ତ୍ରୀ ଚିଠି ଲେଖିଛନ୍ତି, ସେ ନିଜେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଦଳର ମନ୍ତ୍ରୀ ବିଧାୟକଙ୍କ କଥା କୁହନ୍ତୁ । ମୁଁ ଭାବିଥିଲି ସେ ଜନ୍ମଦିନର ଶୁଭେଛା ବାର୍ତ୍ତା ଦେବେ, କିନ୍ତୁ ମୋ ନାଁରେ ଚିଠି ଲେଖିଛନ୍ତି’ କହିଲେ ଅପରାଜିତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.