ETV Bharat / city

ବର୍ଷା ବିତ୍ପାତରେ ଜଳବନ୍ଦୀ ଭୁବନେଶ୍ବର, ସାଂସଦ-ବିଧାୟକ ମଧ୍ୟରେ ଓ୍ବାଟର ଓ୍ଵାର

author img

By

Published : Sep 13, 2021, 3:59 PM IST

Updated : Sep 13, 2021, 7:29 PM IST

ଲଘୁଚାପ ଜନିତ ବର୍ଷାରେ ରାଜଧାନୀ ଭୁବନେଶ୍ବର ଜଳମଗ୍ନ ହୋଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଧିକ ପଢ଼ନ୍ତୁ...

ବର୍ଷା ବିତ୍ପାତରେ ଭୁବନେଶ୍ବର ଜଳବନ୍ଦୀ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର: ଲଘୁଚାପ ଜନିତ ବର୍ଷାରେ ରାଜଧାନୀ ଭୁବନେଶ୍ବର ଜଳମଗ୍ନ ହୋଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ତୁରନ୍ତ ଏହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଭୁବନେଶ୍ବର ସାଂସଦ । ଏପଟେ ରାଜଧାନୀର ଏଭଳି ସ୍ଥିତିକୁ ନେଇ ବର୍ତ୍ତମାନ ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀ ଓ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁହାଁମୁହିଁ ହୋଇଛନ୍ତି । ରାଜଧାନୀ ଦୁର୍ଦ୍ଦଶା ନେଇ ସାସଂଦ ରାଜ୍ୟ ସରକାରଙ୍କୁ ଦୋଷ ଦେଉଥିବା ବେଳେ ସାସଂଦଙ୍କୁ ଟାର୍ଗେଟ କରିଛନ୍ତି ବିଧାୟକ ।

ବର୍ଷା ବିତ୍ପାତରେ ଭୁବନେଶ୍ବର ଜଳବନ୍ଦୀ, ପରସ୍ପର ଉପରେ ଦୋଷ ଲଦିଲେ ସାଂସଦ-ବିଧାୟକ

ଅପରାଜିତା କହିଛନ୍ତି ଯେ, "ରାଜନୈତିକ ଇଚ୍ଛାଶକ୍ତି ଅଭାବ ପାଇଁ ଏପରି ସ୍ଥିତି ସୃଷ୍ଟି ହେଉଛି । ବିଏମ୍‌ସି କିମ୍ବା ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି । ବର୍ଷା ପାଣି ଲୋକଙ୍କ ଘର ଭିତରେ ପଶୁଛି । ବର୍ଷା ବିତ୍ପାତ ଯୋଗୁଁ ରାଜଧାନୀବାସୀ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । କିନ୍ତୁ ଏନେଇ ସରକାର ସ୍ଥାୟୀ ପଦକ୍ଷେପ ନେବାକୁ ଅସମର୍ଥ ରହିଛନ୍ତି ।"

ଅପରାଜିତା ଆହୁରି ମଧ୍ୟ କହିଛନ୍ତି ଯେ, "ଆମେ ଜାଣିପାରୁନାହୁଁ କ'ଣ କରିବୁ । ଜଳ ନିଷ୍କାସନ ହୋଇପାରୁନାହିଁ । ଜଳ ନିଷ୍କାସନ ରାସ୍ତା ବନ୍ଦ ହୋଇଯାଇଛି । ଲୋକେ ଅସୁବିଧାରେ ଅଛନ୍ତି । ଭୁବନେଶ୍ବର ସହରର ବଡ଼ ସମସ୍ୟା ହେଉଛି ଡ୍ରେନେଜ ଅବ୍ୟବସ୍ଥା । ସଂସଦୀୟ ପାର୍ଲାମେଣ୍ଟ୍ରି କମିଟି ମଧ୍ୟ ଭୁବନେଶ୍ବରର ଡ୍ରେନେଜ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହା ଆବଶ୍ୟକ ସହାୟତା କେନ୍ଦ୍ର ସହରାଞ୍ଚଳ ମନ୍ତ୍ରଣାଳୟ ଯୋଗାଇ ଦେବେ ବୋଲି କହିଥିଲେ । ପରଦିନ ହିଁ ମୁଁ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି । ପ୍ରସଙ୍ଗକୁ ନେଇ ବିଏମସି କମିଶନରଙ୍କ ସହ ଆଲୋଚନା କରିଥିଲି । ଏହାସତ୍ତ୍ବେ ରାଜ୍ୟ ସରକାର ଭୁବନେଶ୍ବର ସହରର ଡ୍ରେନେଜ ବ୍ୟବସ୍ଥା ସୁଧାର ଆଣି ପାରିଲେ ନାହିଁ ।"

ସେପଟେ ଏହାକୁ ନେଇ ଅନନ୍ତ ନାରାୟଣ ଜେନା ଭୁବନେଶ୍ବର ସାଂସଦଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, "ସାଂସଦ ପୁର୍ବରୁ ଏଠାରେ କମିଶନର ଥିଲେ । ସମସ୍ୟା ଦିଗରେ ବେସ ଅବଗତ। ଏଥିପାଇଁ ସାମାଧାନ ବାଟ ବାହାର କରି କେବଳ ଟ୍ବିଟ୍ କମ୍ବା ପ୍ରତିକ୍ରିୟା ଦେଲେ ହେବନି । ସରକାର ଏ ଦିଗରେ ଯତ୍ନବାନ ଏଥିପାଇଁ ୧୩୦ କୋଟି ଖର୍ଚ୍ଚ କରିଛନ୍ତି । ବିଭିନ୍ନ ସମୟରେ ଅନେକ ସଂସ୍ଥା ଏ ଦିଗରେ ସର୍ଭେ କରି ଉପଯୁକ୍ତ ପଦକ୍ଷେପ ନେଉଛନ୍ତି ।"

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ ଓ ତାପସ ପରିଡ଼ା, ଇଟିଭି ଭାରତ

Last Updated : Sep 13, 2021, 7:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.