ETV Bharat / city

Amit Shah Visit: ସ୍ବାଗତ ପାଇଁ ଆସିଲେନି ଗୃହ ସଚିବ ଓ ପୋଲିସ DG, ସାଂସଦ ଅପରାଜିତାଙ୍କ କ୍ଷୋଭ - ଅମିତ ଶାହଙ୍କ ଓଡ଼ିଶା ଗସ୍ତ

ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ତାଙ୍କ ସ୍ବାଗତ ସମୟରେ ରାଜ୍ୟ ସରକାରଙ୍କ କିଛି ଅଧିକାରୀ ଉପସ୍ଥିତ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଧିକ ପଢନ୍ତୁ

Shah Visit: ଆସିଲେନି ଗୃହ ସଚିବ ପୋଲିସ ଡିଜି, ସାଂସଦ ଅପରାଜିତାଙ୍କ କ୍ଷୋଭ ପ୍ରକାଶ

author img

By

Published : Aug 8, 2022, 1:59 PM IST

ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଶାହଙ୍କ ସ୍ବାଗତକୁ ନେଇ କ୍ଷୋଭ ପ୍ରକାଶ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସ୍ବାଗତ ଲାଗି ଗୃହ ସଚିବ, ପୋଲିସ ଡିଜି ଆସିନଥିବାରୁ ଏହା ଏକ ଅଶୋଭନୀୟ ବିଷୟ ବୋଲି କହିଛନ୍ତି ସାଂସଦ ।

ଗୃହମନ୍ତ୍ରୀ ଭୁବନେଶ୍ବର ଗସ୍ତରେ ଆସିଥିବାରୁ ଅତ୍ୟନ୍ତ ଖୁସିବ୍ୟକ୍ତ କରିଛନ୍ତି ସାଂସଦ ଅପରାଜିତା । ମାତ୍ର ଶାହଙ୍କ ଏହି ଗସ୍ତ ସମୟରେ ଗୃହ ସଚିବ, ପୋଲିସ ଡିଜି ଉପସ୍ଥିତ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ସାଂସଦ । ଏନେଇ ସାଂସଦ କହିଛନ୍ତି ଯେ, " ୨୪ ବର୍ଷ ଭାରତୀୟ ପ୍ରଶାସନିକ ବ୍ୟବସ୍ଥାରେ ଥିଲା । ନିୟମ, ପ୍ରୋଟକଲ ଜାଣିଛି । ଯେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ ଆସିଲେ ସେତେବେଳେ କେଉଁ ପରିପ୍ରେକ୍ଷୀରେ ପୋଲିସ ଡିଜି, ଗୃହ ସଚିବ ଆସିନଥିଲେ ? ସମୟ ଯେତେଟା ହେଉ ବି ରାଜ୍ୟ ସରକାରଙ୍କ ଏହି ଅଧିକାରୀ ଉପସ୍ଥିତ ରହିବା ନିୟମ ରହିଛି । ତେବେ ସେ କଣ ପାଇଁ ଆସିନଥିଲେ ଉତ୍ତର ଦିଅନ୍ତୁ ।"

Shah Visit: ଆସିଲେନି ଗୃହ ସଚିବ ପୋଲିସ ଡିଜି, ସାଂସଦ ଅପରାଜିତାଙ୍କ କ୍ଷୋଭ ପ୍ରକାଶ

ଏହା ବି ପଢନ୍ତୁ- ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଏୟାରପୋର୍ଟରେ ଭବ୍ୟ ସମ୍ୱର୍ଦ୍ଧନା

ତେବେ ସୂଚନା ଥାଉ କି ଓଡ଼ିଆ ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେବା ଲାଗି ଓଡି଼ଶା ଆସିଛନ୍ତି ଶାହ । ତାଙ୍କୁ ଭୁବନେଶ୍ବର ବିମାନ ବନ୍ଦରରେ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହାପରେ ସେ ଆଜି ସକାଳେ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ କଟକରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପରିଭ୍ରମଣ କରିଥିଲେ । ଏହାପରେ ପ୍ରଜାତନ୍ତ୍ରର ସମାରୋହରେ ଯୋଗଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.