ETV Bharat / city

ଅଗଷ୍ଟ ୩୧ ସୁଦ୍ଧା ସରିବ ଜଟଣୀ ରେଳ ଓଭରବ୍ରିଜ କାର୍ଯ୍ୟ: ଭୁବନେଶ୍ବର ସାଂସଦ

author img

By

Published : Apr 22, 2022, 8:57 AM IST

Updated : Apr 22, 2022, 9:53 AM IST

ଖୋର୍ଦ୍ଧା ଜିଲ୍ଲା ଜଟଣୀ ସିତରାମ ଛକ ଉପରେ ଚାଲିଥିବା ରେଳ ଓଭର ବ୍ରିଜ କାମ ଖୁବ ଶୀଘ୍ର ଶେଷ ହେବ । ଏହା କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ

ଅଗଷ୍ଟ ୩୧ ସୁଧା ସରିବ ଜଟଣୀ ରେଳ ଓଭର ବ୍ରିଜ କାର୍ଯ୍ୟ : ଭୁବନେଶ୍ବର ସାଂସଦ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଜଟଣୀ ସିତରାମ ଛକ ଉପରେ ଚାଲିଥିବା ରେଳ ଓଭର ବ୍ରିଜ କାମ ଖୁବ ଶୀଘ୍ର ଶେଷ ହେବ । ଏହା କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ଓଭର ବ୍ରିଜ କାର୍ଯ୍ୟ ପାଇଁ 2013 -14ରେ ଅନୁମତି ଦିଆଯାଇଥିଲା । ୪୪.୫୭ କୋଟି ଟଙ୍କାର କାମ ସେଥିରୁ 17କୋଟି ରେଳ ବିଭାଗ ଦେଇଥିଲା । ଏପର୍ଯ୍ୟନ୍ତ କାମ ଚାଲିଛି ସରୁନାହିଁ ।

ଅଗଷ୍ଟ ୩୧ ସୁଦ୍ଧା ସରିବ ଜଟଣୀ ରେଳ ଓଭରବ୍ରିଜ କାର୍ଯ୍ୟ: ଭୁବନେଶ୍ବର ସାଂସଦ

ସେଠାକାର ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବା ସହ ବ୍ୟବସାୟୀମାନେ ମଧ୍ୟ ହଇରାଣ ହରକତ ହେଉଛନ୍ତି । ଏନେଇ ସାଂସଦଙ୍କ ନିକଟରେ ଅଭିଯୋଗ ହୋଇଥିଲା । 28 ଏପ୍ରିଲରେ ପୁନର୍ବାର ଜଟଣୀ ଗସ୍ତ କରିବି । 31 ଅଗଷ୍ଟ ୨୦୨୨ ସୁଦ୍ଧା କାମ ସାରିବାକୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି ସାଂସଦ । ଏହାପରେ ଜଟଣୀ ବେଶ ସୁନ୍ଦର ଦେଖାଯିବ ।

କେନ୍ଦ୍ରୀୟ ଭୁବନେଶ୍ବରର ବରିଷ୍ଠ ନାଗରିକ ମାନେ ଫୁଟ ଓଭରବ୍ରିଜ ପାଇଁ ଦାବି କରିଛନ୍ତି । ଭୁବନେଶ୍ବର ରେଳଷ୍ଟେସନର ଉତ୍ତର ଦିଗରେ ଏହି ଓଭର ବ୍ରିଜ ହେବ । ପ୍ରାୟ 3 କୋଟି ଖର୍ଚ୍ଚ ହେବ । ଏହା ଫଳରେ ଲକ୍ଷ୍ମୀସାଗର ଅଞ୍ଚଳର ଲୋକମାନେ ମାଷ୍ଟର କ୍ୟାଣ୍ଟିନକୁ ଯାତାୟାତ କରିପାରିବେ । ଏହା ଲକ୍ଷ୍ମୀସାଗର ଓ ଜନପଥକୁ ଯୋଡିବ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Apr 22, 2022, 9:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.