ETV Bharat / city

ରାଜଧାନୀ ପ୍ରତିଷ୍ଠା ଦିବସରେ ଅପରାଜିତାଙ୍କୁ ନାହିଁ ନିମନ୍ତ୍ରଣ, ଅସନ୍ତୋଷ ଝାଡ଼ିଲେ ସାଂସଦ

ଆଜି 74ତମ ରାଜଧାନୀ ପ୍ରତିଷ୍ଠା ଦିବସ (Capital Foundation Day) । ନିମନ୍ତ୍ରଣ କାର୍ଯ୍ୟସୂଚୀରେ ଭୁବନେଶ୍ବର ସାଂସଦଙ୍କ ନାମ ନାହିଁ । ଯାହାକୁ ନେଇ ଟ୍ବିଟ କରି କ୍ଷୋଭ ପ୍ରକାଶ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ

author img

By

Published : Apr 13, 2022, 8:49 AM IST

ରାଜଧାନୀ ପ୍ରତିଷ୍ଠା ଦିବସରେ ଅପରାଜିତାଙ୍କୁ ନାହିଁ ନିମନ୍ତ୍ରଣ

ଭୁବନେଶ୍ବର: ଆଜି 74ତମ ରାଜଧାନୀ ପ୍ରତିଷ୍ଠା ଦିବସ (Capital Foundation Day) । ମହାଆଡମ୍ବରରେ ଏହି ସ୍ବତନ୍ତ୍ର ଦିନକୁ ପାଳନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇ ସାରିଛି । ସକାଳୁ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିମନ୍ତ୍ରଣ କାର୍ଯ୍ୟସୂଚୀରେ ଭୁବନେଶ୍ବର ସାଂସଦଙ୍କ ନାମ ନାହିଁ । ଯାହାକୁ ନେଇ ଟ୍ବିଟ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

  • 13 th April today-This day is celebrated as Rajdhani Pratistha Diwas!
    There is a big function being organised by the State Govt to mark the day. It has invited almost all EXCEPT ME.
    I have not been invited.
    Wanted to attend. It is a big day.

    Why so?? My fault??@narendramodi pic.twitter.com/eaqE818Epl

    — Aparajita Sarangi, Member of Parliament (@AprajitaSarangi) April 13, 2022 " class="align-text-top noRightClick twitterSection" data=" ">

ଟ୍ବିଟ କରି ସାଂସଦ କହିଛନ୍ତି ଆଜି 13 ଏପ୍ରିଲ । ଏହି ଦିନକୁ ରାଜଧାନୀ ପ୍ରତିଷ୍ଠା ଦିବସ ଭାବରେ ପାଳନ କରାଯାଉଛି । ରାଜ୍ୟ ସରକାରଙ୍କ ଦ୍ବାରା ଏକ ବଡ ସମାରୋହ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମକୁ ମୋତେ ଛାଡି ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି । ମୋତେ ନିମନ୍ତ୍ରଣ କରାଯାଇନାହିଁ । ଏହା ଏକ ବଡ ଦିନ ମୁଁ ସାମିଲ ହେବାକୁ ଚାହୁଁଥିଲି । ଏମିତି କାହିଁ ମୋର ଭୁଲ କଣ ବୋଲି ଟ୍ବିଟ କରି ଅସନ୍ତୋଷ ଜାହିର କରିଛନ୍ତି ଅପରାଜିତା ଷଡଙ୍ଗୀ ।

ଏହା ବି ପଢନ୍ତୁ...Capital Foundation Day: ଅତିଥୀ ତାଲିକାରେ ନାହିଁ ଅପରାଜିତାଙ୍କ ନାମ, ସାଂସଦଙ୍କୁ ଭୁଲିଗଲା BMC !

ସେ ଆହୁରି କହିଛନ୍ତି ଏହା କେବଳ ନିୟମ ବହିର୍ଭୂତ୍ତ ଏବଂ ଅଗଣତନ୍ତ୍ରିକ ବିଷୟ ତାହା ନୁହେଁ ବରଂ ଅତ୍ୟନ୍ତ ଦୁଃଖ ତଥା ନିନ୍ଦନୀୟ ବିଷୟ l ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଅପରାଜିତାଙ୍କ 3 ପ୍ରଶ୍ନ ରଖିଛନ୍ତି ।

  • ରାଜଧାନୀ ପ୍ରତିଷ୍ଠା ଦିବସରେ ରାଜଧାନୀର ସାଂସଦଙ୍କୁ କାହିଁକି ନିମନ୍ତ୍ରଣ ନାହିଁ ?
  • ରାଜନୈତିକ ବ୍ୟବସ୍ଥା ସରକାରୀ ଆଇନ କାନୁନ, ଶାସନ ଏବଂ ପ୍ରଶାସନ ଠାରୁ ଉର୍ଦ୍ଧ୍ବରେ କି ?
  • ଜନ ସାଧାରଣଙ୍କ ଦ୍ବାରା ନିର୍ବାଚିତ ପ୍ରତିନିଧିଙ୍କୁ ସରକାରଙ୍କ ଏପରି ଆଚରଣ ଏବଂ ମନୋଭାବ ସୁସ୍ଥ ସମାଜ ପାଇଁ ଶୁଭଙ୍କର କି ?

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.