ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଲଢେଇ ମଧ୍ୟରେ ମେଡିକାଲ ଶିକ୍ଷା ପାଇଁ ସମସ୍ୟାରେ ପଡିଛନ୍ତି ଏକାଧିକ ଦେଶର ହଜାର ହଜାର ସଂଖ୍ୟାରେ ମେଡିକାଲ ଛାତ୍ରଛାତ୍ରୀ । ଯେଉଁ ଥିରେ ଭାରତର ମଧ୍ୟ ପ୍ରାୟ 20 ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି । ଯୁଦ୍ଧ ଜାରି ରହିଥିବା ବେଳେ, ଏବେ ଏହି ସମସ୍ତ ଛାତ୍ରଛାତ୍ରୀଙ୍କ ପାଠପଢା ନେଇ ଦେଖାଦେଇଛି ଅନିଶ୍ଚିତତା । କାରଣ ଆଉ ୟୁକ୍ରେନ ଯାଇ ପାଠ ପଢା ଶେଷ କରିବା ନିକଟ ଭବିଷ୍ୟତରେ ଅସମ୍ଭବ ।
ଏହି ପରିପ୍ରେକ୍ଷିରେ ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠ ପଢା ଶେଷ ସହ ସେମାନଙ୍କର ତାମିଲ ବ୍ୟବସ୍ଥା ଦେଶରେ କରିବାକୁ ଆଜି ରାଜ୍ୟସଭାରେ ଦାବି କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଏହାବାଦ ସମାନ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଲେଖିଥିବା ଚିଠିର ମଧ୍ୟ ଉଲ୍ଲେଖ କରିଛନ୍ତି ଅମର ।
ଆଜି ରାଜ୍ୟସଭାର ଶୂନ୍ୟକାଳରେ ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଦେଶର ସମସ୍ତ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ୨ ରୁ ୫% ସିଟ ବୃଦ୍ଧି କରାଯାଉ । ଏହସହ ଛାତ୍ରଛାତ୍ରୀଙ୍କ ପାଠ ପଢା ସହ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବାକୁ ସରକାର ପଦକ୍ଷେପ ନେବାକୁ ଅମର ଦାବି କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ