ETV Bharat / city

ଆସୁଛି ଶହୀଦଙ୍କ ସ୍ମୃତିରେ ଫିଲ୍ମ ‘ଶହୀଦ ରଘୁ ସର୍ଦ୍ଦାର’ - saheed raghu sardar

ବର୍ତ୍ତମାନର ପୀଢି ପାଖରେ ଓଡିଆ ବୀର ତଥା ସ୍ବାଧୀନତା ସଂଗ୍ରାମୀମାନଙ୍କ ସଂଘର୍ଷର କାହାଣୀ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ନିଆରା ପ୍ରୟାସ । ଓଡିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ଆଗଧାଡିର ନିର୍ଦ୍ଦେଶକ ରାଜୀବ ମହାନ୍ତି ଏନେଇ ଆଣୁଛନ୍ତି ଚଳଚ୍ଚିତ୍ର ‘ଶହୀଦ ରଘୁ ସର୍ଦ୍ଦାର’ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 14, 2019, 3:57 AM IST

ଭୁବନେଶ୍ବର: ବର୍ତ୍ତମାନର ପୀଢି ପାଖରେ ଓଡିଆ ବୀର ତଥା ସ୍ବାଧୀନତା ସଂଗ୍ରାମୀମାନଙ୍କ ସଂଘର୍ଷର କାହାଣୀ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ନିଆରା ପ୍ରୟାସ । ଓଡିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ଆଗଧାଡିର ନିର୍ଦ୍ଦେଶକ ରାଜୀବ ମହାନ୍ତି ଏନେଇ ଆଣୁଛନ୍ତି ଚଳଚ୍ଚିତ୍ର ‘ଶହୀଦ ରଘୁ ସର୍ଦ୍ଦାର’ । ଶହୀଦ ରଘୁନାଥ କିଏ ଓ କାହିଁକି ସେ ପ୍ରସିଦ୍ଧ ତାହା ହୁଏତ ଅନେକଙ୍କୁ ଆଜି ବି ଅଜଣା । ତେଣୁ ଏହି ଅକୁହା କାହାଣୀକୁ ଚଳଚ୍ଚିତ୍ର ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଇବାର କରାଯାଇଛି ନିଆରା ପ୍ରୟାସ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଶହୀଦ ରଘୁନାଥଙ୍କ ବିଷୟରେ ତାଙ୍କ ଡାକ୍ତରୀ ପୁଅ ବିଶ୍ବନାଥଙ୍କଠାରୁ ଜାଣିବା ପରେ ଏପରି ଐତିହାସିକ ପୃଷ୍ଠଭୂମିର କାହାଣୀକୁ ନେଇ ଫିଲ୍ମ କରିବାକୁ ରାଜୀବ ଚେଷ୍ଟା କରିଥିଲେ । ତେବେ ଏ ହେଉଛି ସ୍ବାଧୀନତା ପୂର୍ବର କାହାଣୀ । ଏହାର ସୁଟିଂ ପାଇଁ ନିର୍ଦ୍ଦେଶକ ସମସ୍ତ ପ୍ରକାର ପ୍ରସ୍ତୁତି ସାରିଥିବା ବେଳେ ମଙ୍ଗଳବାର ସ୍ଥାନୀୟ ପ୍ରେସ କ୍ଲବ ପରିସରରେ ଏହାର ଶୁଭ ମହୁରତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଫିଲ୍ମର ଶୁଭ ମହୁରତ କରାଇଥିଲେ । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଦେବାଶିଷ ଓ ଲିପ୍ସା ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ, କାବ୍ୟା, ପିଣ୍ଟୁ ନନ୍ଦ, ଅକ୍ଷୟ ବସ୍ତିଆ, ପ୍ରିୟଙ୍କା, ଟ୍ବିଙ୍କଲ, ବିଜୁ ବଡଜେନା, ଦେବୁ ପଟ୍ଟନାୟକ, ଚୌଧୁରୀ ବିକାଶ ଦାସ, ବାବୁ ପ୍ରଧାନ, ଚିରଞ୍ଜୀବି, ଅଂଶୁମାନ ଓ ପ୍ରତାପ ପ୍ରମୁଖ ରହିଛନ୍ତି ।

ଚଳଚ୍ଚିତ୍ର ପାଇଁ ସଂଳାପ ଡ଼ଃ ରଜନୀ ରଞ୍ଜନ ଲେଖିଥିବା ବେଳେ ଏହାର ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ବିଜୟ ମଲ୍ଲ ଓ ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାଶ । ଯାହାକୁ ସଙ୍ଗୀତରେ ସଜାଇଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା । ଏହାର କ୍ୟାମେରାରେ ନିରଞ୍ଜନ ଦାଶ ଥିବା ବେଳେ ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ଶହୀଦଙ୍କ ପୁଅ ଡ଼ଃ ବିଶ୍ବନାଥ ପଟ୍ଟନାୟକ ।

ଆସନ୍ତା 23 ତାରିଖରୁ ଫିଲ୍ମର ସୁଟିଂ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ତେବେ ଫିଲ୍ମଟି ଜଣେ ସ୍ବାଧୀନତା ସଂଗ୍ରାମୀଙ୍କ ଆତ୍ମଜୀବନୀକୁ ନେଇ ନିର୍ମାଣ ହେଉଥିବାରୁ ଏହା ଲୋକଙ୍କ ପାଖରେ ଆଦୃତ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଓଡ଼ିଆ ବୀର ତଥା ସ୍ବାଧୀନତା ସଂଗ୍ରାମୀ ରଘୁନାଥ ପଟ୍ଟନାୟକଙ୍କ ଉପରେ ବନିବାକୁ ଯାଉଛି ଫିଲ୍ମ।ତାହା ପୁଣି ନିଜମାଟିରେ ଓଡ଼ିଆ ଭାଷାରେ।ଆଉ ଏଥିପାଇଁ ଆଗକୁ ଆସିଛନ୍ତି ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିର ଅନ୍ୟତମ ଆଗ ଧାଡ଼ିର ନିର୍ଦେଶକ ରାଜୀବ ମହାନ୍ତି। ସହିଦ ରଘୁନାଥ କିଏ କାହିଁକି ସେ ପ୍ରସିଦ୍ଧ ଆଜିର ସମାଜରେ ଅନେକ ତାଙ୍କ ବୀରତ୍ବର ଗାଥା ଜାଣି ନଥିବାବେଳେ ତାଙ୍କ କାହାଣୀକୁ ପରଦା ଉପରକୁ ଆଣି ମୁଖ୍ୟତଃ ଆଜିର ଯୁବ ପିଢ଼ିଙ୍କି ନିକଟ ରେ ପହଞ୍ଚାଇବା ପାଇଁ ଦୁଃସାଧ୍ୟ କରିଛନ୍ତି ଶ୍ରୀ ମହାନ୍ତି।

Body:ସହିଦ ରଘୁନାଥ ପଟ୍ଟନାୟକଙ୍କ ବିଷୟରେ ତାଙ୍କ ଡାକ୍ତରୀ ପୁତ୍ର ବିଶ୍ଵନାଥ ଙ୍କ ଠାରୁ ଜାଣିବା ପରେ ଏପରି ଐତିହାସିକ ପୃଷ୍ଠଭୂମି ର କାହାଣୀ କୁ ନେଇ ଫିଲ୍ମ କରିବାକୁ ସେ ଏକ ପ୍ରକାର ଦୁଃସାଧ୍ୟ କରିଛନ୍ତି।ଯାହାକି ସ୍ବାଧୀନତା ପୂର୍ବବର୍ତ୍ତୀ ସମୟର କାହାଣୀ ଅଟେ।ଏଥିପାଇଁ ଶ୍ରୀ ମହାନ୍ତି ସମସ୍ତ ପ୍ରକାର ପ୍ରସ୍ତୁତି କରିସାରିଥିବା ବେଳେ ଆଜି ସ୍ଥାନୀୟ ପ୍ରେସ କ୍ଲବ ପରିସରରେ ଏହାର ଶୁଭ ମହୁରତ ମାନ୍ୟବର ବାଣିଜ୍ୟ ଓ ପରିବହନ ବିଭାଗ ର ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି।
ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ରେ ଦେବାଶିଷ ଓ ଲିପ୍ସା ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ,କାବ୍ୟା,ପିଣ୍ଟୁ ନନ୍ଦ,ଅକ୍ଷୟ ବସ୍ତିଆ,ପ୍ରିୟଙ୍କା,ଟ୍ଵିଙ୍କିଲ,ବିଜୁ ବଡ଼ଜେନା,ଦେବୁ ପଟ୍ଟନାୟକ,ଚୌଧୁରୀ ବିକାଶ ଦାସ,ବାବୁ ପ୍ରଧାନ,ଚିରଞ୍ଜିବି,ଅଂଶୁମାନ ଓ ପ୍ରତାପ ପ୍ରମୁଖ ଅଭିନୟ କରିଛନ୍ତି।ଏହି ଚଳଚିତ୍ର ପାଇଁ ସଂଳାପ ଡ଼ଃ ରଜନୀ ରଞ୍ଜନ ଲେଖିଥିବା ବେଳେ ଏହାର ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ,ବିଜୟ ମଲ୍ଲ,ଓ ଯାଜପୁରର ଜିଲ୍ଲାପାଳ ରଞ୍ଜନ ଦାଶ।ଯାହାକୁ ସଂଗୀତରେ ସଜାଇଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ବିକାଶ ଶୁକ୍ଳା।ଏହାର କ୍ୟାମେରା ରେ ନିରଞ୍ଜନ ଦାଶ ଥିବା ବେଳେ ଏହାର ପ୍ରଯୋଜନା ର ଭାର ସମ୍ଭାଳୁଛନ୍ତି ସହିଦଙ୍କ ସୁପୁତ୍ର ଡ଼ଃ ବିଶ୍ୱନାଥ ପଟ୍ଟନାୟକ।ଆଜି ଏହାର ମହୁରତ ହୋଇଥିବା ବେଳେ ଆସନ୍ତା 23 ତାରିଖ ଠାରୁ ଏହାର ସୁଟିଂ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।ତେବେ ଫିଲ୍ମ ଟି ଏକ ଆତ୍ମଜୀବନୀ କୁ ନେଇ ତାହା ପୁଣି ସ୍ବାଧୀନତା ପାଇଁ ସଂଗ୍ରାମ କରି ସହିଦ ହୋଇଥିବା ବ୍ୟକ୍ତିଙ୍କ ଜୀବନୀକୁ ନେଇ ହେଉଥିବାରୁ ଏହା ଲୋକଙ୍କ ନିକଟରେ ଆଦୃତ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ବାଇଟ-ନିର୍ଦେଶକ-ରାଜୀବ ମହାନ୍ତି,
ବାଇଟ-ପ୍ରଯୋଜକ-ଡ଼ଃ ବିଶ୍ଵନାଥ ପଟ୍ଟନାୟକ
ବାଇଟ-ହିରୋଇନ-ଲିପ୍ସା
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ, ଈଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.