ETV Bharat / city

ଅଜିତ ମଙ୍ଗରାଜଙ୍କ ବିୟୋଗରେ ଓପିସିସି ପକ୍ଷରୁ ଶୋକସଭା

author img

By

Published : Apr 15, 2021, 10:47 AM IST

ପୁରୀ ଜିଲ୍ଲା କଂଗ୍ରେସ ସଭାପତି ତଥା ପିପିଲି ଉପ ଉପନିର୍ବାଚନରେ କଂଗ୍ରେସ ପାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗରେ ଓପିସିସି ପକ୍ଷରୁ ଏକ ଶୋକସଭା କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ଅଜିତ ମଙ୍ଗରାଜଙ୍କ ବିୟୋଗରେ ଓପିସିସି ପକ୍ଷରୁ ଶୋକ ସଭା

ଭୁବନେଶ୍ବର: ପୁରୀ ଜିଲ୍ଲା କଂଗ୍ରେସ ସଭାପତି ତଥା ପିପିଲି ଉପ ଉପନିର୍ବାଚନରେ କଂଗ୍ରେସ ପାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗରେ ଓପିସିସି ପକ୍ଷରୁ ଏକ ଶୋକ ସଭା କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଂଗ୍ରେସର ବରିଷ୍ଠ ନେତାମାନେ ଯୋଗ ଦେଇ ତାଙ୍କ ସ୍ମୃତି ଚାରଣ କରିଥିଲେ ।

ତେବେ ୭ତାରିଖ ଦିନ ଅଜିତ ନିର୍ବାଚନୀ ପ୍ରଚାର ଚାଲିଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ । ୧୦ ତାରିଖ ଦିନ ତାଙ୍କର କୋରୋନା ପଜିଟିଭ ଚିହ୍ନଟ ପରେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଗତକାଲି(ବୁଧବାର) ସେଠାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଛି । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଥିଲେ । ଏନେଇ ଓପିସିସି ପକ୍ଷରୁ ଏକ ଶୋକ ସଭା କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଥିଲା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.