ETV Bharat / city

ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ହେଲା କଳ୍ପନାଙ୍କ ଉପକରଣ

ଓଡିଶାର ପ୍ରଥମ ମହିଳା ପର୍ବତାରୋହୀ କଳ୍ପନା ଦାସଙ୍କ ସ୍ମୃତିକୁ ସାଉଁଟି ରଖିବା ପାଇଁ ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ହେଲା ତାଙ୍କ ଆରୋହଣ ଉପକରଣ । କଳ୍ପନାଙ୍କ ପ୍ରଥମ ପର୍ବତ ଆରୋହଣର ସ୍ମୃତି ଯଥା ଜ୍ୟାକେଟ, ଜୋତା ଓ ଅନ୍ୟାନ୍ୟ ଉପକରଣ ସର୍ବ ସାଧାରଣରେ ପ୍ରଦର୍ଶିତ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 28, 2019, 3:20 PM IST

ଭୁବନେଶ୍ବର: ଓଡିଶାର ପ୍ରଥମ ମହିଳା ପର୍ବତାରୋହୀ କଳ୍ପନା ଦାସଙ୍କ ସ୍ମୃତିକୁ ସାଉଁଟି ରଖିବା ପାଇଁ ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ହେଲା ତାଙ୍କ ଆରୋହଣ ଉପକରଣ । କଳ୍ପନାଙ୍କ ପ୍ରଥମ ପର୍ବତ ଆରୋହଣର ସ୍ମୃତି ଯଥା ଜ୍ୟାକେଟ, ଜୋତା ଓ ଅନ୍ୟାନ୍ୟ ଉପକରଣ ସର୍ବ ସାଧାରଣରେ ପ୍ରଦର୍ଶିତ କରାଯାଇଛି । ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ କଳ୍ପନାଙ୍କ ସନ୍ତକକୁ ପ୍ରଦର୍ଶିତ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

2017 ଡିସେମ୍ବର 27 ତାରିଖରେ ରାଜ୍ୟ ସଂଗ୍ରହାଳୟକୁ ନିଜର ବ୍ୟବହୃତ ଉପକରଣକୁ ଦାନ କରିଥିଲେ କଳ୍ପନା । ସଂଗ୍ରହାଳୟର ପ୍ରତିଷ୍ଠା ଦିବସ ଅବସରରେ ଏହା ସପ୍ତାହ ବ୍ୟାପି ପ୍ରଦର୍ଶିତ ହୋଇଥିଲା। ପରେ ଏହାକୁ ସଂରକ୍ଷିତ ଭାବରେ ସଂଗ୍ରହାଳୟରେ ରଖାଯାଇଥିଲା । କିନ୍ତୁ କଳ୍ପନାଙ୍କ ଅଚାନକ ମୃତ୍ୟୁ ପରେ ତାଙ୍କ ସନ୍ତକକୁ ସବୁଦିନ ପାଇଁ ପ୍ରଦର୍ଶିତ କରାଯାଇଛି ।

ତେବେ ଦାନ ପରେ ପୁନର୍ବାର ପର୍ବତ ଆରୋହଣ କରିବା ଲାଗି ବାହାରିଥିଲେ କଳ୍ପନା । ସଫଳ ମଧ୍ୟ ହୋଇଥିଲେ । କିନ୍ତୁ ଫେରିବା ବାଟରେ ଅଚାନକ ତାଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ସମ୍ମାନ ଜଣାଇ ଆଜି ରାଜ୍ୟ ସଂଗ୍ରହାଳୟରେ ତାଙ୍କ ବ୍ୟବହୃତ ଉପକରଣକୁ ସର୍ବସାଧାରଣରେ ପ୍ରଦର୍ଶିତ କରାଯାଇଛି ।

ସୂଚନା ଯୋଗ୍ୟ ଯେ, 2008 ମସିହା ମେ ମାସ 21 ତାରିଖରେ ସେ କାନାଡା, ଆମେରିକା ଏବଂ ନେପାଳର ପର୍ବତାରୋହୀଙ୍କ ସହ ସାମିଲ ହୋଇ ଦେଶର ଉଚ୍ଚତମ ପର୍ବତ ଶୃଙ୍ଗ ଆରୋହଣ କରିବାରେ ସଫଳ ହୋଇଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ରାଜ୍ୟ ସଂଗ୍ରହାଳୟ ରେ ପ୍ରଦର୍ଶିତ ହେଲା କଳ୍ପନାଙ୍କ ଏଭରେଷ୍ଟ ଆରୋହଣ ଉପକରଣ।

ପ୍ରଥମ ଓଡ଼ିଆ ଭାବେ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶ ଙ୍କ ସ୍ମୃତି ସନ୍ତକ୍ ରାଜ୍ୟ ସଂଗ୍ରହାଳୟ ରେ ଦେଖିବାକୁ ମିଳିବ। କଳ୍ପନା ଙ୍କ ପ୍ରଥମ ପର୍ବତ ଆରୋହଣ ର ସ୍ମୃତି ଯଥା ଜ୍ୟାକେଟ , ଜୋତା ଓ ଅନ୍ୟାନ୍ୟ ଉପକରଣ ସ୍ଵତନ୍ତ୍ର ଭାବରେ ପ୍ରଦର୍ଶିତ କରାଯାଇଛି। କଳ୍ପନା ଙ୍କ ଅଚାନକ ମୃତ୍ୟୁ ପରେ ରାଜ୍ୟ ସଂଗ୍ରହାଳୟ ସର୍ବ ସାଧାରଣରେ ପ୍ରଦର୍ଶିତ କରିଛନ୍ତି। ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ କଳ୍ପନା ଙ୍କ ସନ୍ତକ କୁ ସର୍ବ ସାଧାରଣରେ ପ୍ରଦର୍ଶିତ କରିଛନ୍ତି। 

କେବଳ ଏବାରେଷ୍ଟ ନୁହେଁ 2008 ମସିହା ମେ ମାସ 21 ତାରିଖ ରେ କାନାଡା, ଆମେରିକା, ନେପାଳର ପର୍ବତ ଆରୋହୀଙ୍କ ସହ ସାମିଲ୍ ହୋଇ ଦେଶର ଉଚ୍ଚତମ ପର୍ବତ ଶୃଙ୍ଗ ଆରୋହଣ କରିବା ରେ ସଫଳ ହୋଇଥିଲେ । ଜୀବନକୁ ପାଣି ଛଡେଇ ପର୍ବତ ଆରୋହଣ କୁ ପେଶା କରି ଜୀବନର ଶେଷ ନିଃଶ୍ୱାସ ଥିବା ଯାଏଁ  ପଛ ଘୁଂଚା ଦେଇନଥିଲେ କଳ୍ପନା। 

2017ମସିହା ଡିସେମ୍ବର 27 ତାରିଖ ରେ ରାଜ୍ୟ ସଂଗ୍ରହାଳୟ କୁ ନିଜର ବ୍ୟବହୃତ ଉପକରଣକୁ କଳ୍ପନା ଦାନ କରିଥିଲେ। ସଂଗ୍ରହାଳୟ ର ପ୍ରତିଷ୍ଠା ଦିବସ ଅବସରରେ ସପ୍ତାହ ବ୍ୟାପି ପ୍ରଦର୍ଶିତ ହୋଇଥିଲା। ପରେ ଏହାକୁ ସଂରକ୍ଷିତ ଭାବରେ ସଂଗ୍ରହାଳୟ ରେ ରଖାଯାଇଥିଲା। କିନ୍ତୁ କଳ୍ପନାଙ୍କ ଅଚାନକ ମୃତ୍ୟୁ ପରେ କଳ୍ପନା ଙ୍କ ସନ୍ତକ କୁ ସବୁଦିନ ପାଇଁ ପ୍ରଦର୍ଶିତ କରାଯାଇଛି। ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ଙ୍କୁ କଳ୍ପନା ସଚିବାଳୟରେ ଭେଟି ସ୍ଵତଃ ଭାବରେ ନିଜର ଆରୋହଣ କରିଥିବା ବ୍ୟବର୍ହୁତ ଉପକରଣ ଗୁଡିକକୁ ଦାନ କରିବା କଥା କହିଥିଲେ। କଳ୍ପନାଙ୍କ କଥା କୁ ସ୍ୱକୃତି ଜଣାଇ ସଂସ୍କୃତି ସଚିବ ରାଜି ହୋଇଥିଲେ । ଦାନ ପରେ ପୁନର୍ବାର ପର୍ବତ ଆରୋହଣ କରିବା ଲାଗି ବାହାରିଥିଲେ କଳ୍ପନା। ସଫଳ ମଧ୍ୟ ହୋଇଥିଲେ। କିନ୍ତୁ ଫେରିବା ବାଟରେ ଅଚାନକ କଳ୍ପନା ଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ସମ୍ମାନ ଜଣାଇ ଆଜି ରାଜ୍ୟ ସଂଗ୍ରହାଳୟ ପାଖ ରୁ କଳ୍ପନାଙ୍କ ବ୍ୟବହୃତ ଉପକରଣକୁ ସର୍ବସାଧାରଣ ରେ ପ୍ରଦର୍ଶିତ କରାଯାଇଛି।

ମନୋରଞ୍ଜନ ପାଣିଗ୍ରାହୀ, ସଂସ୍କୃତି ସଚିବ
ଜୟନ୍ତୀ ରଥ, ଅଧିକ୍ଷକ
Byte and visual send mojo

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.