ଭୁବନେଶ୍ବର: ଆଜି କାଠମାଣ୍ଡୁରେ ପହଞ୍ଚିବ ପର୍ବତାରୋହୀ କଳ୍ପନା ଦାଶଙ୍କ ମୃତଦେହ । କଳ୍ପନାଙ୍କ ମୃତ୍ୟୁପରେ ତାଙ୍କ ମରଶରୀର ଓଡିଶା ଆଣିବା ପାଇଁ ଅନେକ ଚେଷ୍ଟା ଚାଲିଥିଲା ।
ସେରପା ଟିମ ଦ୍ବାରା କଳ୍ପନାଙ୍କ ମୃତଦେହକୁ ବେସ କ୍ୟାମ୍ପକୁ ଅଣାଯାଇଥିଲା । ସେଠାରୁ ହେଲିକପ୍ଟର ସାହାଯ୍ୟରେ ଲୁକଲା ଅଣାଯିବ । ଏଭରେଷ୍ଟ ଯାତ୍ରା ବେଳେ ଅମ୍ଲଜାନ କମ ହେତୁ ତାଙ୍କର ଦେହାନ୍ତ ହୋଇଥିଲା ।
ଖୁବଶୀଘ୍ର ଭାରତୀୟ ଦୂତାବାସ ଓ ଉଦ୍ଧାରକାରୀ ଦଳଙ୍କ ମିଳିତ ଉଦ୍ୟମରେ କଳ୍ପନାଙ୍କ ମରଶରୀର ତାଙ୍କ ପରିବାର ନିକଟରେ ପହଞ୍ଚିବାର ଆଶା କରାଯାଉଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ,ଇଟିଭି ଭାରତ