ETV Bharat / city

ପ୍ରତିଷ୍ଠା ହେବ ବନ୍ୟ ରେଶମ ଉନ୍ନୟନ ପ୍ରକଳ୍ପ, ସ୍ବାକ୍ଷରିତ ହେଲା ଚୁକ୍ତିପତ୍ର - ପ୍ରତିଷ୍ଠା ହେବ ବନ୍ୟ ରେଶମ ଉନ୍ନୟନ ପ୍ରକଳ୍ପ

ଓଡ଼ିଶାରେ ପ୍ରତିଷ୍ଠା ହେବ ବନ୍ୟ ରେଶମ ଉନ୍ନୟନ ପ୍ରକଳ୍ପ । ଏନେଇ ଆଜି ଜଙ୍ଗଲ ବିଭାଗ, ବାଙ୍ଗାଲୋର କେନ୍ଦ୍ରୀୟ ସିଲକ୍‌ ବୋର୍ଡ ଏବଂ ଓଡ଼ିଶା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର ମିଳିତ ଭାବେ ସ୍ୱାକ୍ଷରିତ ହୋଇଛି । ଅଧିକ ପଢନ୍ତୁ

ପ୍ରତିଷ୍ଠା ହେବ ବନ୍ୟ ରେଶମ ଉନ୍ନୟନ ପ୍ରକଳ୍ପ
ପ୍ରତିଷ୍ଠା ହେବ ବନ୍ୟ ରେଶମ ଉନ୍ନୟନ ପ୍ରକଳ୍ପ
author img

By

Published : May 10, 2022, 8:42 AM IST

ଭୁବନେଶ୍ବର: ଓଡ଼ିଶାରେ ପ୍ରତିଷ୍ଠା ହେବ ବନ୍ୟ ରେଶମ ଉନ୍ନୟନ ପ୍ରକଳ୍ପ । ଏନେଇ ଆଜି ଜଙ୍ଗଲ ବିଭାଗ, ବାଙ୍ଗାଲୋର କେନ୍ଦ୍ରୀୟ ସିଲକ୍‌ ବୋର୍ଡ ଏବଂ ଓଡ଼ିଶା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର ମିଳିତ ଭାବେ ସ୍ୱାକ୍ଷରିତ ହୋଇଛି । ପ୍ରସ୍ତାବିତ ଏହି ପ୍ରକଳ୍ପ ଦ୍ୱାରା ଜଙ୍ଗଲ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ରହୁଥିବା ଗ୍ରାମବାସୀ ଏବଂ ଜଙ୍ଗଲ ଉପରେ ନିର୍ଭରଶୀଳ ଅଧିବାସୀଙ୍କ ପାଇଁ ବନ ସଂରକ୍ଷଣ ସମିତି ଜରିଆରେ ପୋଷଣୀୟ ଜୀବନଜୀବିକା ଉପଲବ୍ଧ ହେବ ।

ଏହି କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେଶମ ଚାଷୀଙ୍କ ଅଧିକ ଖୋସା ଉତ୍ପାଦନ ପାଇଁ ଟସର ପୋକ ଖାଦ୍ୟ ଭାବେ ବ୍ୟବହାର କରୁଥିବା ଅସନ ଓ ଅର୍ଜୁନ ଗଛ ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ବହୁଳ ଭାବେ ଲଗାଯିବ । ରାଜ୍ୟର ୧୮ଟି ବନଖଣ୍ଡ ଆଠମଲ୍ଲିକ, ଢେଙ୍କାନାଳ, କଟକ, ବୌଦ୍ଧ, ବରଗଡ଼, ସୁନ୍ଦରଗଡ଼, ବଣାଇ, ଦେବଗଡ଼, କେନ୍ଦୁଝର, ବାରିପଦା, ରାଇରଙ୍ଗପୁର, ବଲାଙ୍ଗୀର, ଖରିଆଳ, ରାୟଗଡ଼ା, କୋରାପୁଟ, ଜୟପୁର, ନବରଙ୍ଗପୁର ଏବଂ ମାଲକାନଗିରି ବନଖଣ୍ଡରେ ଚଳିତ ବର୍ଷ ଏହି ବନ୍ୟ ରେଶମ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ପ୍ରକଳ୍ପ ରାଜ୍ୟରେ ଜନଜାତିମାନଙ୍କର ଜୀବନଜୀବିକା ପାଇଁ ଉପଯୋଗୀ ହେବ । ମହିଳା ସଶକ୍ତିକରଣ ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସେରିକଲଚର ଶାଖା ପକ୍ଷରୁ ଆଞ୍ଚଳିକ ସ୍ତରରେ ଟସର ବନୀକରଣ ନିମନ୍ତେ ଆବଶ୍ୟକୀୟ ବୈଷୟିକ ପରାମର୍ଶ ପ୍ରଦାନ କରାଯିବ । ଉତ୍ପାଦିତ ଟସର କୋଷା ବା କୁକୁନ୍‌କୁ ୫୯ଟି ପ୍ରାଥମିକ ଟସର ପାଳନ ସମବାୟ ସମିତି ଓ ସେରିଫେଡ୍‌ ମାଧ୍ୟମରେ ବିପଣନ କରାଯିବ । ପ୍ରାଥମିକ ଅବସ୍ଥାରେ ବନ ସୁରକ୍ଷା ସମିତି ସଦସ୍ୟସଦସ୍ୟାଙ୍କୁ ନିକଟସ୍ଥ ଟସର ସିଲକ୍‌ ପାର୍କ ସହିତ ଟ୍ୟାଗ୍‌ କରାଯିବ । କ୍ରମଶଃ, କୋଷାର ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତ କରାଯିବ । କେନ୍ଦ୍ରୀୟ ସିଲକ୍‌ ବୋର୍ଡ ଦ୍ୱାରା ସିଲକ୍‌ ସମଗ୍ର-୨ ଯୋଜନାରେ ଏହି ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । କେନ୍ଦ୍ରୀୟ ସିଲକ୍‌ ବୋର୍ଡ ୟୁନିଟ୍‌ ମାଧ୍ୟମରେ ମୌଳିକ ଟସର ବିହନ ଉତ୍ପାଦନ କରାଯାଇ ବନ ସୁରକ୍ଷା ସମିତିର ସଦସ୍ୟ ସଦସ୍ୟାଙ୍କୁ ଯୋଗାଇ ଦିଆଯିବ ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ମୋନା ଶର୍ମା କହିଛନ୍ତି ଯେ, ବୁଝାମଣା ପତ୍ର ସ୍ୱାକ୍ଷରିତ କରୁଥିବା ଏହି ତିନିଟି ସଂସ୍ଥା କାର୍ଯ୍ୟକ୍ରମ ରୂପାୟନ କ୍ଷେତ୍ରରେ ଅତ୍ୟନ୍ତ ସଶକ୍ତ । ତେଣୁ ଏହି ବୁଝାମଣାପତ୍ର ସ୍ୱାକ୍ଷର ଆମ ପାଇଁ ଏକ ବଡ଼ ସଫଳତା । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶିଶିର କୁମାର ରଥୋ, କେନ୍ଦ୍ରୀୟ ସିଲକ୍‌ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସଦସ୍ୟ ସଚିବ ରଜିତ ରଞ୍ଜନ ଓଖାଣ୍ଡିଆର୍‌ ଏବଂ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶୁଭା ଶର୍ମା ଏହି ପ୍ରକଳ୍ପ ଜନଜାତି ଏବଂ ଗ୍ରାମାଞ୍ଚଳବାସୀଙ୍କ ଜୀବନଜୀବିକା ନିମନ୍ତେ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କହିଛନ୍ତି ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରଦୀପ ରାଜ କରାଟ, ମୁଖ୍ୟ ବନ ସଂରକ୍ଷକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ରାଜ୍ୟ କାମ୍ପା, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ଦାଶ ଏବଂ ଭାରତ ସରକାରଙ୍କ କେନ୍ଦ୍ରୀୟ ସିଲକ୍‌ ବୋର୍ଡ ପକ୍ଷରୁ ବୈଷୟିକ ନିର୍ଦ୍ଦେଶକ ଶିବପ୍ରସାଦ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ବନ୍ୟ ଟସର ଉପରେ ଆଧାରିତ ଏବଂ ଟସର ଚାଷ ଜରିଆରେ ଭଗାମୁଣ୍ଡାରେ ମହିଳା ସଶକ୍ତିକରଣ ସଂପର୍କିତ ଦୁଇଟି କ୍ଷୁଦ୍ର ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା । ଏହି ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ମନୋଜ ମହାପାତ୍ର ସଂଯୋଜନା କରିଥିବାବେଳେ ମୁଖ୍ୟ ବନ ସଂରକ୍ଷକ ମିତା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.