ETV Bharat / city

ରାଜ୍ୟରେ ଆରମ୍ଭ ହେବ ପ୍ରାକୃତିକ କୃଷି କାର୍ଯ୍ୟକ୍ରମ, ୫ ବର୍ଷରେ ବିନିଯୋଗ ହେବ ୩୧୧.୯୩ କୋଟି

ବିପର୍ଯ୍ୟୟ ନିରୋଧ ଓ ପରିବେଶ ଅନୁକୂଳ କୃଷି ଉପରେ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଓଡ଼ିଶା ସରକାର ରାସାୟନିକ ପଦାର୍ଥ ରହିତ ପ୍ରାକୃତିକ କୃଷି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Mar 31, 2022, 9:02 AM IST

ରାଜ୍ୟରେ ଆରମ୍ଭ ହେବ ପ୍ରାକୃତିକ କୃଷି କାର୍ଯ୍ୟକ୍ରମ

ଭୁବନେଶ୍ବର: ବିପର୍ଯ୍ୟୟ ନିରୋଧ ଓ ପରିବେଶ ଅନୁକୂଳ କୃଷି ଉପରେ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଓଡ଼ିଶା ସରକାର ରାସାୟନିକ ପଦାର୍ଥ ରହିତ ପ୍ରାକୃତିକ କୃଷି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଉଚ୍ଚସ୍ତରୀୟ ବୈଠକ । ବୈଠକରେ ଆନ୍ଧ୍ର ପ୍ରଦେଶର ରାୟଥୁ ସ୍ବାଧୀକାର ସଂସ୍ଥା (ଆରୱାଇଏସ୍ଏସ୍) ଏବଂ ଓଡ଼ିଶା ସରକାରଙ୍କ ସଂପୃକ୍ତ ବିଭାଗମାନଙ୍କ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଖୁବଶ୍ରୀଘ୍ର ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ପ୍ରାକୃତିକ କୃଷି କାଯ୍ୟକ୍ରମ ।

ଲୋକସେବା ଭବନରୁ ବୁଧବାର ଡିଜିଟାଲ୍ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଆନ୍ଧ୍ରପ୍ରଦେଶ ସରକାରଙ୍କ କୃଷି ଓ ସମବାୟ ପରାମର୍ଶଦାତା ତଥା ଆର୍ୱାଇଏସ୍ଏସର କାର୍ଯ୍ୟନିର୍ବାହୀ ଉପ ସଭାପତି ଟି. ବିଜୟ କୁମାର, ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ସମୁଦାୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ମିଶନ ଶକ୍ତି ବିଭାଗ ଶାସନ ସଚିବ ସୁଜାତା କାର୍ତ୍ତିକେୟନ୍ ଚୁକ୍ତିପତ୍ରରେ ସ୍ବାକ୍ଷର କରିଛନ୍ତି । ନିରାପଦ ଓ ପୃଷ୍ଟି ସଂପନ୍ନ କୃଷି ପଦାର୍ଥ ଉତ୍ପାଦନ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଆରୋପ କରିଛନ୍ତି । ଆଧୁନିକ ପ୍ରଣାଳୀରେ ପ୍ରାକୃତିକ ଚାଷ ଉଭୟ ବର୍ତ୍ତମାନ ଓ ଭବିଷ୍ୟତ ପିଢିଙ୍କ ପାଇଁ ଏକାନ୍ତ ଆବଶ୍ୟକ । ଏହି ପଦ୍ଧତିରେ କୃଷିକୁ ନିରନ୍ତର ଏବଂ ବିପର୍ଯ୍ୟୟ ନିରୋଧ କରାଯାଇପାରିବ । ପ୍ରାକୃତିକ ଚାଷ କାର୍ଯ୍ୟକ୍ରମକୁ ଫଳପ୍ରଦ କରିବା ନିମନ୍ତେ ସଂପୃକ୍ତ ବିଭାଗମାନେ କ୍ଷେତ୍ରସ୍ତରରେ ପୂର୍ଣ୍ଣ ସମନ୍ବୟ ଏବଂ ଲଗାତର ପ୍ରଚେଷ୍ଟା କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ପ୍ରାକୃତିକ ଚାଷ କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଚଳିତ କୃଷି ଉତ୍ପାଦନ ସ୍ଥିତିକୁ ରୂପାନ୍ତରିତ କରିବ । କ୍ରମବର୍ଦ୍ଧିଷ୍ଣୁ ସ୍ବାସ୍ଥ୍ୟ ସଚେତନତା ଯୋଗୁ ଜୈବିକ ପଦ୍ଧତିରେ ଉତ୍ପାଦିତ ଖାଦ୍ୟ ଦ୍ରବ୍ୟର ଚାହିଦା ବଢ଼ୁଥିବାରୁ ଏହି ଚାଷ ମଧ୍ୟ କୃଷିରୁ ଆୟ ବୃଦ୍ଧି କରିବ । ଚୁକ୍ତିନାମା ଓ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା । ସେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା ଓ କୋରାପୁଟ ଆଦି ୫ଟି ଜିଲ୍ଲାର ଆଦିବାସୀ ଅଞ୍ଚଳରେ ଆରମ୍ଭ କରାଯିବ ।

ସମୁଦାୟ କାର୍ଯ୍ୟକ୍ରମକୁ ୧୩, ୫୦୦ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ୫ ବର୍ଷରେ ପ୍ରାୟ ୩.୧୫ ହେକ୍ଟର ଚାଷ ଜମିରେ ପ୍ରାକୃତିକ ପ୍ରଣାଳୀ ଚାଷ କରାହେବ । ସେ ଆହୁରି ମଧ୍ୟ ଜଣାଇଛନ୍ତି ଯେ, କାର୍ଯ୍ୟକ୍ରମକୁ କ୍ଲଷ୍ଟର ମୋଡ୍‌ରେ କରାଯିବ । ପ୍ରାୟ ୫୦ ଟି ଲେଖାଏଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଗୋଟିଏ ଗୋଟିଏ କ୍ଲଷ୍ଟର ଗଠନ କରାଯିବ । ୨୦୨୨ - ୨୩ ଆର୍ଥିକ ବର୍ଷରୁ କାର୍ଯ୍ୟକ୍ରମର ବାସ୍ତବ କ୍ଷେତ୍ରାନ୍ଵୟନ କରାଯିବ । ଆସନ୍ତା ୫ ବର୍ଷରେ ୩୧୧.୯୩ କୋଟି ଟଙ୍କା ବିନିଯୋଗ ହେବ ।

ମିଶନ ଶକ୍ତି ବିଭାଗ ଶାସନ ସଚିବ ସୁଜାତା କାର୍ତ୍ତିକେୟନ୍ କହିଛନ୍ତି ଆଦିବାସୀ ଅଧ୍ୟଷିତ ଅଞ୍ଚଳରେ ମହିଳାମାନେ କୃଷି କାର୍ଯ୍ୟ ସହ ପୂର୍ଣ୍ଣ ସଂପୃକ୍ତ । ଏହି ପ୍ରାକୃତିକ ଚାଷ କାର୍ଯ୍ୟକ୍ରମ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ମଧ୍ୟରେ ବେଶ ଆଦୃତ ହେବ । ନିଜ ପରିବାର ତଥା ସମାଜ ପାଇଁ ନିରାପଦ ଖାଦ୍ୟ ଉତ୍ପାଦନ କାର୍ଯ୍ୟରେ ମହିଳାମାନେ ଆଗ୍ରହରେ ସାମିଲ ହେବେ । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ନିର୍ଦ୍ଦେଶକ ଗୁହା ପୁନମ୍ ଟି.କୁମାର କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ବାବଦରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ତାଲିମ ଦିଆଯିବ । ସେମାନେ ‘ରିସୋର୍ସ ପର୍ସନ' ଭାବେ କାର୍ଯ୍ୟକରିବେ ।

ଏହି ଗୋଷ୍ଠୀମାନଙ୍କୁ ଶସ୍ୟ ବିବିଧତା, ପ୍ରାଥମିକ ପର୍ଯ୍ୟାୟ ଜୈବ-ସାର ପ୍ରସ୍ତୁତି, କୃଷି ପଦ୍ଧତି, ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ ନିମନ୍ତେ ଭିଭିଭୂମି ତିଆରି ଆଦି ପାଇଁ ସହାୟତା ଦିଆଯିବ । ଏହା ଛଡା ‘ପୋଷଣ ବଗିଚା’ ପ୍ରସ୍ତୁତ ନିମନ୍ତେ ସମସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ ସହଯୋଗ ଯୋଗାଇ ଦିଆଯିବ । ମିଶନ ଶକ୍ତି ଏବଂ ଓଡ଼ିଶା ଜନଜାତି ଉନ୍ନୟନ ସମାଜର ବରିଷ୍ଠ ଅଧିକାରୀମାନଙ୍କ ସମେତ ସଂପୃକ୍ତ ଜିଲ୍ଲାର ଆଇଟିଡ଼ିଏର ପ୍ରକଳ୍ପ ଅଧିକାରୀମାନେ ବୈଠକରେ ଅଂଶ ଗ୍ରହଣ କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.