ETV Bharat / city

ରାଜଧାନୀରେ ଅଲୋଡା ଶିଶୁକନ୍ୟା, ଜନ୍ମକଲା ଝିଅକୁ ତଣ୍ଟିଚିପି ମାରିଦେଲା ମା ! - ଶିଶୁକନ୍ୟାକୁ ହତ୍ୟା

ରାଜଧାନୀର ବର୍ବର କାଣ୍ଡ । ନିଜ ଜନ୍ମକଲା 9 ମାସର ଶିଶୁକନ୍ୟାକୁ ତଣ୍ଟି ଚିପି ମାଆ ହତ୍ୟା କରିଥିବା ଅଭିଯୋଗ । ଅଧିକ ପଢନ୍ତୁ...

ଜନ୍ମକଲା ଝିଅକୁ ତଣ୍ଟିଚିପି ମାରିଦେଲା ମା !
ଜନ୍ମକଲା ଝିଅକୁ ତଣ୍ଟିଚିପି ମାରିଦେଲା ମା !
author img

By

Published : Jun 22, 2021, 10:43 PM IST

ଭୁବନେଶ୍ବର: ମା ଭୁଲିଗଲା ମମତାର ମୋହ । ଟପିଲା ନିଷ୍ଠୁରତାର ସୀମା । ଝିଅ ବୋଲି ରାତି ଅଧରେ ତଣ୍ଟିଚିପି ହତ୍ୟା କଲା ନିଷ୍ପାପ ଶିଶୁକୁ । ଏମିତି ଘଟଣା ସାମ୍ନାକୁ ଆସିଛି ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ । ମହାବୀର ବସ୍ତିର ନନ୍ଦିନୀ ନାୟକ ନିଜର ୯ ମାସର ଛୁଆକୁ ହତ୍ୟା ଅଭିଯୋଗରେ ଥାନାରେ ଅଟକ ଅଛନ୍ତି ।

ସୂଚନା ମୁତାବକ ନନ୍ଦିନୀ ଓ ତାଙ୍କ ସ୍ବାମୀ ରାଜୁ ନାୟକ ସହ କୁନି ଝିଅ ଓ ଶାଶୂ ଶ୍ବଶୁର ମିଶି ପରିବାର ମିଶି ରୁହନ୍ତି । ହେଲେ ସକାଳୁ କୁନି ଝିଅର କିଛି ସୋର ଶବ୍ଦ ନାହିଁ । ଯାହାକୁ ନେଇ ନନ୍ଦିନୀଙ୍କ ଶାଶୁ ଶ୍ବଶୁରଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ନନ୍ଦିନୀ କିଛି ଜାଣିନାହିଁ କେମିତି ହେଲା ବୋଲି କହିଥିଲେ । ଏପରିକି ସ୍ବାମି ଝିଅକୁ ରୋଗ ହୋଇଥିଲା ବୋଲି କହିଥିଲେ । ହେଲେ ଏନେଇ ନେଇ ଶାଶୁ ଶ୍ବଶୁରର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ନନ୍ଦିନୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏନେଇ ତଦନ୍ତ ଜାରି ରଖିଛି କମିସନରେଟ ପୋଲିସ ।

ସେପଟେ ପୋଲିସ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି।ଯଦି ସେଭଳି କିଛି ପ୍ରମାଣ ମିଳେ ତେବେ ପରବର୍ତ୍ତୀ କାର୍ଯାନୁଷ୍ଠାନ ନିଆଯିବ ବୋଲି ସୁଚନା ମିଳିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.