ଭୁବନେଶ୍ବର : ‘‘ମୋ ସ୍କୁଲ ଅଭିଯାନ’’ ରେ ଯୋଡି ହେଲେ 4 ଲକ୍ଷରୁ ଉର୍ଦ୍ଧ ପୁରାତନ ଛାତ୍ର ଛାତ୍ରୀ । 26 ହଜାର ଛୁଇଁଲା ସ୍କୁଲ ସଂଖ୍ୟା । ବୈଠକରେ ଓଡ଼ିଶାର ୨୮ଟି ଜିଲ୍ଲାର ମୋଟ ୩୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୬୧, ୧୨୦ ପୁରାତନ ଛାତ୍ରଛାତ୍ରୀ “ମୋ ସ୍କୁଲ ଅଭିଯାନ’’ ସହ ଯୋଡ଼ି ହୋଇଥିବାବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ମୋଟ ୧୦,୮୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ବାଲେଶ୍ବରରେ ୩.୪୯ କୋଟି, କେଉଁଝରରେ ୧,୯୫ କୋଟି, ମୟୂରଭଞ୍ଜରେ ୬୨ ଲକ୍ଷ, ଅନୁଗୋଳରେ ୩୬ ଲକ୍ଷ ଏବଂ ବରଗଡ଼ରେ ୩୫ ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀ ମାନେ ପ୍ରଦାନ କରିଛନ୍ତି ।
ସ୍କୁଲର ମାଇକ୍ରୋ ୱେସାଇଟରେ ଏନେଇ ସମସ୍ତ ତଥ୍ୟ କପଲବ୍ଧ କରାଯିବ । ପ୍ରକଳ୍ପ କାର୍ଯ୍ୟକାରିତାରେ ଅଧ୍ୟ ସ୍ବଚ୍ଛତା ଆଣିବାକୁ ସ୍ୱତନ୍ତ୍ର ଅଡିଟରଙ୍କ ଦ୍ୱାରା ବିଦ୍ୟାଳୟ ସ୍ତରରେ ସମସ୍ତ ପ୍ରକଳ୍ପର ଅଡିଟ୍ କରାଯିବ । ସେହିଭଳି "ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ବିଦ୍ୟାଳୟଗୁଡ଼ିକ କିଣିଥିବା ସମସ୍ତ ଆସବାବପତ୍ରର ଏକ ସ୍ୱତନ୍ତ୍ର ରେଜିଷ୍ଟର ପ୍ରସ୍ତୁତ କରାଯିବ । ‘‘ମୋ ସ୍କୁଲ’’ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟ ଗୁଡ଼ିକୁ ବ୍ୟାଟିଂ ଗ୍ରାଣ୍ଟ ତଥା ସରକାରୀ ସହାୟତା ପ୍ରଦାନକୁ ପ୍ରାଥମିକତା ଦିଆଯାଇଥିବା ବେଳେ ସ୍କୁଲଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ ପୂର୍ବରୁ ବ୍ୟାଙ୍କ ପାସ୍ବୁକୁ ସହ ଆବଶ୍ୟକ ସମସ୍ତ କାଗଜପତ୍ର ଯାଞ୍ଚକୁ ଜୋରଦାର କରାଯାଇଛି । ମୋ ସ୍କୁଲ କାର୍ଯ୍ୟାଳୟ ପକ୍ଷରୁ ମେମ୍ବରମାନଙ୍କୁ ସେମାନେ ପୋଷ୍ୟ ନେଇଥିବା ବିଦ୍ୟାଳୟର ପ୍ରୋଫାଇଲକୁ ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମର ସମସ୍ତ ସୂଚନା ଏବଂ ତଥ୍ୟ ପ୍ରଦାନ କରାଯାଇଛି । ଇତି ମଧ୍ୟରେ ଅଧିକାଂଶ ମେମ୍ବର ପୋଷ୍ୟ ଗ୍ରହଣ କରିଥିବା ବିଦ୍ୟାଳୟକୁ ଗସ୍ତ କରି ବିଦ୍ୟାଳୟର ସ୍ଥିତାବସ୍ଥା ବୁଲି ଦେଖିବା ସହ ପ୍ରଧାନଶିକ୍ଷକ ଏବଂ ସ୍କୁଲ ପରିଚାଳନା କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିଛନ୍ତି । “ମୋ ସ୍କୁଲ ଅଭିଯାନ’’ ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ୯୭୯୬ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇସାରିଥିବା ବେଳେ ୨୩୮୦ଟି ପ୍ରକଳ୍ପ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ।
ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ