ETV Bharat / city

ମୋ ସ୍କୁଲ ଅଭିଯାନର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ, ଇଣ୍ଟରନେଟ ବ୍ୟବସ୍ଥାକୁ ଗୁରୁତ୍ୱ - ମୋ ସ୍କୁଲ ଅଭିଯାନର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ

ମୋ ସ୍କୁଲ ଅଭିଯାନର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ରୂପାନ୍ତରିତ ବିଦ୍ୟାଳୟରେ ଇଣ୍ଟରନେଟ ବ୍ୟବସ୍ଥାକୁ ଦିଆଯାଇଛି ଗୁରୁତ୍ବ । ଅଧିକ ପଢନ୍ତୁ

ମୋ ସ୍କୁଲ ଅଭିଯାନର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ, ଇଣ୍ଟରନେଟ ବ୍ୟବସ୍ଥାକୁ ଗୁରୁତ୍ବ

author img

By

Published : Jul 18, 2022, 10:02 PM IST

ଭୁବନେଶ୍ବର: ମୋ ସ୍କୁଲ ଅଭିଯାନର ୩୫ ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ । ରାଜ୍ୟରେ ୨୬ଟି ଜିଲ୍ଲାର ମୋଟ ୧୩୧.୭୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ରୂପାନ୍ତରିତ ବିଦ୍ୟାଳୟର ଭିତ୍ତିଭୂମି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଥିବା ବେଳେ ଇଣ୍ଟରେନଟ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଗତ ୧ ମାସ ମଧ୍ୟରେ ୧୦ ହଜାର ୬୭୨ ଜଣ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ ଅଭିଯାନରେ ଯୋଡି଼ ହୋଇଛନ୍ତି। ସେମାନେ ନିଜ ନିଜ ସ୍କୁଲର ବିକାଶ ପାଇଁ ୫ କୋଟି ୬ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ରୂପାନ୍ତରିତ ବିଦ୍ୟାଳୟର ଭିତ୍ତିଭୂମି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି । ବିଭିନ୍ନ CSR ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟ ଗୁଡିକର ବିକାଶ ପାଇଁ ମୋ ସ୍କୁଲ ଅଭିଯାନକୁ ୩୮ କୋଟି ୫୮ ଲକ୍ଷ ଟଙ୍କାର ଆନୁଦାନ ଆସିଛି ।

ବାଲେଶ୍ବରରେ ସର୍ବାଧିକ ୧ କୋଟି ୧୨ ଲକ୍ଷ, କଟକରେ ୪୨ ଲକ୍ଷ ଭଦ୍ରକରେ ୨୫ ଲକ୍ଷ ୨୨ ହଜାର, ସମ୍ବଲପୁରରେ ୨୪ ଲକ୍ଷ ୨୭ ହଜାର ଏବଂ ମୟୂରଭଞ୍ଜରେ ୧୮ ଲକ୍ଷ ୯୪ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ ମୋଟ ୬ ଲକ୍ଷ ୫୮ ହଜାର ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ସ୍କୁଲ ଗୁଡିକକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ୩ୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟକ୍ରମ ଏବଂ ମୋ ସ୍କୁଲ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ମୋ ସ୍କୁଲ ଅଭିଯାନକୁ ୬୪୪ କୋଟି ଟଙ୍କାର ଆର୍ଥିକ ଅନୁଦାନ ମିଳିଛି ।

ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପରେ ବଳକା ଥିବା ୪୩୧୦ଟି ଉଚ୍ଚ ବିଦ୍ୟାଳୟରୁ ୩ୟ ପର୍ଯ୍ୟାୟରେ ୨୧୫୯ଟି ହାଇସ୍କୁଲ ରୂପାନ୍ତରୀକରଣ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହି ବୈଠକରେ ମୋ ସ୍କୁଲର ସଦସ୍ୟ ସଚିବ ଅନୁପମ ସାହା, ବିଭାଗୀୟ ଅତିରିକ୍ତ ଶାସନ ସଚିବ ପ୍ରତାପ କୁମାର ମିଶ୍ର, ବିଭାଗୀୟ ଆର୍ଥିକ ଉପଦେଷ୍ଟା ରତିକାନ୍ତ ମହାପାତ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷାର ନିର୍ଦ୍ଦେଶକ ଏବଂ ମୋ ସ୍କୁଲ ଅଭିଯାନ ମୁଖ୍ୟ ପରିଚାଳନା ଅମରାଜିତ ଜେନାଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.