ETV Bharat / city

Odisha Weather: ପୁଣି ଆଉ ଏକ ଲଘୁଚାପ, ଆସନ୍ତା ୨୦ରୁ ରାଜ୍ୟରେ ବର୍ଷା ଜାରି

ରାଜ୍ୟରେ ଜାରି ରହିବ ବର୍ଷା । ଆସନ୍ତା ୨୦ରୁ ରାଜ୍ୟରେ ବର୍ଷା ଜାରି । ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହେଉଥିବା ନେଇ ସୂଚନା ଦେଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ

author img

By

Published : Oct 14, 2022, 7:38 PM IST

Odisha Weather: ପୁଣି ଆଉ ଏକ ଲଘୁଚାପ, ଆସନ୍ତା ୨୦ରୁ ରାଜ୍ୟରେ ବର୍ଷା ଜାରି
Odisha Weather: ପୁଣି ଆଉ ଏକ ଲଘୁଚାପ, ଆସନ୍ତା ୨୦ରୁ ରାଜ୍ୟରେ ବର୍ଷା ଜାରି

ଭୁବନେଶ୍ବର: ପୁଣି ଆଉ ଏକ ଲଘୁଚାପ (Another Low pressure expected in Andaman Sea) । ରାଜ୍ୟରେ ୧୮ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୦ ତାରିଖ ବେଳକୁ ଲଘୁଚାପ କ୍ଷେତ୍ରର ସମ୍ଭାବନା ରହୁଛି । ତେଣୁ ରାଜ୍ୟରେ ପୁଣି ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ (Bhubaneswar Meteorological Department) କେନ୍ଦ୍ରରୁ ସୂଚନା ମିଳିଛି ।

ଏହାସହ ଦକ୍ଷିଣ ବଙ୍ଗୋପସାଗର ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡି଼ଶାର କିଛି କିଛି ସ୍ଥାନରେ ବର୍ଷା ଜାରି ରହିଛି । ସେହିପରି ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡି଼ଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିଛି । ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକରେ ବର୍ଷା ବିଶେଷ ଅନୁଭୂତ ହେଉନାହିଁ । ପାଗ ଅନୁକୂଳ ରହୁଛି । ଅନ୍ୟପଟେ ଏହି ପାଗ ରାଜ୍ୟରେ ମୌସୁମୀ ଅପସାରଣ ପ୍ରକ୍ରିୟାକୁ ସହଯୋଗ କରୁଛି ।

ଏହା ବି ପଢନ୍ତୁ- Weather Update: 18ରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା ସମ୍ଭାବନା

ତେଣୁ ଆଗାମୀ ୩ ଦିନ ଭିତରେ ରାଜ୍ୟରୁ ମୌସୁମୀ ଅପସାରଣର ପ୍ରକ୍ରିୟା ଆରମ୍ଭ ହେବା ଆକଳନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଉତ୍ତରାଖଣ୍ଡ, ଉତ୍ତର-ପ୍ରଦେଶ, ଗୁଜୁରାଟର ଅବଶିଷ୍ଟ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ସମ୍ପୂର୍ଣ ଭାବେ ଅପସାରଣ ହୋଇଥିବା ବେଳେ ବିହାର, ଝାଡ଼ଖଣ୍ଡ, ଛତିଶଗଡ ଏବଂ ମହାରାଷ୍ଟ୍ରରୁ ଆଂଶିକ ଭାବେ ଅପସାରଣ ହୋଇଛି । ମୌସୁମୀ ଅପସାରଣ ପରେ ଧୀରେ ଧୀରେ ପାଗ ଶୁଖିଲା ରହିବ ।

ଏହାସହ ଆଗାମୀ ୩ ଦିନ ମଧ୍ୟରେ ପୂର୍ବ-ଭାରତର ଆହୁରି ଅନେକ ଅଞ୍ଚଳରୁ ମୌସୁମୀ ଅପସାରଣ ହେବା ପାଇଁ ପାଗ ଧୀରେ ଧୀରେ ଅନୁକୂଳ ହେଉଛି । ସେପଟେ ରାଡାର ଚିତ୍ରରୁ ଏହା ପ୍ରତିୟମାନ ହୋଉଛି ଯେ କଟକ ଜିଲ୍ଲାର ଅଧିକାଂଶ ପୂର୍ବ ବ୍ଲକରେ ଘଡ଼ଘଡ଼ି ସହ ବର୍ଷା ଲାଗି ରହିବ । ପଶ୍ଚିମ ବ୍ଲକ ଗୁଡିକରେ ଚାଷୀ ଭାଇ ମାନେ ଅମଳ ଉପଯୋଗୀ ପନିପରିବା, ଫସଲ ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବାକୁ ଅନୁରୋଧ କରିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.