ETV Bharat / city

ସବୁ କ୍ଲାସରେ କରାଯିବ ମାସିକିଆ ପରୀକ୍ଷା: ଗଣଶିକ୍ଷା ମନ୍ତ୍ରୀ

ଏଣିକି ସବୁ କ୍ଲାସରେ ମାସିକିଆ ପରୀକ୍ଷା କରି ଶିକ୍ଷକ ବିଦ୍ୟାର୍ଥୀଙ୍କ ଦକ୍ଷତା ମାପିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ସବୁ କ୍ଲାସରେ କରାଯିବ ମାସିକିଆ ପରୀକ୍ଷା: ଗଣଶିକ୍ଷା ମନ୍ତ୍ରୀ
ସବୁ କ୍ଲାସରେ କରାଯିବ ମାସିକିଆ ପରୀକ୍ଷା: ଗଣଶିକ୍ଷା ମନ୍ତ୍ରୀ
author img

By

Published : Jun 21, 2021, 6:55 PM IST

ଭୁବନେଶ୍ବର: କୋରୋନା ମହାମାରୀ ରାଜ୍ୟରେ ଦୀର୍ଘ 2 ବର୍ଷ ଧରି ଶିକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଛି । ଏହାକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ନୂଆ ବ୍ୟବସ୍ଥା ଆପଣାଇଛି । ଏଣିକି ସବୁ କ୍ଲାସରେ ମାସିକିଆ ପରୀକ୍ଷା କରାଯିବା ସହ ପରୀକ୍ଷାର ଇ-ମୂଲ୍ୟାଙ୍କନ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ସମସ୍ତ ପରୀକ୍ଷାର ମୂଲ୍ୟାଙ୍କନ କରାଯିବ। ଇଣ୍ଟରନାଲ ପରୀକ୍ଷା ଫଳର ଡାଟାବେସ ପ୍ରସ୍ତୁତ କରାଯିବ। ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କର ଦକ୍ଷତା ମାପିବେ। ହ୍ଵାଟ୍ସଆପ ଗ୍ରୁପରେ ଡାଉଟ କ୍ଲିୟର କରାଯିବ। ଇ-ମୂଲ୍ୟାୟନ ଦ୍ବାରା ଛାତ୍ରଛାତ୍ରୀ ନିଜକୁ ପ୍ରସ୍ତୁତ କରିପାରିବେ। ପ୍ରତି 3 ମାସରେ ଥରେ ପରୀକ୍ଷା ହେବାକୁ ଥିବା ବେଳେ ଅନଲାଇନ ସୁବିଧା ନଥିଲେ ଶିକ୍ଷକମାନେ ବିଦ୍ୟାର୍ଥୀଙ୍କର ପରୀକ୍ଷା ଅଫଲାଇନରେ କରିବେ । ଆସେସମେଣ୍ଟ କରି ତାଙ୍କୁ ମାର୍କ ପ୍ରଦାନ କରିବେ। ଏନେଇ ଖୁବଶୀଘ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ଆପ ଆରମ୍ଭ ହେବ।

ସବୁ କ୍ଲାସରେ କରାଯିବ ମାସିକିଆ ପରୀକ୍ଷା: ଗଣଶିକ୍ଷା ମନ୍ତ୍ରୀ

ପ୍ରାଥମିକ ପର୍ଯ୍ୟାୟରେ ସମସ୍ତ ବିଦ୍ୟାଳୟ ଓ କନିଷ୍ଠ ମହାବିଦ୍ୟାଳୟରେ ଏହି ନିୟମ ଲାଗୁ ହେବ। ନବମରୁ ଦ୍ଵାଦଶ ଛାତ୍ରଛାତ୍ରୀଙ୍କ ଏଭଳି ମୂଲ୍ୟାୟନ କରାଯିବ। କେନ୍ଦ୍ରୀୟ ପରିଷଦ ଭଳି ରାଜ୍ୟରେ ମଧ୍ୟ ସମାନ ଢଙ୍ଗରେ ଏଭଳି ମୂଲ୍ୟାୟନ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଷଷ୍ଠରୁ ଅଷ୍ଟମ ବିଦ୍ୟାର୍ଥୀଙ୍କର ଏଭଳି ମୂଲ୍ୟାୟନ କରାଯିବ। ସବୁ ଶିକ୍ଷାନୁଷ୍ଠାନରେ ଏଭଳି ବ୍ୟବସ୍ଥା ଲାଗୁ ହେବ ବୋଲି ଦାଶ ସୂଚନା ଦେଇଛନ୍ତି ।

ଏନେଇ ଖୁବଶୀଘ୍ର ନୂଆ ନିୟମାବଳୀ ପ୍ରକାଶ ପାଇବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ । ଅନ୍ୟପଟେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ଖୁବଶୀଘ୍ର ଏହି ନୂଆ ବ୍ୟବସ୍ଥାକୁ ରାଜ୍ୟ ସରକାର ଲାଗୁ କରିବେ। ଏହା ଦ୍ବାରା ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଉଜ୍ଜ୍ବଳ ହେବ। କ୍ୟାରିଅର ଉପରେ ଭଲ ପ୍ରଭାବ ପଡିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.