ETV Bharat / city

Assembly Budget Session: ଆସନ୍ତାକାଲିଠୁ ଦ୍ୱିତୀୟ ପର୍ଯ୍ୟାୟ

ଆସନ୍ତାକାଲିଠାରୁ ଆରମ୍ଭ ହେବ ଓଡିଶା ବିଧାନସଭା ମୌସୁମୀ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ । ଆସନ୍ତାକାଲି ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟିର ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବ । ଅଧିକ ପଢନ୍ତୁ

ଆସନ୍ତାକାଲି ଠାରୁ ଦ୍ବିତୀୟ ପର୍ଯ୍ୟାୟ
ଆସନ୍ତାକାଲି ଠାରୁ ଦ୍ବିତୀୟ ପର୍ଯ୍ୟାୟ
author img

By

Published : Jul 12, 2022, 7:54 PM IST

Updated : Jul 12, 2022, 8:52 PM IST

ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେବ ଓଡିଶା ବିଧାନସଭା ମୌସୁମୀ ଅଧିବେଶନ ର ଦ୍ଵିତୀୟ ପର୍ଯ୍ୟାୟ । ଆସନ୍ତାକାଲି ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟିର ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବ । ସେହିପରି 14 ତାରିଖରୁ 28 ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚଲାଇବା ପାଇଁ ଉଭୟ ବିରୋଧୀ ଓ ଶାସକ ଦଳଙ୍କ ସହଯୋଗ ଲୋଡିଲେ ବାଚସ୍ପତି ।

ଆସନ୍ତାକାଲି ଠାରୁ ଦ୍ବିତୀୟ ପର୍ଯ୍ୟାୟ

ବାଚସ୍ପତି କହିଛନ୍ତି ଯେ, ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଆସନ୍ତାକାଲି ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟିର ପ୍ରସ୍ତାବ ଉପସ୍ଥାପିତ ହେବ । 14 ତାରିଖରୁ 28 ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ଯେଉଁ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇପାରିନଥିବ ତାହା 29 ତାରିଖରେ ଗିଲୋଟିନ ଜରିଆରେ ପାରିତ କରାଯିବ । 30 ତାରିଖରେ 2022-23 ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁରୀ ବିଲ ପରିତ ହେବ । ପ୍ରଶ୍ନ କାଳ ସ୍ୱାଭାବିକ କରିବା ପାଇଁ ସବୁ ବିଧାୟକଙ୍କ ସହଯୋଗ ଲୋଡିଛନ୍ତି ବାଚସ୍ପତି ।

ପ୍ରଶ୍ନକାଳକୁ ସ୍ୱାଭାବିକ ଭାବେ ଚଲାଇବା ପାଇଁ ଉଭୟ ବିରୋଧୀ ଓ ଶାସକ ଦଳଙ୍କ ସହଯୋଗ ଲୋଡିଲେ ବାଚସ୍ପତି । ପ୍ରଶ୍ନକାଳ ସମୟରେ କୌଣସି ବିଶୃଙ୍ଖଳା କି ପାଟିତୁଣ୍ଡ ନ କରିବା ପାଇଁ ସମସ୍ତ ଦଳଙ୍କୁ ଅନୁରୋଧ କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ବିଶୃଙ୍ଖଳିତ ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ପୂର୍ବରୁ ଚେତାବନୀ ଦିଆଯାଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ନରସିଂହ କହିଛନ୍ତି ଯେ, ବାଚସ୍ପତିଙ୍କର ଅଖଣ୍ଡ କ୍ଷମତା ଅଛି । କିନ୍ତୁ କେହି କାହାକୁ ଡରେଇ ଗୃହ ଚଳାଇ ପାରିବ ନାହିଁ । ବାଚସ୍ପତିଙ୍କ କ୍ଷମତାକୁ କେହି ଚ୍ୟାଲେଞ୍ଜ କରନ୍ତି ନାହିଁ । କିମ୍ବା ମନା କରନ୍ତି ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 12, 2022, 8:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.