ETV Bharat / city

Panchayat Election: ଖୋଲିଲା BJPର ପରିଚାଳନା କକ୍ଷ - କାର୍ଯ୍ୟକର୍ତ୍ତାଙ୍କ ସମସ୍ୟା ସମାଧାନ ଦିଗରେ କରିବ କାମ

ଆଗାମୀ ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ବିଜେପି ଖୋଲିଛି ପଞ୍ଚାୟତ ନିର୍ବାଚନ ପରିଚାଳନା କକ୍ଷ। ଅଧିକ ପଢନ୍ତୁ

state bjp innagurate panchayat election control room
ଖୋଲିଲା ରାଜ୍ୟ ବିଜେପିର ପଞ୍ଚାୟତ ନିର୍ବାଚନ ପରିଚାଳନା କକ୍ଷ
author img

By

Published : Jan 14, 2022, 10:24 PM IST

ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ବିଜେପି ଖୋଲିଛି ପଞ୍ଚାୟତ ନିର୍ବାଚନ ପରିଚାଳନା କକ୍ଷ। ବିଜେପି ସଭାପତି ସମୀର ମହାନ୍ତି ଏହି କକ୍ଷକୁ ଆଜି ଉଦଘାଟନ କରିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ କାର୍ଯ୍ୟ ଏହି କଣ୍ଟ୍ରୋଲ ରୁମରୁ ପରିଚାଳନା କରାଯିବ ।

ଖୋଲିଲା ରାଜ୍ୟ ବିଜେପିର ପଞ୍ଚାୟତ ନିର୍ବାଚନ ପରିଚାଳନା କକ୍ଷ

ଏହି କଣ୍ଟ୍ରୋଲ ରୁମ ଏକ ସେତୁ ଭଳି କାମ କରିବ । ତେବେ ଆସନ୍ତା 2 ଦିନ ଭିତରେ ନାମାଙ୍କନ ପତ୍ର ପ୍ରକ୍ରିୟା ଆରମ୍ଭ ହେଉଛି । ଜିଲ୍ଲା ପରିଷଦ ଜୋନ, ପଞ୍ଚାୟତସ୍ତରୀୟ କାର୍ଯ୍ୟକର୍ତ୍ତା ମାନେ ବ୍ୟସ୍ତ ହେଉଛନ୍ତି । ଭୋଟର ତାଲିକା ସେମାନଙ୍କୁ ଯୋଗାଇ ଦିଆ ଯାଇନାହିଁ । ଏପଟେ ରାଜ୍ୟ ନିର୍ବାଚନ କମିଶନ ବିଭିନ୍ନ ପ୍ରକାର ବିଜ୍ଞପ୍ତି ପ୍ରକାଶ କରୁଛନ୍ତି ବୋଲି ଘୋଷଣା ହେଉଛି । ତେବେ ବ୍ଲକ ସ୍ତରରେ ବିଜେପିର କାର୍ଯ୍ୟକର୍ତ୍ତା ବିଭିନ୍ନ ଅଭିଯୋଗ ଆଣୁଛନ୍ତି।

ଏଣୁ କଣ୍ଟ୍ରୋଲ ରୁମରେ ବିଭିନ୍ନ ପଞ୍ଚାୟତରୁ ଆସୁଥିବା ପ୍ରାର୍ଥୀ ଓ କାର୍ଯ୍ୟକର୍ତ୍ତାଙ୍କ ଅଭିଯୋଗକୁ ରାଜ୍ୟ ନିର୍ବାଚନ କମିଶନ ଜରିଆରରେ ସମାଧାନ କରାଯିବ । ଫଳରେ 853 ଜିଲ୍ଲା ପରିଷଦ ଜୋନ ଏବଂ 6798 ପଞ୍ଚାୟତର ପରିଚାଳନା ଓ ତଦାରଖ ହୋଇପାରିବ । ସେହିଭଳି ଜିଲ୍ଲା ସ୍ତରରେ ପ୍ରାର୍ଥୀତ୍ୱ ନିର୍ଦ୍ଧାରିତ ହୋଇଛି । ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପ୍ରକାଶ କରାଯିବା ବୋଲି ସଭାପତି ସମୀର ମହାନ୍ତି କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.