ETV Bharat / city

ଖୋଲୁଛି ଗୋଧିମାଂସ ବିକ୍ରି ରାଜ୍, ରୋଗ ଉପଶମ ପାଇଁ ବିକ୍ରି ହେଉଥିଲା କିଲୋ ୭ ଶହ ଟଙ୍କା

ଗୋଧିମାଂସରୁ ମିଳିବ କାର୍ଡିଓଭାସ୍କୁଲାର ସମସ୍ଯା ଉପସମ ! ଏହାର ଡିମାଣ୍ଡ ମଧ୍ୟ ଅଧିକ ଥିଲା । ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରୁ ଜବତ ହୋଇଥିବା ଚିକେନ କାଉଣ୍ଟର ନିକଟରେ ଏଥିପାଇଁ ପ୍ରବଳ ମାତ୍ରାରେ ଭିଡ ଲାଗିରହୁଥିଲା । ତେବେ ୱାଇଲ୍ଡ ଲାଇଫ ଆକ୍ଟରେ ତଦନ୍ତ ଜାରି ରହିବ ବୋଲି ସିଟି ଫରେଷ୍ଟ ଡିଭିଜନ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

author img

By

Published : Jun 15, 2021, 8:31 PM IST

ରାଜଧାନୀରେ ଖୋଲୁଛି ଗୋଧିମାଂସ ବିକ୍ରିର ରାଜ୍, ରୋଗ ଉପଶମ ପାଇଁ କରୁଥିଲେ ବିକ୍ରି

ଭୁବନେଶ୍ବର: ହାର୍ଟ ଏବଂ କାର୍ଡିଓଭାସ୍କୁଲାର ସମସ୍ଯା ପାଇଁ ଗୋଧି ମାଂସର ଥିଲା ଡିମାଣ୍ଡ । ଏପରିକି ପେଟରେ ଗ୍ଯାସ ବା ଯନ୍ତ୍ରଣା ସମସ୍ଯାର ଉପଚାରର ରହିଛି ଆବଶ୍ୟକତା । ଶରୀରରେ ଷ୍ଟାମିନା ଓ ତ୍ବଚା ସମସ୍ଯା ଥିବା ଲୋକେ କିଣୁଥିଲେ ଗୋଧିମାଂସ । ଯାହାକୁ ନେଇ କିଲୋ ପିଛା ୭୦୦ରୁ ୮୦୦ ଟଙ୍କାରେ କିଣୁଥିଲେ କିଛି ଖାସ୍ ରୋଗୀ । ଯେଉଁମାନେ ଗୋଧିମାଂସର ଉପକାରିତା ଜାଣିଥିଲେ ସେମାନେ କିଣିନେଇ ଯାଉଥିଲେ । ଏପରିକି କୋରୋନା କାଳରେ ଭଲ ଜମୁଥିଲା ଗୋଧି ମାଂସର ବେପାର । ଚିକେନ କାଉଣ୍ଟର ପାଖରେ ମାଂସ ବିକ୍ରି ଆଳରେ ବିକ୍ରି କରୁଥିଲେ ।

ବଜାରରେ ବିକ୍ରି ହେଉଥିବା ଚିକେନ ଓ ମଟନ ଦରଠୁ ଅଧିକ ଥିଲା ଗୋଧି ମାଂସ କିଲୋ ପିଛା ଦର । ଏଥିପାଇଁ ସେମାନଙ୍କର ଥିଲେ ସ୍ବତନ୍ତ୍ର କିଛି ଖାସ୍ ଗ୍ରାହକ । ଯାହାରକି ଚାହିଦା ଦେଖି ଗୋଧିମାଂସର ଚାହିଦା ଅଧିକ ଥିଲା ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳର । ଜବତ ହୋଇଥିବା ଚିକେନ କାଉଣ୍ଟର ନିକଟରେ ଏଥିପାଇଁ ପ୍ରବଳ ମାତ୍ରାରେ ଭିଡ ଲାଗିରହୁଥିଲା । ଏନେଇ କିଛି ବିସ୍ଫୋରକ ତଥ୍ଯ ଅଭିଯୁକ୍ତମାନେ ଖୁଲାସା କରିଛନ୍ତି ସିଟି ଫରେଷ୍ଟ ଡିଭିଜନ ସାମ୍ନାରେ । ତେବେ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ, ଜି ରାଘବ, ଜି କ୍ରିଷ୍ଣା ।

ହେଲେ ଏସିଏଫ କହିଛନ୍ତି ଏନଇ ତଦନ୍ତ ଜାରି ରହିଛି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଉଛି । ଅଧିକ ପଚରାଉଚରା ପାଇଁ ଚିକେନ କାଉଣ୍ଟର ପିଲାକୁ ଆଣି ଏ ସମ୍ପର୍କରେ ଅଧିକ ଖୋଳତାଡ ହେବ ବୋଲି କହିଛନ୍ତି । ସେପଟେ ପ୍ରାଣୀ ବିଶେଷଜ୍ଞ କହିଛନ୍ତି କେବଳ ମାଂସ ନୁହେଁ ଗୋଧିର ଚମଡାରୁ ଅନେକ ପ୍ରକାର ବାଜା ପ୍ରସ୍ତୁତ ହେଉଛି । ଏଥି ସହିତ ଗୋଧିର କିଛି ଅଙ୍ଗକୁ ମଧ୍ଯ ଅନ୍ଧ ବିଶ୍ବାସରେ ମଧ୍ଯ କିଛି ଲୋକ କିଣି ନେଉଛନ୍ତି । ତେବେ ଗୋଧିକୁ ଧରିବା ଯେହେତୁ ସହଜ ଥାଏ । କିଛି କିଛି ସ୍ଥାନରେ ଫାସ ବସାଇ ଓ ଟ୍ରାପ କରି ଗୋଧିକୁ ଧରିଥାନ୍ତି ।

ବର୍ଷା ଦିନ ଆରମ୍ଭରୁ ଯେହେତୁ ଗୋଧିମାନେ ଅଧିକ ମାତ୍ରାରେ ବାହାରେ ବୁଲିଥାନ୍ତି ଯାହାକି ଧରିବାକୁ ସହଜ ହୋଇଥାଏ ବୋଲି କହିଛନ୍ତି । ତେଣୁ ଗୋଟିଏ ଶିକାରରେ ମାଂସ, ଚମଡା ଓ ଅଙ୍ଗପ୍ରତ୍ଯଙ୍ଗ ବିକ୍ରି କରି ମାଲାମାଲ ହେଉଥିଲେ ଏସବୁ କାରବାର କରୁଥିବା ବ୍ଯବସାୟୀ । ଯାହାର ସୁରାକ ପାଇ ଗତକାଲି ଝାରପଡା ଅଞ୍ଚଳରୁ 2ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସିଟି ଫରେଷ୍ଟ ଡିଭିଜନ । ସେମାନଙ୍କ ଠାରୁ ଜବତ ହୋଇଥିବା ଗୋଧିରୁ ୫ଟି ଜୀବିତ ଥିବା ବେଳେ ଦୁଇଟି ମୃତ୍ଯ ହୋଇଥିବା ସୁଚନା ମିଳିଛି ।

ତେବେ ଜୀବିତ ଗୋଧିଙ୍କୁ ଚନ୍ଦକା ଜଙ୍ଗଲରେ ଛଡାଯିବ ଏନେଇ ୱାଇଲଡ ଲାଇଫ ଆକ୍ଟରେ ତଦନ୍ତ ଜାରି ରହିବ ବୋଲି ସିଟି ଫରେଷ୍ଟ ଡିଭିଜନ ଅଧିକାରୀ ସୁଚନା ଦେଇଛନ୍ତି।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.