ETV Bharat / city

ଘନଉଛି କଂଗ୍ରେସ କନ୍ଦଳ, ସୋମବାର 15 ଜଣିଆ ଟିମର ଦିଲ୍ଲୀ ଗସ୍ତ

author img

By

Published : Nov 17, 2019, 4:39 PM IST

Updated : Nov 17, 2019, 6:10 PM IST

ଘନଉଛି କଂଗ୍ରେସ କନ୍ଦଳ । ସୋମବାର ହାଇକମାଣ୍ଡ ଓ ବରିଷ୍ଠ ନେତାଙ୍କୁ ଭେଟିବାକୁ ଦିଲ୍ଲୀ ଯିବେ 15 ଜଣିଆ ଟିମ୍‌ । ଏନେଇ ସମସ୍ତଙ୍କ ଯିବା ଆସିବା ଓ ରହିବାର ବନ୍ଦୋବସ୍ତ ବି କରାଯାଇଥିବା ସୂଚନା । ଅଧିକ ଖବର ପଢନ୍ତୁ...

ଘନଉଛି କଂଗ୍ରେସ କନ୍ଦଳ

ଭୁବନେଶ୍ବର: ଘନେଇଲା କଂଗ୍ରେସ କନ୍ଦଳ । ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ପିସିସି ସଭାପତି କରିବା ପାଇଁ ଲାଗିଥିବା ଗୋଷ୍ଠୀ ସୋମବାର ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଏମାନେ ହାଇକମାଣ୍ଡ ଓ ବରିଷ୍ଠ ନେତାଙ୍କୁ ଭେଟିବେ । ଏନେଇ ସମସ୍ତଙ୍କ ପାଇଁ ଯିବା ଆସିବା ଓ ରହିବାର ବନ୍ଦୋବସ୍ତ ବି କରାଯାଇଥିବା ସୂଚନା ମିଳିଛି । ତେବେ ଏହା ପୂର୍ବରୁ ଏହି ନେତାମାନେ ସବୁ ନେତାଙ୍କୁ ଭେଟି ନିଜ ସପକ୍ଷରେ ଜନମତ ସୃଷ୍ଟି କରୁଛନ୍ତି ।

ଘନଉଛି କଂଗ୍ରେସ କନ୍ଦଳ

ଆଜି(ରବିବାର) ଏହି ଗୋଷ୍ଠୀ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କୁ ଭେଟିବାକୁ ଆସିଥିଲେ । ହେଲେ ପ୍ରାୟ 2 ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବା ପରେ ନରସିଂହ ସେମାନଙ୍କୁ ଦେଖା ଦେଇନଥିଲେ । ଶେଷରେ ମାତ୍ର କେତେ ସେକେଣ୍ଡରେ କଥା ହୋଇ ପଳାଇଥିଲେ । କାଳେ ଭିନ୍ନ ବାର୍ତ୍ତା ଯିବ ସେଥିପାଇଁ ଗଣମାଧ୍ୟମ ସମ୍ମୁଖରେ ଭିନ୍ନ ମତ ରଖିଥିଲେ ଏହି ଟିମ୍‌ । ଗାନ୍ଧୀଜୀଙ୍କ ପ୍ରତି ଯେଉଁଭଳି ଅପମାନ କରାଯାଇଛି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିବାରୁ ନରସିଂହଙ୍କୁ ଧନ୍ୟବାଦ ଦେବାକୁ ଆସିଥିଲୁ ବୋଲି ଏହି ଗୋଷ୍ଠୀ କହିଛନ୍ତି ।

ତେବେ ସୂତ୍ର ଅନୁଯାୟୀ, ସେମାନେ ପିସିସି ସଭାପତି ପରିବର୍ତ୍ତନ ନେଇ ଆଲୋଚନା କରିବାକୁ ଆସିଥିବା ଜଣାପଡିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଘନେଇଲା କଂଗ୍ରେସ କନ୍ଦଳ। ମହମ୍ମଦ ମୁକ୍କୀମ ଙ୍କ ଗୋଷ୍ଠୀ ପଛରେ ରହି ସବୁ ନେତାଙ୍କୁ ଭେଟି ନିଜ ସପକ୍ଷରେ ଜନମତ ସୃଷ୍ଟି କରୁଛନ୍ତି। ଏହା ପରେ ଏହି ଟିମ ଆସନ୍ତାକାଲି ଦିଲ୍ଲୀ ଯାଇ ହାଇକମାଣ୍ଡ ଓ ବରିଷ୍ଠ ନେତାଙ୍କ ଭେଟିବ। ଏନେଇ ସମସ୍ତଙ୍କ ପାଇଁ ଯିବସିବା ଓ ରହିବାର ବନ୍ଦୋବସ୍ତ ବି କରାଯାଇଛି। ଆଜି ଏହି ଗୋଷ୍ଠୀ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କୁ ଭେଟିବାକୁ ଆସିଥିଲେ। ହେଲେ ପ୍ରାୟ2 ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବା ପରେ ନରସିଂହ ସେମାନଙ୍କୁ ଦେଖା ଦେଇ ନଥିଲେ। ଶେଷରେ ମାତ୍ର କେତେ ସେକେଣ୍ଡରେ କଥା ହୋଇ ପଳାଇଥିଲେ। କାଳେ ଭିନ୍ନ ବାର୍ତା ଯିବା ସେଥିପାଇଁ ଗଣମାଧ୍ୟମ ସମ୍ମୁଖରେ ଭିନ୍ନ ମତ ରଖିଥିଲେ ଏହି ଟିମ। ଗାନ୍ଧିଜୀଙ୍କ ପ୍ରତି ଯେଉଁଭଳି ଅପମାନ କରାଯାଇଛି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିବାରୁ ନରସିଂହ ଙ୍କୁ ଧନ୍ୟବାଦ ଦେବାକୁ ଆସିଥିଲୁ ବୋଲି ଏହି ଗୋଷ୍ଠୀ କହିଛନ୍ତି।

Body:ବାଇଟ ବିଶ୍ୱଜିତ ଦାସ, କଂଗ୍ରେସ ନେତା

Conclusion:
Last Updated : Nov 17, 2019, 6:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.