ETV Bharat / city

‘ମୋହନ ମାଝୀଙ୍କୁ ଆକ୍ରମଣ କରିଛନ୍ତି ତାଙ୍କ ନିଜ ଦଳୀୟ କର୍ମୀ’ - keonjhar news update

ରାଜ୍ୟ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡି ଉପରେ ଆକ୍ରମଣ ଘଟଣାରେ BJP ଶାସକ BJDକୁ ଦାୟୀ କରିଆସୁ ଥିବାବେଳେ ପାଲଟା ବର୍ଷିଲା ବିଜେଡି । ମୋହନଙ୍କୁ ନିଜ ଦଳୀୟ କର୍ମୀ ଆକ୍ରମଣ କରିଥିବା ନେଇ କହିଲେ BJD ମୁଖପାତ୍ର ସୁଲତା ଦେଓ । ଅଧିକ ପଢନ୍ତୁ...

‘ମୋହନ ମାଝୀଙ୍କୁ ଆକ୍ରମଣ କରିଛନ୍ତି ତାଙ୍କ ନିଜ ଦଳୀୟ କର୍ମୀ’

author img

By

Published : Oct 19, 2021, 8:12 PM IST

ଭୁବନେଶ୍ବର: କେନ୍ଦୁଝରରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ଗାଡି ଉପରେ ଆକ୍ରମଣ ଘଟଣାରେ BJP ଶାସକ BJDକୁ ଦାୟୀ କରିଆସୁଥିବାବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ଶାସକ BJD । ଆଜି ଏହି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖି ପାଲଟା BJP ଉପରେ ବର୍ଷିଛନ୍ତି BJD ମୁଖପାତ୍ର ସୁଲତା ଦେଓ ।

‘ମୋହନ ମାଝୀଙ୍କୁ ଆକ୍ରମଣ କରିଛନ୍ତି ତାଙ୍କ ନିଜ ଦଳୀୟ କର୍ମୀ’

ସୁଲତା କହିଛନ୍ତି, BJDକୁ ଦାୟୀ କରିବା BJPର ଅଭ୍ୟାସରେ ପରିଣତ ହେଇଗଲାଣି । ଯେଉଁମାନେ ମୋହନ ମାଝୀଙ୍କୁ ଆକ୍ରମଣ କରିଛନ୍ତି, ସେମାନଙ୍କ ସହ ମୋହନଙ୍କର ସମ୍ପର୍କ ଅଛି। ସେ ନିଜ ଦଳୀୟ କର୍ମୀମାନଙ୍କୁ କାମ ଦେବା ପାଇଁ ପ୍ରତିଶ୍ରୁତି ଦେଇ ପୂରଣ ନକରି ପାରିବାରୁ ତାଙ୍କ ଉପରେ ଆକ୍ରମଣ ହୋଇଛି । ରାଜ୍ୟ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ଅଯଥାରେ ରାଜ୍ୟ ସରକାରଙ୍କୁ ଦାୟୀ କରୁଥିଲେ। ତାଙ୍କୁ ଯେଉଁମାନେ ଆକ୍ରମଣ କରିଛନ୍ତି, ସେମାନେ ତାଙ୍କ ନିଜ ଦଳ ଅର୍ଥାତ ବିଜେପି କର୍ମୀ । ରାଜ୍ୟ ବିଜେପି ପ୍ରତି ଘଟଣାରେ ମିଛ କହିବାକୁ ପ୍ରତିଦ୍ବନ୍ଦିତା କରୁଥିବା କହିଛନ୍ତି ସୁଲତା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.