ଭୁବନେଶ୍ବର: ଓଡିଶାରେ ମୋହନ ଭାଗବତ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ମୁଖ୍ୟ ମୋହନ ଭାଗବତ ୫ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ମଙ୍ଗଳବାର ସେ ଭୁବନେଶ୍ବରରେ ପହଞ୍ଚି ସାଙ୍ଗଠନିକ ସଭାରେ ଯୋଗ ଦେଇଛନ୍ତି । ଆଜି(ବୁଧବାର) RSS ମୁଖ୍ୟ ଭୁବନେଶ୍ବରର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକଙ୍କ ସହ ବୈଠକ କରିଛନ୍ତି ।
ଆସନ୍ତାକାଲି ଅର୍ଥାତ୍ ଗୁରୁବାର ମୋହନ ଭାଗବତ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଏଥିସହ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଭେଟିବେ । ଏହାପରେ ବିଭିନ୍ନ ସ୍ଥାନରେ ତାଙ୍କର ବୈଠକ ବସିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
କୋରୋନା ସଂକ୍ରମିତଙ୍କୁ ସାହାଯ୍ୟ କରିବା ପାଇଁ ସ୍ବୟଂ ସେବକଙ୍କ ଦ୍ବାରା କରାଯାଇଥିବା ରାଜ୍ୟବ୍ୟାପୀ ସେବା କାର୍ଯ୍ୟର ସମୀକ୍ଷା କରିବେ ଭାଗବତ । ସମସ୍ତ କାର୍ଯ୍ୟକ୍ରମ କୋଭିଡ-୧୯ କଟକଣା ପାଳନ ପୂର୍ବକ ଅନୁଷ୍ଠିତ ହେବ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ