ETV Bharat / city

ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗ: ଦିଲ୍ଲୀରୁ ଫେରି ଏମିତି କହିଲେ ମୋକିମ

ପୁଣି ଜୋର ଧରିଲା ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗ । କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ ଦିଲ୍ଲୀରେ ବରିଷ୍ଠ କଂଗ୍ରେସ ନେତାଙ୍କୁ ଭେଟିବା ପରେ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ...

Mohammad Moqim's response after his return to Delhi
ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗ: ଦିଲ୍ଲୀରୁ ଫେରିବା ପରେ ମୋକିମ୍‌ଙ୍କ ପ୍ରତିକ୍ରିୟା
author img

By

Published : Feb 14, 2020, 5:40 PM IST

ଭୁବନେଶ୍ବର: ପୁଣି ଜୋର ଧରିଲା ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗ । ଦିଲ୍ଲୀରେ ବରିଷ୍ଠ କଂଗ୍ରେସ ନେତାଙ୍କୁ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ ଭେଟିବା ପରେ ପିସିସିର ପରବର୍ତ୍ତୀ ସଭାପତି ହେବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଶୁକ୍ରବାର ମୋକିମ୍‌ ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ଦେଇଛନ୍ତି ।

ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗ: ଦିଲ୍ଲୀରୁ ଫେରିବା ପରେ ମୋକିମ୍‌ଙ୍କ ପ୍ରତିକ୍ରିୟା

ସେ କହିଛନ୍ତି ଯେ, ଦିଲ୍ଲୀରେ ବରିଷ୍ଠ ନେତାଙ୍କ ସହ ସଂଗଠନ ସୁଦୃଢ ନେଇ ଆଲୋଚନା ହୋଇଛି । ଏଆଇସିସି ସଙ୍ଗଠନ ସମ୍ପାଦକଙ୍କୁ ଭେଟିଥିଲି । କଟକରେ ମୁଁ କେମିତି ନିର୍ବାଚନ ଜିତିଲି ସେ ନେଇ ମତ ରଖିଥିଲି । ସେହିପରି ଦିଲ୍ଲୀ ନିର୍ବାଚନ ପରେ ସଙ୍ଗଠନକୁ ନେଇ ଏଆଇସିସି ଚିନ୍ତାରେ ଅଛି । ଏନେଇ ବିଚାର ବିମର୍ଷ ଜାରି ରହିଛି । ଓଡିଶାରେ ସଙ୍ଗଠନ କିପରି ସୁଦୃଢ ହେବ ସେ ନେଇ ମଧ୍ୟ ମତାମତ ନିଆଯାଇଛି ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପରଠାରୁ ରାଜ୍ୟରେ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ଚାରିଆଡୁ ଦାବି ଜୋର୍‌ ଧରିଛି । ବିଭିନ୍ନ ସମୟରେ ରାଜ୍ୟ କଂଗ୍ରେସର ମାଳମାଳ ନେତା ଦିଲ୍ଲୀ ଯାଇ ନିରଞ୍ଜନଙ୍କୁ ହଟାଇବା ଲାଗି ଏଆଇସିସିର ବରିଷ୍ଠ ନେତାମାନଙ୍କ ପାଖରେ ଦାବି କରି ଆସୁଛନ୍ତି । ଏହାସହ ସୋନିଆଙ୍କୁ ମଧ୍ୟ ଏଥିପାଇଁ ବାରମ୍ବାର ଭେଟିବାରେ ଲାଗିଛନ୍ତି ଓଡିଶା ନେତା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.