ଭୁବନେଶ୍ବର: କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ଉପରେ ବିଜେପି ପତିକ୍ରିୟା ଦେଇଛି । ବିଜେପି ଶାସନରେ ଦେଶର ରାଷ୍ଟ୍ରୀୟ ସୁରକ୍ଷା କେତେ ସୁରକ୍ଷିତ ତାହା ଆମେ କହୁନାହୁଁ ତାହା ଦେଶବାସୀ କହୁଛନ୍ତି । ମୋଦିଙ୍କ ଯେଉଁ ଲୋକପ୍ରିୟତା ରହିଛି କଂଗ୍ରେସ ପକ୍ଷରୁ ତାହାକୁ କ୍ଷୁର୍ଣ୍ଣ କରିବାକୁ ପ୍ରୟାସ କରାଯାଉଛି ବୋଲି ବିଜେପି ଅଭିଯୋଗ ଆଣିିଛି । ଯେଉଁ ହେରୋଇନ ପାକିସ୍ତାନରୁ ଏବଂ ଅନ୍ୟ ଦେଶରୁ ଆସୁଛି ତାହା ପଞ୍ଜାବ ଦେଇ ଆସୁଛି ଏବଂ ପଞ୍ଜାବରେ କଂଗ୍ରେସ ସରକାର ଅଛି । ସେହିପରି ରାଜ୍ୟରେ ଯେଉଁ ବ୍ରାଉନସୁଗାର କରବାର ବଢ଼ିବାରେ ଲାଗିଛି ତାହା ପଡୋଶୀ ପଶ୍ଚିମବଙ୍ଗ ଦେଇ ଆସୁଛି । ସେଇଠି ବିଜେପି ସରକାର ନାହିଁ ବୋଲି ବିଜେପି କହିଛି ।
ଅବକାରୀ ସାମଗ୍ରୀ ଚାଲାଣ ନେଇ କେନ୍ଦ୍ର ସରକାରଙ୍କୁ ଦୋଷ ଦେବା ପୂର୍ବରୁ ପ୍ରଥମେ କଂଗ୍ରେସ ନିଜକୁ ପ୍ରଶ୍ନ ପଚାରିବା ଦରକାର ବୋଲି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି । ଏହାପୂର୍ବରୁ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଜେପିକୁ ଟାର୍ଗେଟ କରାଯାଇଥିଲା ।
ବିଜେପି ଶାସିତ ରାଜ୍ୟ ଦେଇ ଅବକାରୀ ସାମଗ୍ରୀ ଦେଶ ଭିତରକୁ ଆସୁଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବୋଧ କାନ୍ତ ସହାୟ ଅଭିଯୋଗ ଆଣିଥିଲେ । ଏହାପରେ ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଏହାର କଡ଼ା ଜବାବ ଦେଇଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ