ଭୁବନେଶ୍ୱର: ରାଜଧାନୀ ରେଳ ଷ୍ଟେସନରେ ହେଲା ମକ୍ ଡ୍ରିଲ । ମକ୍ଡ୍ରିଲରେ ୩ ଆତଙ୍କବାଦୀଙ୍କୁ କରାଯାଇଥିଲା ଟାର୍ଗେଟ । RPF, SOG, ଓଡ଼ିଶା ପୋଲିସ, ବୋମା ନିଷ୍କ୍ରିୟ ଦଳ, ଓଡ଼ିଶା ଅଗ୍ନିଶମ ବାହିନୀ ଓ ଡଗ ସ୍କ୍ୱାଡ୍ର ମିଳିତ ଉଦ୍ୟମରେ ଏହି ମକ୍ ଡ୍ରିଲ୍ କରାଯାଇଥିଲା । ଗୁରୁବାର ମଧ୍ୟାହ୍ଣ ୧ଟାରୁ ଅପରାହ୍ଣ ୩ଟା ୩୦ ପର୍ଯ୍ୟନ୍ତ ଭୁବନେଶ୍ୱର ରେଳଷ୍ଟେସନରେ ଆତଙ୍କବାଦୀ ମଲ୍ଟିଜେନ୍ସି ମକ୍ ଡ୍ରିଲ୍( terrorist multiagency mock drill) ଆୟୋଜିତ ହୋଇଥିଲା।
![mock drill in railway station: ଯାତ୍ରୀଙ୍କୁ ଆତଙ୍କବାଦୀଙ୍କଠାରୁ ଉଦ୍ଧାର ପାଇଁ ମକ୍ଡ୍ରିଲ](https://etvbharatimages.akamaized.net/etvbharat/prod-images/od-bbsr-05-railways-makdrel-7206049_18112021193310_1811f_1637244190_757.jpg)
ଏହି ସମୟରେ ରେଳ ଷ୍ଟେସନରେ ଟ୍ରାଫିକ କର୍ମଚାରୀ, ରେଳ କର୍ମଚାରୀ, ଅଗ୍ନିଶମ ବିଭାଗର କର୍ମଚାରୀ, ସ୍ପେଶାଲ ଡଗ୍ ସ୍କ୍ବାଡ୍, କ୍ୟାପିଟାଲ ହସ୍ପିଟାଲର ଡାକ୍ତର, ଆମ୍ବୁଲାନ୍ସ ଆଦି ଉପସ୍ଥିତ ରହିଥିଲେ । ଏହି ମକ୍ ଡ୍ରିଲ୍ ପାଇଁ ଏକ ଘଟଣାକ୍ରମ ସଜା ଯାଇଥିଲା । ଏହି ଘଟଣାକ୍ରମ ମୁତାବକ ଭୁବନେଶ୍ବର ରେଳ ଷ୍ଟେସନରେ ମକ୍ଡ୍ରିଲ୍ ଦେଖିବାକୁ ମିଳିଥିଲା ।
![mock drill in railway station: ଯାତ୍ରୀଙ୍କୁ ଆତଙ୍କବାଦୀଙ୍କଠାରୁ ଉଦ୍ଧାର ପାଇଁ ମକ୍ଡ୍ରିଲ](https://etvbharatimages.akamaized.net/etvbharat/prod-images/od-bbsr-05-railways-makdrel-7206049_18112021193310_1811f_1637244190_628.jpg)
![mock drill in railway station: ଯାତ୍ରୀଙ୍କୁ ଆତଙ୍କବାଦୀଙ୍କଠାରୁ ଉଦ୍ଧାର ପାଇଁ ମକ୍ଡ୍ରିଲ](https://etvbharatimages.akamaized.net/etvbharat/prod-images/od-bbsr-05-railways-makdrel-7206049_18112021193310_1811f_1637244190_492.jpg)
ଘଟଣା କିଛି ଏଭଳି ଥିଲା, 3 ଜଣ ସନ୍ଦିଗ୍ଧ ବ୍ୟକ୍ତି ଭୁବନେଶ୍ୱର ରେଳ ଷ୍ଟେସନର ପ୍ଲାଟଫର୍ମ ୬ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି । ଆରପିଏଫ୍ କର୍ମଚାରୀ ସନ୍ଦିଗ୍ଧଙ୍କୁ ଯାଞ୍ଚ କରିବାକୁ ଚାହାଁନ୍ତି । ହେଲେ ସଙ୍ଗେସଙ୍ଗେ ସେମାନେ ଗୁଳି ଚଳାଇ ରେଳ ଷ୍ଟେସନରେ ପ୍ରବେଶ କରିଥାନ୍ତି । ୧ଟା ୧୫ମିନିଟରେ RPF ଜାଣିବାକୁ ପାଇଥିଲେ କିଛି ଆତଙ୍କବାଦୀ ପ୍ଲାଟଫର୍ମ ମଧ୍ୟରେ ରହିଛନ୍ତି । ସେମାନେ ଆତଙ୍କବାଦୀ ଗୋଷ୍ଠୀକୁ ପ୍ଲାଟଫର୍ମ ୧ ଆଡକୁ ଯିବାକୁ ଦେଇ ନଥିଲେ । ଯେଉଁଠାରେ ରାଜଧାନୀ ଏକ୍ସପ୍ରେସ ଛିଡ଼ା ହୋଇଥିଲା |
![mock drill in railway station: ଯାତ୍ରୀଙ୍କୁ ଆତଙ୍କବାଦୀଙ୍କଠାରୁ ଉଦ୍ଧାର ପାଇଁ ମକ୍ଡ୍ରିଲ](https://etvbharatimages.akamaized.net/etvbharat/prod-images/od-bbsr-05-railways-makdrel-7206049_18112021193310_1811f_1637244190_760.jpg)
କିନ୍ତୁ ଆତଙ୍କବାଦୀ କୋଣାର୍କ ଏକ୍ସପ୍ରେସକୁ ହାଇଯାକ କରି କିଛି ସାଧାରଣ ନାଗରିକଙ୍କୁ ବନ୍ଧକ ରଖିବାରେ ସଫଳ ହୋଇଯାଆନ୍ତି । ଶୀଘ୍ର ୧ଟା ୨୦ ମିନିଟରେ ଯଥାଶୀଘ୍ର ଯାତ୍ରୀଙ୍କୁ ଷ୍ଟେସନରୁ ବାହାର କରିବା ପାଇଁ ଯୋଜନା ପ୍ରସ୍ତୁତ ହୁଏ । ଏହାପରେ ୨ଟା ୧୫ ମିନିଟରେ ଅପରେସନ୍ ଏବଂ ବନ୍ଧକଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ୨ଟା ୫୦ ମିନିଟରେ ପ୍ଲାଟଫର୍ମ ଏବଂ ଟ୍ରେନର ସମ୍ବେଦନଶୀଳତା ଯାଞ୍ଚ ହୁଏ । ୩ଟା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଯାତ୍ରା ପାଇଁ ଅନୁମତି ଦିଆଯାଇଥିଲା । ଏହିଭଳି ଭାବରେ ଭୁବନେଶ୍ବର ରେଳ ଷ୍ଟେସନରେ ମକ୍ଡ୍ରିଲ୍ ଶେଷ ହୋଇଥିଲା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ