ଭୁବନେଶ୍ବର: ରାଜଧାନୀ ରେଳ ଷ୍ଟେସନରେ ଅଗ୍ନିଶମ ପକ୍ଷରୁ ମକଡ୍ରିଲ କରାଯାଇଛି । ସହରରେ ଆତଙ୍କବାଦୀ ଅକ୍ରମଣ କିମ୍ବା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ କିପରି ଏହାର ମୁକାବିଲା କରାଯିବ ସେନେଇ ଅଭ୍ୟାସ କରାଯାଇଛି । ଚଳନ୍ତା ଟ୍ରେନ କିମ୍ବା ଷ୍ଟେସନରେ ନିଆଁ ଲାଗିଲେ ଏହାକୁ କିଭଳି ଲିଭାଯାଇପାରିବ ଏବଂ କିଭଳି ଭାବେ ଏବିପତ୍ତିରୁ ନିଜ ସହ ଅନ୍ୟମାନଙ୍କୁ ରକ୍ଷା କରାଯାଇପାରିବ ସେନେଇ ଅଭ୍ୟାସ କରାଯାଇଛି।
ସେହିପରି କିଭଳି ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯିବ, ଏଥିପାଇଁ ଭୁବନେଶ୍ବର ଷ୍ଟେସନରେ ଅଗ୍ନିଶମ ବିଭାଗ ଏକ ମକଡ୍ରିଲ କରିଛି । ଆରପିଏଫ ଓ ଜିଆରପିଏଫ୍ ମଧ୍ୟ ସାମିଲ ହୋଇଥିଲା । ମକଡ୍ରିଲ ପାଇଁ ଭୁବନେଶ୍ବର ରେଲୱେ ଷ୍ଟେସନର 6 ନମ୍ବର ପ୍ଲାଟଫର୍ମ ଓ କ୍ୟାଣ୍ଟିନ ଚିହ୍ନଟ କରାଯାଇଥିଲା । ଯୁଦ୍ଧକାଳୀନ ଭିତ୍ତିରେ କିଭଳି ଉଦ୍ଧାର କାର୍ଯ୍ୟ ଓ ନିଆଁ ଆୟତ୍ତ କରାଯିବ ତାହାକୁ ନେଇ ମକଡ୍ରିଲ କରାଯାଇଥିଲା । ଏହାକୁ ଅଗ୍ନିଶମ ବାହିନୀ ଶିଖାଇଥିଲେ । ଖୁବ୍ କମ୍ ସମୟ ମଧ୍ୟରେ ଅଗ୍ନିକାଣ୍ଡରେ ଆହତ ବ୍ୟକ୍ତିଙ୍କୁ ମଧ୍ୟ କିଭଳି ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯିବ ସେନେଇ ମଧ୍ୟ ମକ୍ ଡ୍ରିଲ୍ କରାଯାଇଥିଲା ।
ଅନ୍ୟପଟେ ମକ ଡ୍ରିଲ ବେଳେ ବିଭାଗ ପକ୍ଷରୁ କେତୋଟି ତ୍ରୁଟି ଦେଖାଯାଥିଲା । ତେବେ ଏହି ତ୍ରୁଟି କିଭଳି ପୁଣି ନ ହେବ ସେଥିପାଇଁ ଆଇପିଏଫ ଓ ଅଗ୍ନିଶମ ଅଧିକାରୀଙ୍କ ଭିତରେ ଆଲୋଚନା କରାଯିବ ବୋଲି କହିଛନ୍ତି ଆର ପି ଏଫ ଅଧିକାରୀ କହିଛନ୍ତି । ପୂର୍ବରୁ ଅଗ୍ନିଶମ ବିଭାଗ ସହ ଆରପିଏଫ ଓ ଜିଆରପିଏଫ ପକ୍ଷରୁ ମକଡ୍ରିଲ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିବା ହଠାତ ନିଆଁ ଲାଗିଲେ ଷ୍ଟେସନ ଓ ଯାତ୍ରୀଙ୍କୁ କିଭଳି ଉଦ୍ଧାର କରାଯିବ ତାହା ଏହି ମକଡ୍ରିଲର ଲକ୍ଷ୍ୟ ଥିଲା ।
ଭୁବନେଶ୍ବରରୁ ଦେବଶ୍ମିତା ରାଉତ, ଇଟିଭି ଭାରତ