ETV Bharat / city

ଦେଶର ୨୫ ହଜାର ଗାଁରେ ନାହିଁ ମୋବାଇଲ ନେଟଓ୍ବର୍କ, ଆଗରେ ଓଡିଶା

author img

By

Published : Feb 5, 2022, 3:06 PM IST

ମୋବାଇଲ ସେବା ପହଞ୍ଚିନଥିବା ସର୍ବାଧିକ ସଂଖ୍ୟକ ଗାଁ ରହିଛି ଓଡ଼ିଶାରେ। ଦେଶରେ 25 ହଜାର 67ଟି ଗାଁରେ ମୋବାଇଲ ଓ ଇଣ୍ଟରନେଟ ସଂଯୋଗ ନାହିଁ। ସେଥିରେ ଓଡ଼ିଶାର ସର୍ବାଧିକ 6,099 ଗାଁ ରହିଛି ।

ଦେଶରେ ମୋବାଇଲ ନେଟଓ୍ବାର୍କ ପହଞ୍ଚିନଥିବା ରାଜ୍ୟ ଗୁଡିକ ମଧ୍ୟରେ ଓଡିଶା ଆଗରେ

ଭୁବନେଶ୍ବର: ଦେଶରେ ସର୍ବାଧିକ ମୋବାଇଲ ସେବା ପହଞ୍ଚିନଥିବା ଗାଁ ହେଉଛି ଓଡିଶା। ଦେଶରେ 25 ହଜାର 67ଟି ଗାଁରେ ମୋବାଇଲ ଓ ଇଣ୍ଟରନେଟ ସଂଯୋଗ ନାହିଁ। ସେଥିମଧ୍ୟରୁ ଓଡିଶା ସବୁଠାରୁ ଆଗରେ ରହିଛି । ଗୋଟିଏ ପଟେ ଦେଶ ଡିଜିଟାଲ ମୁହାଁ ହେଉଥିବାବେଳେ ଏବେ ଏହି ରିପୋର୍ଟ ସାମ୍ନାକୁ ଆସିଛି ।

ମୋବାଇଲ ଓ ଇଣ୍ଟରନେଟ ସେବାକୁ ନେଇ କେନ୍ଦ୍ର ସରକାର ଏକ ତଥ୍ୟ ପ୍ରକାଶ କରିଛନ୍ତି । ଯେଉଁଥିରେ କି ଦେଶରେ ଏପର୍ଯ୍ୟନ୍ତ 25 ହଜାର 67 ଟି ଗାଁରେ ମୋବାଇଲ ଓ ଇଣ୍ଟରନେଟ ସେବା ପହଞ୍ଚି ପାରିନଥିବା ପ୍ରକାଶ ପାଇଛି । ସେଥୁମଧ୍ୟରୁ ଓଡ଼ିଶା ସବୁଠାରୁ ଆଗରେ ରହିଥିବା ବେଳେ ଏପର୍ଯ୍ୟନ୍ତ 6 ହଜାର 99 ଗାଁରେ ମୋବାଇଲ ଓ ଇଣ୍ଟରନେଟ ସେବାରୁ ବଞ୍ଚିତ ।

ସେହିପରି ଦ୍ବିତୀୟ ସ୍ଥାନରେ ରହିଛି ମଧ୍ୟପ୍ରଦେଶ । ଏଠାରେ 2 ହଜାର 612 ଗାଁକୁ ଏପର୍ଯ୍ୟନ୍ତ ପହଞ୍ଚି ପାରିନି ଇଣ୍ଟରନେଟ ଓ ମୋବାଇଲ । ତୃତୀୟରେ ମହାରାଷ୍ଟ୍ରର 2 ହଜାର 328, ଅରୁଣାଞ୍ଚଳ ପ୍ରଦେଶ 2 ହଜାର 223, ଛତିଶଗଡ 1 ହଜାର 847, ଆନ୍ଧ୍ରପ୍ରଦେଶ 1 ହଜାର 787, ମେଘାଳୟରେ 1 ହଜାର 674 ଏବଂ ଝାଡ଼ଖଣ୍ଡର 1 ହଜାର 144 ଗାଁକୁ ସେବା ପହଞ୍ଚି ପାରିନାହିଁ । କେରଳ ,ପଞ୍ଜାବ, ତାମିଲନାଡୁ, ହରିୟାଣା ପରି ଅଳ୍ପ କିଛି ରାଜ୍ୟରେ ଗ୍ରାମାଞ୍ଚଳରେ ମୋବାଇଲ ସେବା ସଫଳ ହୋଇଛି।

ରାଜ୍ୟରେ କରୋନା ମହାମାରୀ ପାଇଁ ସମସ୍ତ କାର୍ଯ୍ୟ ଓ ପାଠପଢା ମଧ୍ୟ ଅନଳାଇନରେ କରାଯାଉଛି। କିନ୍ତୁ ଅନେକ ଗ୍ରାମରେ ମୋବାଇଲ ଓ ଇଣ୍ଟରନେଟର ସମସ୍ୟା ଯୋଗୁଁ ଅନଲାଇନ ପାଠପଢାରୁ ବଞ୍ଚିତ ହୋଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ସାଧାରଣତଃ ଆଦିବାସୀ ଅଞ୍ଚଳ ଗୁଡିକରେ ମୋବାଇଲ ଓ ଇଣ୍ଟରନେଟ ସେବା ଅପହଞ୍ଚ ଥିବାରୁ ଅନେକ ବିଦ୍ୟାର୍ଥୀ ଶିକ୍ଷା ପାଇବାରୁ ବଞ୍ଚିତ ହୋଇଛନ୍ତି।

ଅନଲାଇନ କ୍ଳାସ ସମୟରେ ବିଦ୍ୟାର୍ଥୀ ଗଛ ଉପରେ ଚଢି ମୋବାଇଲ ଧରି ଘଣ୍ଟା ଘଣ୍ଟା ନେଟୱର୍କକୁ ଅପେକ୍ଷା କରୁଛନ୍ତି । ତାହା ସହିତ ଏହି ଅଞ୍ଚଳରେ ହଜାର ହଜାର ଲୋକ ଯୋଗାଯୋଗ ସୁବିଧା ପାଇପାରୁନାହାନ୍ତି। ଜାନୁଆରୀ 2022 ସୁଦ୍ଧା ଦେଶର 1ଲକ୍ଷ 4 ହଜାର 259 ଗ୍ରାମ ପଞ୍ଚାୟତକୁ ଭାରତ ନେଟ ପ୍ରୋଜେକ୍ଟ ଯୋଜନା ରେ ୱାଇଫାଇ ହଟସ୍ପଟ ସଂସ୍ଥାପନ କରାଯାଇଛି। କିନ୍ତୁ 53 ହଜାର 913 ଗ୍ରାମ ପଞ୍ଚାୟତରେ ୱାଇଫାଇ ହଟସ୍ପଟ ସେବା ଉପଲବ୍ଧ ହୋଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.